Categories
ଆଞ୍ଚଳିକ

ଆଇଏନଏସ ଚିଲିକାରେ ରକ୍ତଦାନ ଶିବିର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ସ୍ୱର୍ଣ୍ଣିମ ବିଜୟ ବର୍ଷ ଏବଂ ଆଜାଦି କା ଅମୃତ ମହୋତ୍ସବ ତଥା ନୌସେନା ସପ୍ତାହ କାର୍ଯ୍ୟକଳାପର ଏକ ଅଂଶ ଭାବରେ ଆଇଏନଏସ ଚିଲିକା ଓ ଆଇଏନଏଚଏସ ନିଭାରିଣି, ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ, ବ୍ରହ୍ମପୁର ବ୍ଲଡ ବ୍ୟାଙ୍କର ସହଯୋଗରେ ଗତକାଲି ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ। ସେବା କର୍ମଚାରୀ ତଥା ଚିଲିକା ଷ୍ଟେସନରେ କାର୍ଯ୍ୟରତ ଥିବା ପ୍ରତିରକ୍ଷା କର୍ମଚାରୀ ଓ ବେସାମରିକ ନାଗରିକମାନେ ଏହି ଉତ୍ସବରେ ରକ୍ତଦାନ କରିବା ସହ ଉକ୍ତ ମହତ କାର୍ଯ୍ୟରେ ସହଯୋଗ କରିଥିଲେ।

ବିଶିଷ୍ଟ ରକ୍ତଦାତାମାନଙ୍କ ମଧ୍ୟରେ ନାଭାଲ୍ ବେସ୍ ଚିଲିକାର ଷ୍ଟେସନ୍ କମାଣ୍ଡର, ଆଈଏନଏଚଏସ ନିଭାରିଣିର କମାଣ୍ଡିଂ ଅଫିସର, ଏନଡବ୍ଲୁଡବ୍ଲୁଏ ଚିଲିକା ସଭାପତି ଏବଂ ଆଈଏନଏସ ଚିଲିକା ଓ ଆଇଏନଏଚଏସ ନିଭାରିଣିର ବହୁ ପୁରୁଷ ଏବଂ ମହିଳା ଅଧିକାରୀମାନେ ସାମିଲ ଥିଲେ। ଉକ୍ତ ଦିନିକିଆ ଶିବିରରେ ସମୁଦାୟ ୧୧୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

୧୯୭୧ ଯୁଦ୍ଧବୀରମାନଙ୍କ ବାସଭବନରେ ସ୍ୱର୍ଣ୍ଣିମ ବିଜୟ ମଶାଲ

ଭୁବନେଶ୍ୱର: ‘ସ୍ୱର୍ଣ୍ଣିମ ବିଜୟ ବର୍ଷ’ ପାଳନ ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ପବିତ୍ର ବିଜୟ ମଶାଲର ଦୀର୍ଘ ୬ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମରେ ଗରିମାମୟ ଉପସ୍ଥିତି ରହିଥିଲା । ତତ୍ ସହିତ ୧୯୭୧ ଯୁଦ୍ଧବୀର ଯବାନଙ୍କ ବାସଗୃହକୁ ଯାତ୍ରା କରିବା ଅବସରରେ ସବୁଠାରେ ଏହାକୁ ଉଚ୍ଛ୍ୱସିତ ସମ୍ମାନ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ଏହି ସ୍ମୃତି ଭୁବନେଶ୍ୱରବାସୀଙ୍କ ମନରେ ତାଜା ରହିଥିବା ବେଳେ ଆଜି ବିଜୟ ମଶାଲ ଏହାର ଯାତ୍ରାର ଅଂଶସ୍ୱରୁପ କଟକ, ବଡମ୍ବା ଓ ଢେଙ୍କାନାଳ ଗସ୍ତ କରିଥିଲା । ୧୯୭୧ ଯୁଦ୍ଧରେ ଅଂଶଗ୍ରହଣ କରିଥିବା କଟକରେ ରହୁଥିବା ଯୁ୍‌ଦ୍ଧ ବୀର ଯବାନ କ୍ୟାପ୍‌ଟେନ ବି.ଏନ.ମିଶ୍ର, ଓ ବ୍ରିଗେଡିୟର ପି.କେ.ସାହୁ, ବଡମ୍ବାରେ ସୁବେଦାର ଅଚ୍ୟୁତାନନ୍ଦ ରାଉତ, ଢେଙ୍କାନାଳରେ ବ୍ରିଗେଡିୟର କେ.ପି. ସିିଂହଦେଓ (ବିଶିଷ୍ଟ ସେବା ମେଡାଲ) ଏବଂ ଉଇଙ୍ଗ କମାଣ୍ଡର ବି.ଏସ୍‌. ସିହଂଦେଓଙ୍କ ବାସଭବନକୁ ଯାତ୍ରା କରିଥିଲା ।

ସବୁଠାରେ ବିଜୟ ମଶାଲକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଓ ସମ୍ମାନ ପ୍ରଦର୍ଶନ କରାଯିବା ସହ ଯୁଦ୍ଧବୀର ଯବାନମାନେ ସେମାନଙ୍କର ଯୁଦ୍ଧରେ ଅଂଶଗ୍ରହଣର ଅଭିଜ୍ଞତା ପ୍ରକାଶ କରିଥିଲେ । ଏହି ଅବସରରେ ଅଳ୍ପ ସମୟ ପାଇଁ ହେଲେ ମଧ୍ୟ କଟକ, ବଡମ୍ବା ଓ ଢେଙ୍କାନାଳର ଜନସାଧାରଣ ଭାରତର ୧୯୭୧ ମସିହା ଯୁଦ୍ଧ ବିଜୟର ୫୦ ବର୍ଷ ପୂର୍ତି ଉପଲକ୍ଷେ ପାଳନ କରାଯାଉଥିବା ସ୍ୱର୍ଣ୍ଣମ ବିଜୟ ବର୍ଷର ବିଜୟ ସ୍ମାରକୀ ‘ ବିଜୟ ମଶାଲ’କୁ ଦର୍ଶନ କରିବାର ସୁଯୋଗ ପାଇ ସମ୍ମାନ ପ୍ରଦର୍ଶନ କରି ଗର୍ବ ଅନୁଭବ କରିଥିଲେ ।

Categories
ଆଜିର ଖବର ଖେଳ

କଳିଙ୍ଗ ଷ୍ଟାଡିୟମ୍‌ରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ସ୍ୱାଗତ

ଭୁବନେଶ୍ୱର: ଆଜି ସକାଳେ ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନର ସ୍ମାରକୀ ପବିତ୍ର ବିଜୟ ମଶାଲକୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ହକି କମ୍ପେ୍ଲକ୍ସକୁ ଅଣାଯାଇଥିଲା । ଏହାକୁ ଭାରତୀୟ ହକି ଦଳର ପୂର୍ବତନ ଅଲିମ୍ପିକ୍ ଖେଳାଳି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ତଥା ଲାଜାରସ୍ ବାର୍ଲା ଶ୍ରଦ୍ଧା ଓ ସମ୍ମାନର ସହ ଗ୍ରହଣ କରିଥିଲେ ।

୧୯୭୧ ଯୁଦ୍ଧର ବୀର ଯବାନମାନଙ୍କ ସ୍ମୃତିଚାରଣ କରିବା ସହ ବୀର ଯୋଦ୍ଧାମାନଙ୍କ ବୀରତ୍ୱ ଓ ସଫଳତା ପାଇଁ ଆମେ ଗର୍ବିତ ବୋଲି ପଦ୍ମଶ୍ରୀ ଶ୍ରୀ ତିର୍କୀ ପ୍ରକାଶ କରିଥିଲେ । ଏଥିସହ ଏଠାରେ ଆଗାମୀ ଜୁନିଅର ବିଶ୍ୱ ହକି ଚମ୍ପିୟାନସିପ୍‌ରେ ଅଂଶ ଗ୍ରହଣ କରିବାକୁ ଥିବା ପୁରୁଷ ଓ ମହିଳା ଦଳର ହକି ଖେଳାଳିମାନେ ମଧ୍ୟ ଉପସ୍ଥିତ ରହି ସ୍ୱର୍ଣ୍ଣିମ ବିଜୟ ମଶାଳକୁ ସମ୍ମାନ ପ୍ରଦର୍ଶନ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ଏସଏମଆଇଟି ପରିସରରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ସମ୍ମାନ ପ୍ରଦର୍ଶନ

ଖଲ୍ଲିକୋଟ/ବ୍ରହ୍ମପୁର: ୧୯୭୧ ଯୁଦ୍ଧରେ ପାକିସ୍ତାନ ବିପକ୍ଷରେ ଭାରତର ଐତିହାସିକ ବିଜୟକୁ ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ କରାଯାଉଛି। ଏହି ଉପଲକ୍ଷେ ସାରା ଦେଶରେ ପରିକ୍ରମା କରୁଥିବା ସ୍ୱର୍ଣ୍ଣିମ ବିଜୟ ମଶାଲ ବର୍ତ୍ତମାନ ଓଡ଼ିଶା ମାଟିରେ ରହିଛି।

ଆଜି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଏବଂ ବ୍ରହ୍ମପୁରସ୍ଥିତ ଏସଏମଆଇଟି ପରିସରରେ ସ୍ୱର୍ଣ୍ଣିମ ବିଜୟ ମଶାଲ ପହଞ୍ଚିଥିଲା। ଏହି ଅବସରରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଗ୍ରୁପ ହେଡକ୍ଵାର୍ଟର୍ସ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗୋପାଳପୁରସ୍ଥିତ ସ୍ଥଳସେନା ବାୟୁ ପ୍ରତିରକ୍ଷା ବାହିନୀ ପକ୍ଷରୁ ସାମରିକ ସଙ୍ଗୀତ ପରିବେଷଣ କରାଯାଇଥିଲା।

ଏହାଛଡ଼ା ‘ୱାର’ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏନସିସି ପ୍ରାର୍ଥୀମାନେ ଗାର୍ଡ ଅଫ୍ ଅନର ପ୍ରଦାନ ପୂର୍ବକ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ସମ୍ମାନ ଜଣାଇଥିଲେ। କ୍ୟାଡେଟମାନେ ସମ୍ପୂର୍ଣ୍ଣ ଦେଶାତ୍ମବୋଧ ଭାବନା ନେଇ ସ୍ୱର୍ଣ୍ଣିମ ବିଜୟ ବର୍ଷ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜାଦି କା ଅମୃତ ମହୋତ୍ସବ’ ଉପଲକ୍ଷେ ପ୍ରାଚୀନ ନଦୀ ‘ପ୍ରାଚୀ’ରେ ନୌଯାତ୍ରା

ସୀତାରାମ ଅଗ୍ରୱାଲ
ଚିଲିକା: ଆଜାଦି କା ଅମୃତ ମହୋତ୍ସବ ଏବଂ ସ୍ୱର୍ଣ୍ଣିମ ବିଜୟ ବର୍ଷ ନିମନ୍ତେ ଚାଲିଥିବା ଉତ୍ସବର ଏକ ଅଂଶବିଶେଷ ଭାବରେ ୪ ଜଣ ନାଭାଲ୍ ପର୍ସନାଲ, ଭେଟେରାନ୍ସ କ୍ଲବ୍ ଅଫ ଓଡ଼ିଶା ର ୪ ଜଣ ଭେଟେରାନ ଓ ଜଣେ ଯୋଗଚାର୍ଯ୍ୟ ପ୍ରାଚୀନ ନଦୀ ‘ପ୍ରାଚୀ’ ରେ ଏକ ଜଳଯାତ୍ରା ସଫଳତାର ସହ ସମାପ୍ତ କରିଛନ୍ତି। ନାଭାଲ ଅଧିକାରୀ-ଇନ୍-ଚାର୍ଜ(ଓଡିଶା) ଙ୍କ ତରଫରୁ ସାମଗ୍ରୀ ଏବଂ ପ୍ରଶାସନିକ ସହାୟତା ଦ୍ୱାରା ଉକ୍ତ ଜଳଯାତ୍ରାକୁ ଭାରତୀୟ ନୌସେନା ଏବଂ ଭେଟେରାନ୍ସ କ୍ଲବ୍ ଅଫ୍ ଓଡିଶା ମିଳିତ ଭାବେ ସଂଯୋଜନା କରିଥିଲା।

ଉକ୍ତ ନୌଯାତ୍ରା କୁ ଅକ୍ଟୋବର ୧୮ ତାରିଖରେ ସାନ ମୁଣ୍ଡୁଳିରୁ ନେଭି ଫାଉଣ୍ଡେସନର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଏନଏମ, ଭିଏସଏମ, କମ୍ରେଡ଼ ଦିନବନ୍ଧୁ ଜେନା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ନୌଯାତ୍ରା ସମୟରେ ଡ଼ଙ୍ଗାଟି ଐତିହାସିକ ପ୍ରାଚୀ ନଦୀ କୂଳରେ ଥିବା ବିଭିନ୍ନ ଘାଟଗୁଡ଼ିକୁ ଅତିକ୍ରମ କରିଥିଲା। ଦୁଇ ଦିନିଆ ଏହି ଜଳଯାତ୍ରା ଦ୍ୱାରା ବଙ୍ଗୋପସାଗରକୁ ଯାଇଥିବା ପ୍ରାଚୀ ନଦୀର ଐତିହାସିକ ବାଣିଜ୍ୟ ମାର୍ଗକୁ ପୁନଃ ପରିଦର୍ଶନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।

ବିଶେଷ କରି ୧୯୭୧ ଯୁଦ୍ଧରେ ଭାରତୀୟ ନୌସେନାର ଭୂମିକା ଏବଂ ମହତ୍ୱ ବିଷୟରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଅକ୍ଟୋବର ୧୯ ତାରିଖ ଦିନ ପୁରୀ ଜିଲ୍ଲାର ବାଲେଶ୍ୱର ମନ୍ଦିରଠାରେ ଏହି ନଦୀ ଯାତ୍ରା ଶେଷ ହୋଇଥିଲା ଯେଉଁଠାରେ ପ୍ରାଚୀ ନଦୀ ବଙ୍ଗୋପସାଗର ସହ ମିଶୁଛି।

ତେବେ ସେଠାରେ ଉକ୍ତ ନୌଯାତ୍ରା ଟିମକୁ ନାଭାଲ ଅଫିସର ଇନଚାର୍ଜ (ଓଡିଶା) କମ୍ରେଡ଼ ଏନ. ପି ପ୍ରଦୀପ ପାଛୋଟି ନେବା ସହ ସେମାନଙ୍କ ସ୍ୱାଗତ ସତ୍କାର କରିଥିଲେ। ଏହି ସମୟରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତ ବେହେରା ମଧ୍ୟ ଉପସ୍ଥିତ ଥିଲେ ଏବଂ ନୌଯାତ୍ରା ଟିମ ସହ ବିଭିନ୍ନ ଆଲୋଚନା କରିଥିଲେ।