Categories
ଆଞ୍ଚଳିକ

ବିରସା ମୁଣ୍ଡା ଜୟନ୍ତୀ ଓ ଜାତୀୟ ଗଣମାଧ୍ୟମ ଦିବସରେ ବରିଷ୍ଠ ସାମ୍ବାଦିକ, କବି ତାରକ ମହାନ୍ତି ସମ୍ବର୍ଦ୍ଧିତ

ଭୁବନେଶ୍ୱର: ବିରସା ମୁଣ୍ଡା ଜୟନ୍ତୀ କମିଟି ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ଅବସରରେ ‘ଏକମାତ୍ର’ ଖବର କାଗଜ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ, କବି ତାରକ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ରାଜଧାନୀ ୟୁନିଟ-୨ରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ସମାଜସେବୀ ବିଶ୍ୱରଂଜନ ମହାନ୍ତି, ଓଲିଉଡ କ୍ରିଏଟିଭ ହେଡ ପ୍ରଣୟ ଜେଠି, ଅଣ୍ଡାମାନ-ନିକୋବରରେ ଥିବା ଓଡ଼ିଆ ଶିଳ୍ପପତି ଗଦାଧର ଦାସ ଓ ଫାସନ ଡିଜାଇନର ସୁଚରିତା ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହାନ୍ତିଙ୍କୁ ମାନପତ୍ର ଓ ବୃକ୍ଷଚାରା ଦେଇ ସମ୍ବର୍ଦ୍ଧିତ କରିଥିଲେ।

ମୁଖ୍ୟ ଅତିଥି ପ୍ରଦ୍ୟୁମ୍ନ ଶତପଥୀ ତାରକଙ୍କ ସାମ୍ବାଦିକତା ଓ ଏକମାତ୍ର ଖବର କାଗଜର ସ୍ୱତନ୍ତ୍ରତା ସମ୍ପର୍କରେ କହିବା ସହ ସାମ୍ପ୍ରତିକ ସମୟରେ ସାମ୍ବାଦିକତା କରିବା ସହଜ ନୁହେଁ ବୋଲି କହିଥିଲେ। ଅନ୍ୟ ଅତିଥିମାନେ ସହିଦ ବିରସା ମୁଣ୍ଡାଙ୍କ ସଂଘର୍ଷ ଓ ପ୍ରେସ ଦିବସର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ଅର୍ଗସ ସାମ୍ବାଦିକା ମାଧୁରୀ ମହାନ୍ତି, ଓଲିଉଡ ଅଭିନେତା ରାଜବୀର, ଅଭିନେତ୍ରୀ ପୂଜା ରାଓ ଓ ସମାଜସେବୀ ଦିଲ୍ଲୀପ ମୁଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସ୍ତମ୍ଭକାର ସତ୍ୟ ପାଣିଗ୍ରାହୀ।