Categories
ଆଜିର ଖବର ରାଜ୍ୟ ଖବର

୬୩ ଲକ୍ଷ ଘରେ ବୁଲଡ୍ରୋଜର ଚଳାଇବାକୁ କେନ୍ଦ୍ର ସରକାର ନିଷ୍ପତି କରିଛନ୍ତି: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏକ ବଡ ଖୁଲାସା କରିଛନ୍ତି। ସେ ଭର୍ଚୁୟାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦିଲ୍ଲୀର ୬୩ ଲକ୍ଷ ଘରେ ବୁଲଡ୍ରୋଜର ଚାଲିବ। ଏ ନେଇ କେନ୍ଦ୍ର ବିଜେପି ସରକାର ଯୋଜନା କରିଛନ୍ତି ବୋଲି ସିସୋଦିଆ କହିଛନ୍ତି। ସେ କହିଛନ୍ତି ଯେ, ଏଥିରେ ୬୦ ଲକ୍ଷ ହେଉଛି କଚ୍ଚା ଘର। ଏ ନେଇ ବିଜେପି ତରଫରୁ ଏକ ବଡ ଯୋଜନା କରାଯାଇଛି ବୋଲି ମନୀଷ କହିଥିଲେ।

ମନୀଷ ପୁଣି କହିଛନ୍ତି ଯେ, ସେ ଏ ନେଇ ଗୃହମନ୍ତ୍ରୀ ଅମିତ ସାହାଙ୍କୁ ଏକ ଚିଠି ଲେଖି ଅବଗତ କରାଇଛି। ଏହି ଚିଠିରେ କେନ୍ଦ୍ର ସରକାରଙ୍କୁ ଏହି ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛି। ତେବେ ଏହି ଯୋଜନାକୁ ଆପ୍ ସରକାରଙ୍କ ତରଫରୁ ଦୃଢ ବିରୋଧ କରାଯାଇଛି। ଯଦି କେନ୍ଦ୍ର ସରକାର ଯୋରଜବରଦସ୍ତ ବୁଲଡ୍ରୋଜର ଲଗାନ୍ତି ତେବେ ଆପ କର୍ମି ତା ଆଗରେ ଛିଡା ହେବେ। ପରିସ୍ଥିତି ଯାହା ହେଲେ ବି ଆମେ ଏହାକୁ କେବେ କରାଇ ଦେବୁ ନାହିଁ ବୋଲି ମନୀଷ କହିଛନ୍ତି।