ଆଇଏନଏସ ଚିଲିକାରେ ରକ୍ତଦାନ ଶିବିର ଅନୁଷ୍ଠିତ

Published: Nov 21, 2021, 12:14 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ସ୍ୱର୍ଣ୍ଣିମ ବିଜୟ ବର୍ଷ ଏବଂ ଆଜାଦି କା ଅମୃତ ମହୋତ୍ସବ ତଥା ନୌସେନା ସପ୍ତାହ କାର୍ଯ୍ୟକଳାପର ଏକ ଅଂଶ ଭାବରେ ଆଇଏନଏସ ଚିଲିକା ଓ ଆଇଏନଏଚଏସ ନିଭାରିଣି, ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ, ବ୍ରହ୍ମପୁର ବ୍ଲଡ ବ୍ୟାଙ୍କର ସହଯୋଗରେ ଗତକାଲି ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ। ସେବା କର୍ମଚାରୀ ତଥା ଚିଲିକା ଷ୍ଟେସନରେ କାର୍ଯ୍ୟରତ ଥିବା ପ୍ରତିରକ୍ଷା କର୍ମଚାରୀ ଓ ବେସାମରିକ ନାଗରିକମାନେ ଏହି ଉତ୍ସବରେ ରକ୍ତଦାନ କରିବା ସହ ଉକ୍ତ ମହତ କାର୍ଯ୍ୟରେ ସହଯୋଗ କରିଥିଲେ।

ବିଶିଷ୍ଟ ରକ୍ତଦାତାମାନଙ୍କ ମଧ୍ୟରେ ନାଭାଲ୍ ବେସ୍ ଚିଲିକାର ଷ୍ଟେସନ୍ କମାଣ୍ଡର, ଆଈଏନଏଚଏସ ନିଭାରିଣିର କମାଣ୍ଡିଂ ଅଫିସର, ଏନଡବ୍ଲୁଡବ୍ଲୁଏ ଚିଲିକା ସଭାପତି ଏବଂ ଆଈଏନଏସ ଚିଲିକା ଓ ଆଇଏନଏଚଏସ ନିଭାରିଣିର ବହୁ ପୁରୁଷ ଏବଂ ମହିଳା ଅଧିକାରୀମାନେ ସାମିଲ ଥିଲେ। ଉକ୍ତ ଦିନିକିଆ ଶିବିରରେ ସମୁଦାୟ ୧୧୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

Related posts