Categories
ଆଜିର ଖବର ରାଜ୍ୟ ଖବର

ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ଏସଏମଆଇଟି ପରିସରରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ସମ୍ମାନ ପ୍ରଦର୍ଶନ

ଖଲ୍ଲିକୋଟ/ବ୍ରହ୍ମପୁର: ୧୯୭୧ ଯୁଦ୍ଧରେ ପାକିସ୍ତାନ ବିପକ୍ଷରେ ଭାରତର ଐତିହାସିକ ବିଜୟକୁ ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ କରାଯାଉଛି। ଏହି ଉପଲକ୍ଷେ ସାରା ଦେଶରେ ପରିକ୍ରମା କରୁଥିବା ସ୍ୱର୍ଣ୍ଣିମ ବିଜୟ ମଶାଲ ବର୍ତ୍ତମାନ ଓଡ଼ିଶା ମାଟିରେ ରହିଛି।

ଆଜି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଏବଂ ବ୍ରହ୍ମପୁରସ୍ଥିତ ଏସଏମଆଇଟି ପରିସରରେ ସ୍ୱର୍ଣ୍ଣିମ ବିଜୟ ମଶାଲ ପହଞ୍ଚିଥିଲା। ଏହି ଅବସରରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଗ୍ରୁପ ହେଡକ୍ଵାର୍ଟର୍ସ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗୋପାଳପୁରସ୍ଥିତ ସ୍ଥଳସେନା ବାୟୁ ପ୍ରତିରକ୍ଷା ବାହିନୀ ପକ୍ଷରୁ ସାମରିକ ସଙ୍ଗୀତ ପରିବେଷଣ କରାଯାଇଥିଲା।

ଏହାଛଡ଼ା ‘ୱାର’ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏନସିସି ପ୍ରାର୍ଥୀମାନେ ଗାର୍ଡ ଅଫ୍ ଅନର ପ୍ରଦାନ ପୂର୍ବକ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ସମ୍ମାନ ଜଣାଇଥିଲେ। କ୍ୟାଡେଟମାନେ ସମ୍ପୂର୍ଣ୍ଣ ଦେଶାତ୍ମବୋଧ ଭାବନା ନେଇ ସ୍ୱର୍ଣ୍ଣିମ ବିଜୟ ବର୍ଷ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।