Categories
ଆଜିର ଖବର ଜାତୀୟ ଖବର

ଡିସେମ୍ବର ୨୪ରେ ବିଶ୍ୱ-ଭାରତୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଡିସେମ୍ବର ୨୪, ୨୦୨୦ ଦିନ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ-ଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନର ଶତବାର୍ଷିକୀ ସମାରୋହକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିବେ । ପଶ୍ଚିମବଙ୍ଗ ରାଜ୍ୟପାଳ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ ।

ବିଶ୍ୱ-ଭାରତୀ ବିଷୟରେ

୧୯୨୧ ମସିହାରେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ-ଭାରତୀ ଦେଶର ସର୍ବ ପୁରାତନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । ୧୯୫୧ ମସିହା ମେ ମାସରେ ବିଶ୍ୱ-ଭାରତୀକୁ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ସଂସଦର ଏକ ଅଧିନିୟମ ଦ୍ଵାରା “ଜାତୀୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ” ଭାବେ ଘୋଷଣା କରାଯାଇଥିଲା । ଗୁରୁଦେବ ଟାଗୋରଙ୍କ ଦ୍ଵାରା ପ୍ରସ୍ତୁତ ଶିକ୍ଷାନୀତିକୁ ଏହି ବିଶ୍ୱବିଦ୍ୟାଳୟ ଅନୁସରଣ କରିଥିଲା, ଯଦିଓ ଧୀରେ ଧୀରେ ଏହା ସେହି ଢାଞ୍ଚାରେ ବିକଶିତ ହୋଇଥିଲା ଯେଭଳି ଆଧୁନିକ ବିଶ୍ୱବିଦ୍ୟାଳୟଗୁଡ଼ିକ ଅନ୍ୟତ୍ର ବିକଶିତ ହୋଇଥିଲେ । ପ୍ରଧାନମନ୍ତ୍ରୀ ହେଉଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ।