Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଅସହାୟ ବୃଦ୍ଧ ଦମ୍ପତ୍ତିକୁ ଉଦ୍ଧାର କଲା ପ୍ରଶାସନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ରେଳଷ୍ଟେସନ ନିକଟରେ ଅସହାୟ ଅବସ୍ଥାରେ ପଡ଼ି ରହିଥିବା ବୃଦ୍ଧବୃଦ୍ଧାଙ୍କୁ ଜିଲ୍ଲା ପ୍ରଶାସନ ଆଜି ଉଦ୍ଧାର କରିଛି। ଉକ୍ତ ବୃଦ୍ଧବୃଦ୍ଧା ନିରଶ୍ରୟ ଅବସ୍ଥାରେ ଏବଂ ଆଖିକୁ ଦେଖାଯାଉନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଉକ୍ତ ସ୍ଥାନରେ ପଡ଼ି ରହିଥିଲେ। ଜନୈକ ରିପୋର୍ଟରଙ୍କ ଖବରଦେବା ପରେ ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତିଭାସନଙ୍କ ନିର୍ଦ୍ଦେଶ କ୍ରମେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା। ଦମ୍ପତ୍ତି ଦୁଇ ହେଲେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ତହସିଲ୍ ମହାଲିଙ୍ଗି ଗ୍ରାମର ହରିଶ୍ଚନ୍ଦ୍ର ପ୍ରଧାନ (୮୦) ଏବଂ ତାଙ୍କ ସ୍ତ୍ରୀ ପ୍ରତିମା ପ୍ରଧାନ। ଉପଜିଲ୍ଲାପାଳ କୀର୍ତ୍ତି ଭାସନଙ୍କ ନିର୍ଦ୍ଦେଶ କ୍ରମେ ରେଡ଼କ୍ରସ ପାଣ୍ଠିରୁ ଦମ୍ପତ୍ତିଙ୍କୁ ୭୫୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା।

ଉଭୟଙ୍କ ଅନୁରୋଧକ୍ରମେ ସେମାନଙ୍କୁ ସୋମପେଣ୍ଠା ଚକ୍ଷୁ ଚିକିତ୍ସାଳୟ ପଠାଇ ଦିଆଯାଇଛି। ଉପଜିଲ୍ଲାପାଳ କାର୍ଯ୍ୟାଳୟରୁ ସହକାରୀ ଜିଲ୍ଲାପାଳ ବିନୋଦ କୁମାର ବେହେରା, ଏସ୍‌ପିଓ ଅଶୋକ କୁମାର ପଟ୍ଟନାୟକ, ନାଜିର ମନୋରଂଜନ ପ୍ରମୁଖ ଉଦ୍ଧାର କରିଥିବାବେଳେ ନିକଟସ୍ଥ ଆର୍‌ପିଏଫ୍ ଥାନାଧିକାରୀ, ଷ୍ଟେସନ ମ୍ୟାନେଜର ଏବଂ ଅଟୋଷ୍ଟାଣ୍ଡର ସଦସ୍ୟମାନେ ସହଯୋଗ କରିଥିଲେ।