Categories
ଆଜିର ଖବର ଖେଳ ଜାତୀୟ ଖବର

ଏହି ଗ୍ରାଉଣ୍ଡରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଡବ୍ଲୁଟିସି ଫାଇନାଲ ମ୍ୟାଚ

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ବିଶ୍ଵ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମ୍ୟାଚର ସ୍ଥାନ ଚୁଡାନ୍ତ ହୋଇଛି। ଆଜି ଅନ୍ତରାଷ୍ଟ୍ରୀୟ କ୍ରିକେଟ କାଉନ୍ସିଲ(ଆଇସିସି) ଏନେଇ ସୂଚନା ଦେଇଛି। ଫାଇନାଲ ମ୍ୟାଚ ଇଂଲଣ୍ଡର ସାଉଥେମ୍ପ୍ଟନରେ ଖେଳାଯିବ ବୋଲି ଆଇସିସି ଆଜି ସ୍ପଷ୍ଟ କରିଦେଇଛି। ସାଉଥେମ୍ପ୍ଟନର ହାମ୍ପଶାୟର ସ୍ଥିତ ବାଉଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜୁନ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ମ୍ୟାଚ ଖେଳାଯିବ। ଏହା ପୂର୍ବରୁ ବିଶ୍ଵ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମ୍ୟାଚ ଲଣ୍ଡନର ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯିବ ବୋଲି ସ୍ଥିର ହୋଇଥିଲା।

ତେବେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ସାଉଥେମ୍ପ୍ଟନରେ ଖେଳାଯିବ ବୋଲି ସୋମବାର ଦିନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଥିଲେ। ଏହି ନିଷ୍ପତ୍ତି ବହୁ ଦିନ ପୂର୍ବରୁ ନିଆଯାଇଥିଲା ବୋଲି ଗାଙ୍ଗୁଲି କହିଥିଲେ। କରୋନା ମହାମାରୀ କାରଣରୁ ଏଭଳି ନିଷ୍ପତ୍ତି ହୋଇଛି, କାରଣ ବର୍ତ୍ତମାନ ଖେଳାଯିବାକୁ ଥିବା ପଡ଼ିଆ ପାଖରେ ହୋଟେଲର ସୁବିଧା ଅଛି ବୋଲି ସେ କହିଥିଲେ।