ବୁଗୁଡ଼ା ଡ଼ାକ୍ତରଖାନା ଛକ ବୋମାମାଡ ଘଟଣା: ୭ ଯୁବକ ଗିରଫ

Published: Jul 21, 2023, 11:48 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ କିଛି ଦିନ ତଳେ ବୁଗୁଡ଼ା ଡ଼ାକ୍ତରଖାନା ଛକରେ ରେଡିମେଡ୍ ଲୁଗା ଦୋକାନୀ ଦିଲେଶ୍ଵର ପାତ୍ରଙ୍କୁ ଏକ ଅଜଣା ମୋବାଇଲ ଫୋନରୁ ଫୋନ୍ କରି କିଛି ଯୁବକ ଦାଦା ବଟି ମାଗିଥିଲେ। ସେ ମନା କରିବାରୁ ମଧ୍ୟ ରାତ୍ରୀରେ କିଛି ଯୁବକ ଆସି ସେଠି ବୋମାମାଡ କରି ଫେରାର ହୋଇଯାଇଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଦିଲେଶ୍ଵର ପାତ୍ରଙ୍କ ଠାରୁ ଏତଲା ଗ୍ରହଣ କରିଥିଲେ। ପୋଲିସ ଏସ୍ ଆଇ ସମୀର ସେଠୀଙ୍କ ନେତୃତ୍ଵରେ ଛାନବିନ ଆରମ୍ଭ କରି ପ୍ରଥମେ ଜାଲ୍ ସିମ୍ ଦେଇଥିବା ଦୋକାନୀ ମାଲିକଙ୍କୁ ଧରି ଜେରା କରିଥିଲେ ଓ ପରବର୍ତ୍ତୀ ସମୟରେ ଅପରାଧୀଙ୍କ ସମେତ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ।

ଗିରଫ ଅପରାଧୀ ମାନଙ୍କ ଠାରୁ ପୋଲିସ ଏକ ଦେଶୀ ବନ୍ଧୁକ, ୩ ଟି ଜୀବନ୍ତ ଗୁଳି, ଦୁଇଟି ବୋମା, ଗୋଟିଏ ମୋବାଇଲ ଫୋନ ଓ ସିମ୍ ଜବତ୍ କରିଛନ୍ତି ଓ କେଶ୍ ନଂ ୫୧୫/୩୩ ଅନୁଯାୟୀ ମାମଲା ରୁଜୁ କରି ଅପରାଧୀ ମାନଙ୍କୁ କୋର୍ଟ ଚାଲାଣ କରିଛି।

Related posts