Categories
ଆଜିର ଖବର ରାଜ୍ୟ ଖବର

ବିଜେପିରୁ ଇସ୍ତଫା ଦେବାକୁ ଚାହିଁଥିଲେ, କିନ୍ତୁ ବ୍ରହ୍ମଗିରି ମଣ୍ଡଳ ସଭାପତିଙ୍କୁ ନିଲମ୍ବନ କଲା ଦଳ

ପୁରୀ: ଦଳ ବିରୋଧୀ କାର୍ଯ୍ୟ ଦର୍ଶାଇ ବିଜେପି ବ୍ରହ୍ମଗିରି ମଣ୍ଡଳ ସଭାପତି ଭଗବାନ ନାୟକଙ୍କୁ ନିଲମ୍ବନ କରାଯାଇଛି। ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ନାୟକଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି। ଏନେଇ ଦଳର ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍‌ ଦାସ ସୂଚନା ଦେଇଛନ୍ତି। କିନ୍ତୁ ଏହା ପୂର୍ବରୁ ସେ ଦଳରୁ ଇସ୍ତଫା ଦେବା ଲାଗି ଇଚ୍ଛା ପ୍ରକାଶ କରିଥିଲେ।

ସୂଚନା ମୁତାବକ ଭଗବାନ ଡିସେମ୍ବର ୩୧ ତାରିଖରେ ପୁରୀ ଜିଲ୍ଲା ସଭାପତି ଏବଂ ବ୍ରହ୍ମଗିରି ବିଧାୟକଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଇଥିଲେ। ସେ ତାଙ୍କ ବ୍ୟକ୍ତିଗତ କାରଣରୁ ଦଳ ଛାଡିବା ସହିତ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଜଣାଇଥିଲେ। ହେଲେ ଦଳ ବିରୋଧୀ କାର୍ଯ୍ୟ ଦର୍ଶାଇ ତାଙ୍କୁ ଦଳ ନିଲମ୍ବନ କରିଛି।