Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ଅବକାରୀ ଅଧିକ୍ଷକଙ୍କ ନେତୃତ୍ୱରେ ବିପୁଳ ମଦ ଜବତ: ୫ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ତଥା ବ୍ରହ୍ମପୁର ଅବକାରୀ ଅଧିକ୍ଷକଙ୍କ ନେତୃତ୍ୱରେ ଆଜି ସୋରଳ, ଧାନଗଡ଼ ଓ ମାଳକୁଟ ଅଂଚଳରେ ଅବକାରୀ ଚଢ଼ାଉ ହୋଇଥିଲା। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଭାବେ ହରପ୍ରସାଦ ଭୋଇ ସାମିଲ ଥିଲେ। ଦୁଇ ପ୍ଲୁଟନ ଏପିଆର୍ ଫୋର୍ସ ସହାୟତାରେ ଏହି ଅଂଚଳରେ ଚଢ଼ାଉ ହୋଇ ୮୦ ଲିଟର ବେଆଇନ ମଦ, ୨୧.୬୦୦ ଲିଟର ନକଲି ବ୍ରାଣ୍ଡ ବିଦେଶୀ ମଦ, ୨୨.୦୫୦ ବିଅର ଓ ୪୦ ଲିଟର ଦେଶୀ ମଦ ଜବତ କରାଯାଇଛି।

ବେଆଇନ ମଦ ବିକ୍ରି ଅଭିଯୋଗରେ ସୋରଳ ଗ୍ରାମର ଦେବେନ୍ଦ୍ର ବେହେରା ଓ ଡ଼ମ୍ବୁରୁ ବେହେରା, ଧାନଗଡ଼ ଗ୍ରାମର ସୁଶାନ୍ତ କୁମାର ସାହୁ ଏବଂ ମାଳକୁଟ ଗ୍ରାମର ରାମଚନ୍ଦ୍ର ମଲିକ ଓ ଅରକ୍ଷିତ ମଲିକକୁ ଗିରଫ କରାଯାଇଛି।

ଚଢ଼ାଉରେ ଚିକିଟି ଅବକାରୀ ଥାନା ନିରୀକ୍ଷକ ବାଳକୃଷ୍ଣ ପରିଡ଼ା, ବ୍ରହ୍ମପୁର ସଦର ଅବକାରୀ ନିରୀକ୍ଷକ ଆର୍‌ଆଇ ହାଁସଦ, ଚିକିଟି ଅବକାରୀ ଓଆଇସି ତପସ୍ମିନୀ ବରାଳ, ଅବକାରୀ ଉପ ନିରୀକ୍ଷକ ଶ୍ରୀଧର ମହାନ୍ତି, ଦକ୍ଷିଣାଞ୍ଚଳ ଡ଼ିଭିଜନ ଅଫିସ ଉପ ନିରୀକ୍ଷକ ସଂଜୟ କାଣ୍ଡି, ଗୋଳନ୍ଥରା ଓଆଇସି ସୁବାସ ମହାଙ୍କୁଡ଼, ଉପ ଅବକାରୀ ଅଧିକ୍ଷକ ଅଫିସ୍ ସହକାରୀ ଉପ ନିରୀକ୍ଷକ ସୁଦର୍ଶନ ବିଷୋୟୀ ଓ ଦଣ୍ଡ ଶବର ଏବଂ ବ୍ରହ୍ମପୁର ସଦର ଦ୍ୱିତୀୟ ଅବକାରୀ ଥାନା ସହକାରୀ ଉପ ନିରୀକ୍ଷକ ପ୍ରଦୀପ କୁମାର ସାହୁଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।