Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ମୁମ୍ବାଇ ଏବଂ ଦିଲ୍ଲୀରେ ସଂକ୍ରମଣ ହ୍ରାସ ପାଉଥିବା ବେଳେ ବେଙ୍ଗୁଲୁରୁ ସ୍ଥିତି ଚିନ୍ତାଜନକ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶର ୧୨ ରୁ ଅଧିକ ରାଜ୍ୟରେ କରୋନା ସଂକ୍ରମଣ ଏବେ ବି ଚିନ୍ତାଜନକ ଅଛି। ଏହି ରାଜ୍ୟଗୁଡିକରେ ୧ ଲକ୍ଷରୁ ଅଧିକ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ଗୁଜୁରାଟରେ କରୋନା ମାମଲାରେ ହ୍ରାସ ପାଇଛି, ଯାହା ଏକ ଭଲ ସଂକେତ ଅଟେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅତିରିକ୍ତ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ, ମୁମ୍ବାଇ ଏବଂ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ବେଙ୍ଗୁଲୁରୁର ସ୍ଥିତି ବର୍ତ୍ତମାନ ଚିନ୍ତାଜନକ ଅଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୨୪ ଘଣ୍ଟାରେ ୩ ଲକ୍ଷ ୮୨ ହଜାର ୩୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭୮୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ୩୪ ଲକ୍ଷ ୮୭ ହଜାର ୨୨୯ ସକ୍ରିୟ ମାମଲା ରହିଥିବା ବେଳେ ୨ ଲକ୍ଷ ୨୬ ହଜାର ୧୮୮ ଜଣ ମୃତ୍ୟୁବରଣ କରିଛନ୍ତି।