Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜିଓ ଏୟାରଫାଇବରର ଶୁଭାରମ୍ଭ, ବିନା କେବୁଲରେ ମିଳିବ ଅଲ୍‌ଟ୍ରା ହାଇସ୍ପିଡ୍ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ / ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ପବିତ୍ର ଗଣେଶ ପୂଜା ଅବସରରେ ଦେଶର ୮ଟି ବଡ଼ ମେଟ୍ରୋ ସହରରେ ଜିଓ ଏୟାରଫାଇର୍ବର ଶୁଭାରମ୍ଭ କରାଯାଇଛି। ଜିଓ ଏୟାରଫାଇବର ହେଉଛି ଏକ ସମନ୍ୱିତ ଏଣ୍ଡ୍‌-ଟୁ-ଏଣ୍ଡ୍ (ଆରମ୍ଭରୁ ଶେଷ ପର୍ଯ୍ୟନ୍ତ) ସମାଧାନ ଯାହା ଗୃହ ମନୋରଞ୍ଜନ, ସ୍ମାର୍ଟ ଗୃହ ସେବା ଏବଂ ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ଭଳି ସୁବିଧା ପ୍ରଦାନ କରିବ। କମ୍ପାନୀ ପକ୍ଷରୁ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, କୋଲକାତା, ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ ଓ ପୁଣେରେ ଜିଓ ଏୟାରଫାଇବର ସେବାର ଶୁଭାରମ୍ଭ କରାଯାଇଛି।

ଜିଓ ପକ୍ଷରୁ ଏୟାରଫାଇବର ଓ ଏୟାରଫାଇବର୍ ମ୍ୟାକ୍ସ ଭଳି ଦୁଇଟି ବର୍ଗରେ ପ୍ଲାନ୍ ଘୋଷଣା କରାଯାଇଛି। ଏୟାରଫାଇବର୍ ପ୍ଲାନ୍‌ରେ ଗ୍ରାହକଙ୍କୁ ୩୦ ଏମ୍‌ବିପିଏସ୍ ଓ ୧୦୦ ଏମ୍‌ବିପିଏସ୍ ଭଳି ଦୁଇ ପ୍ରକାର ସ୍ପିଡ୍‌ର ପ୍ଲାନ୍ ମିଳିବ। ପ୍ରାରମ୍ଭିକ ୩୦ ଏମ୍‌ବିପିଏସ୍ ପ୍ଲାନ୍‌ର ମୂଲ୍ୟ ୫୯୯ ଟଙ୍କା ରହିଛି। ସେହିପରି ୧୦୦ ଏମ୍‌ବିପିଏସ୍ ପ୍ଲାନ୍‌ର ଦାମ୍ ୮୯୯ ଟଙ୍କା ରହିଛି । ଉଭୟ ପ୍ଲାନ୍‌ରେ ଗ୍ରାହକଙ୍କୁ ୫୫୦ରୁ ଅଧିକ ଡିଜିଟାଲ୍ ଚ୍ୟାନେଲ୍ ଓ ୧୪ ଟି ମନୋରଞ୍ଜନ ଆପ୍ ମିଳିବ।

ଏୟାରଫାଇବର୍ ପ୍ଲାନ୍‌ରେ କମ୍ପାନୀ ୧୦୦ ଏମ୍‌ବିପିଏସ୍ ସ୍ପିଡ୍ ରହିଥିବା ଏକ ୧୧୯୯ ଟଙ୍କିଆ ପ୍ଲାନ୍ ମଧ୍ୟ ଆଣିଛି। ଯେଉଁଥିରେ ଡିଜିଟାଲ୍ ଚ୍ୟାନେଲ୍ ଓ ମନୋରଞ୍ଜନ ଆପ୍ ସହିତ ନେଟ୍‌ଫ୍ଲିକ୍ସ, ଆମାଜନ ଓ ଜିଓ ସିନେମା ଭଳି ପ୍ରିମିୟମ ଆପ୍ ମଧ୍ୟ ଉପଲବ୍ଧ ହେବ।

ଅଧିକ ଇଣ୍ଟରନେଟ ସ୍ପିଡ୍ ଆବଶ୍ୟକ କରୁଥିବା ଗ୍ରାହକମାନେ ଏୟାରଫାଇବର ମ୍ୟାକ୍ସ ପ୍ଲାନ୍ ଭିତରୁ ଯେକୌଣସି ଗୋଟିଏ ଚୟନ କରିପାରିବେ। କମ୍ପାନୀ ପକ୍ଷରୁ ୩୦୦ ଏମ୍‌ବିପିଏସ୍‌ଠାରୁ ଆରମ୍ଭ କରି ୧ ଜିବିପିଏସ୍ (୧୦୦୦ ଏମ୍‌ବିପିଏସ୍‌) ପର୍ଯ୍ୟନ୍ତ ତିନି ପ୍ରକାର ପ୍ଲାନ୍ ଘୋଷଣା କରାଯାଇଛି। ୧୪୯୯ ଟଙ୍କିଆ ପ୍ଲାନ୍‌ରେ ୩୦୦ ଏମ୍‌ବିପିଏସ୍ ସ୍ପିଡ୍ ମିଳୁଥିବା ବେଳେ ୨୪୯୯ ଟଙ୍କିଆ ପ୍ଲାନ୍‌ରେ ୫୦୦ ଏମ୍‌ବିପିଏସ୍ ଏବଂ ୩୯୯୯ ଟଙ୍କିଆ ପ୍ଲାନ୍‌ରେ ୧ ଜିବିପିଏସ୍ ପର୍ଯ୍ୟନ୍ତ ସ୍ପିଡ୍ ମିଳିବ। ସବୁ ପ୍ଲାନ୍‌ରେ ୫୫୦ରୁ ଅଧିକ ଡିଜିଟାଲ୍ ଚ୍ୟାନେଲ୍‌, ୧୪ ଟି ମନୋରଞ୍ଜନ ଆପ୍ ଏବଂ ନେଟ୍‌ଫ୍ଲିକ୍ସ, ଆମାଜନ ଓ ଜିଓ ସିନେମା ଭଳି ପ୍ରିମିୟମ୍ ଆପ୍ ମଧ୍ୟ ମିଳିବ।

ଜିଓର ଅପ୍ଟିକାଲ୍ ଫାଇବର ଭିତିଭୂମି ସାରା ଭାରତରେ ୧୫ ଲକ୍ଷ କିମିରୁ ଅଧିକ ସ୍ଥାନରେ ବ୍ୟାପ୍ତ ରହିଛି। କମ୍ପାନୀ ଏହାର ଜିଓ ଫାଇବର ସେବା ଜରିଆରେ ଏବେ ଯାଏଁ ୧ କୋଟିରୁ ଅଧିକ ପରିସରକୁ ସଂଯୋଗ ପ୍ରଦାନ କରିସାରିଲାଣି। ମାତ୍ର ଏବେବି କୋଟି କୋଟି ଏଭଳି ପରିସର ଓ ଘର ରହିଛି ଯେଉଁଠାରେ କେବୁଲ ଜରିଆରେ ଅର୍ଥାତ ଫାଇବର କନେକ୍ଟିଭିଟି ପ୍ରଦାନ କରିବା ବହୁତ କଷ୍ଟକର ରହିଛି। ଜିଓ ଏୟାରଫାଇବର ସେହିଭଳି ପରିସରଗୁଡିକରେ ସଂଯୋଗ ପ୍ରଦାନ କରିବାରେ ରହିଥିବା ସମସ୍ୟାକୁ ସହଜ କରିବ। ଜିଓ ଏୟାରଫାଇବର ଜରିଆରେ କଂପାନି ୨୦ କୋଟି ଘର ଓ ପରିସରକୁ ସଂଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।

ଜିଓ ଏୟାରଫାଇବର ଶୁଭାରମ୍ଭ ଅବସରରେ ରିଲାଏନ୍ସ ଜିଓ ଇନ୍‌ଫୋକକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ, “ଆମର ଫାଇବର-ଟୁ-ଦି-ହୋମ୍ ସେବା ଜିଓ ଫାଇବର ୧ କୋଟିରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି। ପ୍ରତିଦିନ ହଜାର ହଜାର ଲୋକ ସେଥିରେ ଯୋଡ଼ି ହେଉଛନ୍ତି। କିନ୍ତୁ ଏବେବି ଲକ୍ଷ ଲକ୍ଷ ଘର ଓ ଛୋଟ ବ୍ୟବସାୟୀଙ୍କୁ ଯୋଡ଼ିବା ବାକି ରହିଛି।

ଜିଓ ଏୟାରଫାଇବର ସହିତ ଦେଶର ସବୁ ଘରକୁ ସମାନ ଗୁଣବତ୍ତାର ସେବା ସହିତ ଆମେ ଶୀଘ୍ର ଯୋଡ଼ିବୁ। ଜିଓ ଏୟାରଫାଇବର ଶିକ୍ଷା, ସ୍ୱାସ୍ଥ୍ୟ, ନିରୀକ୍ଷଣ ଓ ସ୍ମାର୍ଟ ହୋମ୍ କ୍ଷେତ୍ରରେ ନିଜସ୍ୱ ସମାଧାନ ଜରିଆରେ ଲକ୍ଷ ଲକ୍ଷ ଘରକୁ ବିଶ୍ୱସ୍ତରୀୟ ଡିଜିଟାଲ୍ ମନୋରଞ୍ଜନ, ସ୍ମାର୍ଟ ହୋମ୍ ସେବା ଏବଂ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନ କରିବ।’’

ଜିଓ ଏୟାରଫାଇବରକୁ ଅନଲାଇନ୍ ଓ ଅଫ୍‌ଲାଇନ୍‌ରେ ବୁକିଂ କରାଯାଇପାରିବ। ୬୦୦୦୮ ୬୦୦୦୮ ନମ୍ବର ରେ ମିସଡ୍ କଲ୍ ଦେଇ କିମ୍ବା www.jio.com ୱେବସାଇଟ୍ ପରିଦର୍ଶନ କରି ବୁକିଂ ପ୍ରକ୍ରିୟା ଆରମ୍ଭ କରାଯାଇପାରିବ । ଜିଓ ଷ୍ଟୋରରୁ ମଧ୍ୟ ଜିଓ ଏୟାରଫାଇବର୍ କ୍ରୟ କରାଯାଇପାରିବ।