Categories
ଆଞ୍ଚଳିକ

ନବ ବର୍ଷରେ ରଣପୁର ଚଳଚଞ୍ଚଳ: ମଣିନାଗ ଓ ଜଗନ୍ନାଥ ମନ୍ଦିରରେ ଶହ ଶହ ଭକ୍ତଙ୍କ ଭିଡ

ରଣପୁର: ଆଜି ଇଁରାଜୀ ନବ ବର୍ଷ ଉପଲକ୍ଷେ ରଣପୁର ଚଳ ଚଞ୍ଚଳ ହୋଇ ଉଠିଛି। ବାଣ ଫୁଟାଇବା ସହ ନାଚ ଗୀତ ଆସର କରି ନବ ବର୍ଷକୁ ସ୍ବାଗତ କରାଯାଇଛି। ଆଜି ସକାଳୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର, ତଳ ମଣିନାଗ ପୀଠ, ସ୍ଵପ୍ନେଶ୍ଵର ମନ୍ଦିର, ଚଣ୍ଡେଶ୍ୱର ମନ୍ଦିର, ଗୋପାଳପୁର ନୀଳକଣ୍ଠେଶ୍ଵର ମନ୍ଦିର, ମାଳ ଖିଲାମୁଣ୍ଡା ଠାକୁରାଣୀ ମନ୍ଦିର, ମଝିଆଖଣ୍ଡ କାମଳେଶ୍ୱର ମନ୍ଦିର ଓ ଅସୁରକୁମାରୀ ପୀଠରେ ଭକ୍ତଙ୍କ ଲମ୍ବା ଧାଡି ଲାଗିଥିଲା।

ଏହି ସବୁ ପର୍ଯ୍ୟଟନ ସ୍ଥଳୀଗୁଡିକରେ ଭୋଜି ଭାତର ଆସର ଦେଖିବାକୁ ମିଳିଥିଲା। ବିଶେଷ କରି ମଣିନାଗ ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ ପ୍ରବଳ ଭିଡି ଲାଗି ରହିଥିଲା। ସେହିପରି ଅନେକ ଭକ୍ତ ଆଜି ପାହାଡ ଶିଖରରୁ ଯାଇ ଉପର ମଣିନାଗ ଦର୍ଶନ କରିଥିଲେ। ଚଳିତ ବର୍ଷ ଜଗନ୍ନାଥ ମନ୍ଦିରକୁ ଏକ ନୂଆ ଢଙ୍ଗରେ ସଜା ଯାଇଥିଲା, ଯାହା ଭକ୍ତମାନଙ୍କୁ ଅତ୍ୟନ୍ତ ବିମୋହିତ କରିଥିଲା।