Categories
ଆଜିର ଖବର ରାଜ୍ୟ ଖବର

ଅଟୋ ଓଲଟି ୧୩ ଗୁରୁତର, ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଜି ମଧ୍ୟାହ୍ନରେ ବୁଗୁଡ଼ା ବ୍ଳକ ଅନ୍ତର୍ଗତ ପଙ୍କଳ ସାହି ବୁଲାଣି ଠାରେ ଏକ ଅଟୋ ଟେମ୍ପୋ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଯେଉଁଥିରେ ଚାଳକ ଆପାରାଓ ଦୋରା ସମେତ ୩ ଜଣ ଶିଶୁ, ୭ ଜଣ ମହିଳା ଓ ୨ ଜଣ ପୁରୁଷ ଗୁରୁତର ଆହତ ହୋଇଥିଲେ। ଗୁରୁତର ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଦାର କରି ଲକ୍ଷ୍ମୀ ବସ୍ ଯୋଗେ ବୁଗୁଡ଼ା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ସମସ୍ତେ ବ୍ରହ୍ମପୁର ସିଦ୍ଧାର୍ଥ ନଗର ଅଞ୍ଚଳର। ବୁଗୁଡ଼ା ବ୍ଳକ ଅନ୍ତର୍ଗତ ମଣିତାରା ପଞ୍ଚାୟତ କରଣ୍ଡାଇ ଗ୍ରାମର ଏକ ଭୋଜି କାର୍ଯ୍ୟ ସାରି ଫେରୁଥିବା ବେଳେ ଏହିଭଳି ଘଟଣା ଘଟିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବୁଗୁଡ଼ା ଡ଼ାକ୍ତରଖାନା ଛକ ବୋମାମାଡ ଘଟଣା: ୭ ଯୁବକ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ କିଛି ଦିନ ତଳେ ବୁଗୁଡ଼ା ଡ଼ାକ୍ତରଖାନା ଛକରେ ରେଡିମେଡ୍ ଲୁଗା ଦୋକାନୀ ଦିଲେଶ୍ଵର ପାତ୍ରଙ୍କୁ ଏକ ଅଜଣା ମୋବାଇଲ ଫୋନରୁ ଫୋନ୍ କରି କିଛି ଯୁବକ ଦାଦା ବଟି ମାଗିଥିଲେ। ସେ ମନା କରିବାରୁ ମଧ୍ୟ ରାତ୍ରୀରେ କିଛି ଯୁବକ ଆସି ସେଠି ବୋମାମାଡ କରି ଫେରାର ହୋଇଯାଇଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଦିଲେଶ୍ଵର ପାତ୍ରଙ୍କ ଠାରୁ ଏତଲା ଗ୍ରହଣ କରିଥିଲେ। ପୋଲିସ ଏସ୍ ଆଇ ସମୀର ସେଠୀଙ୍କ ନେତୃତ୍ଵରେ ଛାନବିନ ଆରମ୍ଭ କରି ପ୍ରଥମେ ଜାଲ୍ ସିମ୍ ଦେଇଥିବା ଦୋକାନୀ ମାଲିକଙ୍କୁ ଧରି ଜେରା କରିଥିଲେ ଓ ପରବର୍ତ୍ତୀ ସମୟରେ ଅପରାଧୀଙ୍କ ସମେତ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ।

ଗିରଫ ଅପରାଧୀ ମାନଙ୍କ ଠାରୁ ପୋଲିସ ଏକ ଦେଶୀ ବନ୍ଧୁକ, ୩ ଟି ଜୀବନ୍ତ ଗୁଳି, ଦୁଇଟି ବୋମା, ଗୋଟିଏ ମୋବାଇଲ ଫୋନ ଓ ସିମ୍ ଜବତ୍ କରିଛନ୍ତି ଓ କେଶ୍ ନଂ ୫୧୫/୩୩ ଅନୁଯାୟୀ ମାମଲା ରୁଜୁ କରି ଅପରାଧୀ ମାନଙ୍କୁ କୋର୍ଟ ଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅନ୍ତଃସତ୍ତା ନାବାଳିକା ଉଦ୍ଧାର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: କଟକ ଶିଖରପୁର ଅଞ୍ଚଳର ଜନୈକା ନାବାଳିକା ଗର୍ଭବତୀ ଅବସ୍ଥାରେ ଥିବା ଖବର ପାଇ ବୁଗୁଡ଼ା ସିଡିପିଓ ବୁଗୁଡ଼ା ପୋଲିସ୍ ସହାୟତାରେ ଉଦ୍ଧାର କରିଛନ୍ତି। ସୁଚନା ଅନୁଯାୟୀ, ବୁଗୁଡ଼ା ଥାନା ଅନ୍ତର୍ଗତ ଜଗତପାଟଣା ଗ୍ରାମର ସୁରେନ୍ଦ୍ର ଡାକୁଆ ଉକ୍ତ ନାବାଳିକାକୁ ପ୍ରେମ ଜାଲରେ ବାନ୍ଧି ନିଜ ଘରେ ଆଣି ରଖିଥିଲା।

ଉକ୍ତ ନାବାଳିକା ୩ ମାସର ଗର୍ଭବତୀ ବୋଲି ପ୍ରଶାସନ ନିକଟକୁ ଖବର ଆସିବା ପରେ ଆଜି ସିଡିପିଓ ବବିତା ରାଣୀ ପଣ୍ଡା ବୁଗୁଡ଼ା ଥାନା ଅତିରିକ୍ତ ଆଇଆଇସି ଶର୍ମିଷ୍ଠା ପ୍ରଧାନ ଅନ୍ୟାନ୍ୟ କର୍ମଚାରୀଙ୍କ ସହାୟତାରେ ଚଢ଼ାଉ କରି ସୁରେନ୍ଦ୍ର ଘରୁ ଉଦ୍ଧାର କରିଛନ୍ତି। ଉଦ୍ଧାର ନାବାଳିକାକୁ ପୋଲିସ ଓ ପ୍ରଶାସନ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛନ୍ତି।