Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶାନ୍ତିନିକେତନ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଶତବାର୍ଷିକ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ
ଆଜିର ଖବର

ଶାନ୍ତିନିକେତନ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଶତବାର୍ଷିକ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

December 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଶାନ୍ତିନିକେତନ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଶତବାର୍ଷିକ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଶାନ୍ତିନିକେତନ ସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକ ଉତ୍ସବରେ ଉଦ୍‌ବୋଧନ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ବିଶ୍ୱଭାରତୀର ଏକଶତ ବର୍ଷର ଯାତ୍ରା ଅତୀବ ସ୍ୱତନ୍ତ୍ର ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ଏହି ବିଶ୍ୱବିଦ୍ୟାଳୟ ଗୁରୁଦେବଙ୍କ ବିଚାର, ଦୂରଦୃଷ୍ଟି ଏବଂ ମା’ ଭାରତୀଙ୍କ ପାଇଁ କଠିନ ପରିଶ୍ରମର ମୂର୍ତ୍ତିମନ୍ତ ପ୍ରତୀକ । ବିଶ୍ୱଭାରତୀ, ଶ୍ରୀନିକେତନ ଏବଂ ଶାନ୍ତିନିକେତନ ନିରବଚ୍ଛିନ୍ନଭାବେ ଗୁରୁଦେବଙ୍କ ଦ୍ୱାରା ଧାର‌୍ୟ୍ୟ ହୋଇଥିବା ଲକ୍ଷ୍ୟକୁ ପୂରଣ କରିବା ପାଇଁ କାର‌୍ୟ୍ୟ କରୁଥିବା ଆନନ୍ଦର ବିଷୟ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ପରିସ୍ଥିତିରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଚିନ୍ତା କରାଯାଇଥିଲା ସେ ଭାବନାକୁ ସ୍ମରଣ କରିବାର ସମୟ ଆସିଛି । ସ୍ୱାଧୀନତା ସଂଗ୍ରାମର ଲକ୍ଷ୍ୟ ସହିତ ଏହି ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ ଏକା ପ୍ରକାରର ଥିଲା । ଆହୁରି ମଧ୍ୟ ଏହା ସତ୍ୟ ଯେ ଏସବୁ ଆନ୍ଦୋଳନର ମୂଳଦୁଆ ଦେଶରେ ଯଥେଷ୍ଟ ଆଗରୁ ପଡିଥିଲା ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ସ୍ୱାଧୀନତା ସଂଗ୍ରାମ ଦେଶରେ ଶତାବ୍ଦୀ ଶତାବ୍ଦୀ ଧରି ଚାଲିଥିବା ବିଭିନ୍ନ ଆନ୍ଦୋନରୁ ଶକ୍ତି ପାଇଥିଲା । ଭକ୍ତି ଆନ୍ଦୋଳନ ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଏକତାକୁ ସୁଦୃଢ କରିଥିଲା । ଭକ୍ତି ଆନ୍ଦୋଳନ ସମୟରେ ଭାରତର ବିଭିନ୍ନ ଅଞ୍ଚଳରେ ସାଧୁସନ୍ଥମାନେ ଦେଶର ଚେତନାକୁ ଜାଗ୍ରତ କରି ରଖିଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଏକ ସଂଘର୍ଷରତ ଭାରତକୁ ମିଳିତ ଚେତନା ଓ ଆତ୍ମବିଶ୍ୱାସ ଶତାବ୍ଦୀ ଶତାବ୍ଦୀ ଧରି ଯୋଗାଇ ଦେବା ପାଇଁ ଭକ୍ତି ଆନ୍ଦୋଳନ ଏକ ପ୍ରବେଶ ଦ୍ୱାର ଥିଲା ।

ଶାନ୍ତିନିକେତନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.