Categories
ଆଜିର ଖବର ରାଜ୍ୟ ଖବର

ପୁରୀ ସମୁଦ୍ରକୂଳ ରୋଡରେ ବେଆଇନ ପାର୍କିଂ କରିଥିବା ଗାଡିକୁ ଉଠାଇନେଲା ପୋଲିସ

ପୁରୀ: ଗତକାଲି ରାତିରେ ପୁରୀ ପୋଲିସ ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ତାହା ହେଲା ପୁରୀ ସମୁଦ୍ରକୂଳ ରୋଡରେ ବେଆଇନ ପାର୍କିଂ କରିଥିବା ଗାଡି ଜବତ। ରାତିରେ ପୋଲିସ ସ୍ବତନ୍ତ୍ର ଗାଡି ମାଧ୍ୟମରେ ବେଆଇନ ପାର୍କିଂ କରିଥିବା ଗାଡିକୁ ସିଧା ଉଠାଇ ନେଇଛି। ଯାହାକୁ ନେଇ ସାଧାରଣ ଲୋକେ ବେଶ ଖୁସି ପ୍ରକଟ କରିଛନ୍ତି।

ସାଧାରଣତଃ ପୁରୀ ସମୁଦ୍ରକୂଳରେ ସଂଧ୍ୟାବେଳେ ବୁଲିବା ପାଇଁ ସେଠାରେ ପ୍ରବଳ ଭିଡ ହୁଏ। ହେଲେ ଯେଉଁମାନେ ଦୂରଦୂରାନ୍ତରୁ ଆସିଥାନ୍ତି ସେମାନେ ପାର୍କିଂ ସ୍ଥାନରେ ଗାଡି ପାର୍କିଂ ନ କରି ରୋଡ ଉପରେ କରନ୍ତି। ଫଳରେ ସାଧାରଣ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଥାଏ। ଏହାକୁ ଲକ୍ଷ ରଖି ପୁରୀ ପୋଲିସ ତରଫରୁ ଏହି କଡା ପଦକ୍ଷେପ ଗ୍ରହଣ କରାଯାଇଛି।