Categories
ଆଜିର ଖବର ରାଜ୍ୟ ଖବର

15 ହଜାର ଟଙ୍କାରେ ଶିଶୁ କନ୍ୟାକୁ ବିକିଲେ ମାତା-ପିତା

ସମ୍ବଲପୁର :  ମାତ୍ର 15 ହଜାର ଟଙ୍କା ପାଇଁ ଶିଶୁ କନ୍ୟାକୁ ବିକିଛନ୍ତି ବାପା-ମା’ । ରେଢାଖୋଲ ଅଞ୍ଚଳରେ ଶିଶୁକନ୍ୟାକୁ ବିକ୍ରି ନେଇ ଅଭିଯୋଗ ଆସିଛି । ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ଅନ୍ତର୍ଗତ କେଉଟିବାହଳି ଗାଁର ଜଣେ ଦମ୍ପତି ତାଙ୍କର ମାସକର ଶିଶୁକନ୍ୟାକୁ କୁଷାପାଲି ଗାଁ’ର ଜଣେ ଦମ୍ପତିଙ୍କୁ ବିକ୍ରି କରିଦେଇଥିଲେ। ଏନେଇ ରେଢ଼ାଖୋଲ ଚାଇଲ୍ଡ ଲାଇନ ଥାନାରେ ଅଭିଯୋଗ କରିଥିଲା। ଚାଇଲ୍ଡ ଲାଇନ ଓ ଚାରମାଲ ପୋଲିସ୍‌ ଆଜି ସକାଳୁ ଶିଶୁଟିକୁ ଉଦ୍ଧାର କରିଥିଲେ। ଶିଶୁ କନ୍ୟାକୁ କିଣିଥିବା ଦମ୍ପତିଙ୍କୁ ଅଟକ ରଖି ପୋଲିସ୍‌ ପଚରାଉଚୁରା କରୁଛି ।  ଶିଶୁ କନ୍ୟାର ବୟସ ମାତ୍ର 1 ମାସ 7ଦିନ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।