Categories
ଆଜିର ଖବର ଜାତୀୟ ଖବର

ୟୁନୋସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ଶାନ୍ତିନିକେତନ ସାମିଲ: ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ଶାନ୍ତିନିକେତନ ସାମିଲ ହେବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି।

ଏକ୍ସରେ ଶ୍ର୍ରୀ ମୋଦୀ ପୋଷ୍ଟ କରି କହିଛନ୍ତି ଯେ, ‘ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଦୃଷ୍ଟିକୋଣ ତଥା ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହୋଇଥିବାରୁ ଖୁସି। ଏହା ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ।’’

Categories
ଆଜିର ଖବର ଜାତୀୟ ଖବର

ଶାନ୍ତିନିକେତନ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଶତବାର୍ଷିକ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଶାନ୍ତିନିକେତନ ସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକ ଉତ୍ସବରେ ଉଦ୍‌ବୋଧନ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ବିଶ୍ୱଭାରତୀର ଏକଶତ ବର୍ଷର ଯାତ୍ରା ଅତୀବ ସ୍ୱତନ୍ତ୍ର ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ଏହି ବିଶ୍ୱବିଦ୍ୟାଳୟ ଗୁରୁଦେବଙ୍କ ବିଚାର, ଦୂରଦୃଷ୍ଟି ଏବଂ ମା’ ଭାରତୀଙ୍କ ପାଇଁ କଠିନ ପରିଶ୍ରମର ମୂର୍ତ୍ତିମନ୍ତ ପ୍ରତୀକ । ବିଶ୍ୱଭାରତୀ, ଶ୍ରୀନିକେତନ ଏବଂ ଶାନ୍ତିନିକେତନ ନିରବଚ୍ଛିନ୍ନଭାବେ ଗୁରୁଦେବଙ୍କ ଦ୍ୱାରା ଧାର‌୍ୟ୍ୟ ହୋଇଥିବା ଲକ୍ଷ୍ୟକୁ ପୂରଣ କରିବା ପାଇଁ କାର‌୍ୟ୍ୟ କରୁଥିବା ଆନନ୍ଦର ବିଷୟ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ପରିସ୍ଥିତିରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଚିନ୍ତା କରାଯାଇଥିଲା ସେ ଭାବନାକୁ ସ୍ମରଣ କରିବାର ସମୟ ଆସିଛି । ସ୍ୱାଧୀନତା ସଂଗ୍ରାମର ଲକ୍ଷ୍ୟ ସହିତ ଏହି ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ ଏକା ପ୍ରକାରର ଥିଲା । ଆହୁରି ମଧ୍ୟ ଏହା ସତ୍ୟ ଯେ ଏସବୁ ଆନ୍ଦୋଳନର ମୂଳଦୁଆ ଦେଶରେ ଯଥେଷ୍ଟ ଆଗରୁ ପଡିଥିଲା ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ସ୍ୱାଧୀନତା ସଂଗ୍ରାମ ଦେଶରେ ଶତାବ୍ଦୀ ଶତାବ୍ଦୀ ଧରି ଚାଲିଥିବା ବିଭିନ୍ନ ଆନ୍ଦୋନରୁ ଶକ୍ତି ପାଇଥିଲା । ଭକ୍ତି ଆନ୍ଦୋଳନ ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଏକତାକୁ ସୁଦୃଢ କରିଥିଲା । ଭକ୍ତି ଆନ୍ଦୋଳନ ସମୟରେ ଭାରତର ବିଭିନ୍ନ ଅଞ୍ଚଳରେ ସାଧୁସନ୍ଥମାନେ ଦେଶର ଚେତନାକୁ ଜାଗ୍ରତ କରି ରଖିଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଏକ ସଂଘର୍ଷରତ ଭାରତକୁ ମିଳିତ ଚେତନା ଓ ଆତ୍ମବିଶ୍ୱାସ ଶତାବ୍ଦୀ ଶତାବ୍ଦୀ ଧରି ଯୋଗାଇ ଦେବା ପାଇଁ ଭକ୍ତି ଆନ୍ଦୋଳନ ଏକ ପ୍ରବେଶ ଦ୍ୱାର ଥିଲା ।

Categories
ଆଜିର ଖବର ଜାତୀୟ ଖବର

ଡିସେମ୍ବର ୨୪ରେ ବିଶ୍ୱ-ଭାରତୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଡିସେମ୍ବର ୨୪, ୨୦୨୦ ଦିନ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ-ଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନର ଶତବାର୍ଷିକୀ ସମାରୋହକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିବେ । ପଶ୍ଚିମବଙ୍ଗ ରାଜ୍ୟପାଳ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ ।

ବିଶ୍ୱ-ଭାରତୀ ବିଷୟରେ

୧୯୨୧ ମସିହାରେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ-ଭାରତୀ ଦେଶର ସର୍ବ ପୁରାତନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । ୧୯୫୧ ମସିହା ମେ ମାସରେ ବିଶ୍ୱ-ଭାରତୀକୁ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ସଂସଦର ଏକ ଅଧିନିୟମ ଦ୍ଵାରା “ଜାତୀୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ” ଭାବେ ଘୋଷଣା କରାଯାଇଥିଲା । ଗୁରୁଦେବ ଟାଗୋରଙ୍କ ଦ୍ଵାରା ପ୍ରସ୍ତୁତ ଶିକ୍ଷାନୀତିକୁ ଏହି ବିଶ୍ୱବିଦ୍ୟାଳୟ ଅନୁସରଣ କରିଥିଲା, ଯଦିଓ ଧୀରେ ଧୀରେ ଏହା ସେହି ଢାଞ୍ଚାରେ ବିକଶିତ ହୋଇଥିଲା ଯେଭଳି ଆଧୁନିକ ବିଶ୍ୱବିଦ୍ୟାଳୟଗୁଡ଼ିକ ଅନ୍ୟତ୍ର ବିକଶିତ ହୋଇଥିଲେ । ପ୍ରଧାନମନ୍ତ୍ରୀ ହେଉଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ।