Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜବତ ଗଞ୍ଜେଇକୁ ନଷ୍ଟ କଲା କଣ୍ଟାମାଳ ପୋଲିସ, ଦୁଇ ଅଭିଯୁକ୍ତ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ କଣ୍ଟାମାଳ ପୋଲିସର ଏକ ସ୍ବତନ୍ତ୍ର ଦଳ ଲମ୍ବସରୀ ନିକଟ ମାନପଦର ଗ୍ରାମରେ ଚଢ଼ାଉ କରି ୩୧ କୁଇଣ୍ଟାଲ୍ ଓ ୫ ଟି ବନ୍ଧୁକ ଜବତ କରିଥିଲା। ଏହା ସହ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଗ୍ରାମର ଅଜୟ ମଳିକ ଓ ପଙ୍କଜ ମଳିକ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ନିଶାଦ୍ରବ୍ୟ ଚାଲାଣ କରୁଥିବା ଏନ୍ ଡି ପି ଏସ୍ ଆଇନ ଅନୁଯାୟୀ ସେମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।

ଏତଦବ୍ୟତୀତ ଜବତ୍ ଗଞ୍ଜେଇକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଡ଼ି ନଷ୍ଟ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ ଡି ପି ଓ ଆନନ୍ଦ ବର୍ଦ୍ଧନ ଗୁରୁ ସୂଚନା ଦେଇଛନ୍ତି। କିନ୍ତୁ ଗଞ୍ଜେଇ ଚାଲାଣର ମୁଖ୍ୟ ଅଭିଯୁକ୍ତ ଫେରାର ଅଛି, ଖୁବ ଶୀଘ୍ର ତାକୁ ଗିରଫ କରାଯିବ ବୋଲି ଏସ୍ ଡି ପି ଓ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ନଳିନୀକାନ୍ତ ଦାସ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।