Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 14 କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଉ 14 କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି 14 ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମର 12, ସୁନ୍ଦରଗଡରୁ ଜଣେ ଓ ଭଦ୍ରକରୁ ଜଣେ ରହିଛନ୍ତି । ଏବେ ରାଜ୍ୟର ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 284କୁ ବୃଦ୍ଧି ହୋଇଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା 83ରେ ପହଞ୍ଚିଥିବାବେଳେ ସୁନ୍ଦରଗଡରେ  ଆକ୍ରାନ୍ତଙ୍କ ସଂଖ୍ୟା 13କୁ ବୃଦ୍ଧି ହୋଇଛି । ସେହିପରି ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା 25ରେ ପହଞ୍ଚିଛି ।

Categories
ଆଜିର ଖବର ରାଜ୍ୟ ଖବର

ଭଦ୍ରକର ଦୁଇ ଆକ୍ରାନ୍ତ ଗୁଜୁରାଟ ଫେରନ୍ତା

ଭୁବନେଶ୍ବର : ଆଜି ଚିହ୍ନଟ ଦୁଇ କରୋନା ଆକ୍ରାନ୍ତଙ୍କ ବାବଦରେ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଉଭୟ ଦୁଇ ଆକ୍ରାନ୍ତ ଗୁଜୁରାଟ ଫେରନ୍ତା ବୋଲି ଜଣାପଡିଛି। ଉଭୟ ନିକଟରେ ଗୁଜୁରାଟରୁ ଫେରିଥିଲେ, କ୍ବାରେଣ୍ଟିନ୍‌ରେ ଥିଲେ। ଜିଲ୍ଲାର ଦୁଇ ଆକ୍ରାନ୍ତ ଧାମନଗର ବ୍ଲକ ଓ ବାସୁଦେବପୁର ପୌରାଞ୍ଚଳର ବୋଲି ଜଣାପଡିଛି। ଭଦ୍ରକରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 23କୁ ବୃଦ୍ଧି ହୋଇଛି।  ଭଦ୍ରକରେ 12 ଜଣ ସୁସ୍ଥ ହୋଇଥିବାବେଳେ 11 ଜଣ ଏବେ ଆକ୍ଟିଭ୍‌ ରହିଛନ୍ତି। ଆଜି ସକାଳୁ 26ଜଣ ନୂଆ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ 2 ଜଣ ଭଦ୍ରକରୁ ରହିଥିବାବେଳେ ଗଞ୍ଜାମରୁ 19 ଓ କେନ୍ଦ୍ରାପଡାରୁ ପାଞ୍ଚ ଜଣ ରହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 26 କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଉ 26 କରୋନା  ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ 19, କେନ୍ଦ୍ରାପଡ଼ାରୁ 5, ଭଦ୍ରକରୁ2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ଏବେ ସର୍ବମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 47ରେ ପହଞ୍ଚିଥିବାବେଳେ ଭଦ୍ରକରେ ଏବେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 23ରେ ପହଞ୍ଚିଛି । ସେହିପରି କେନ୍ଦ୍ରାପଡାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 08ରେ ପହଞ୍ଚଛି ।

ରାଜ୍ୟର ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଏବେ 245କୁ ବୃଦ୍ଧି ହୋଇଛି। ଗତକାଲି ଏହି ସଂଖ୍ୟା 219 ଥିବାବେଳେ ଆଜି ଆଉ 26 କରୋନା ପଜିଟିଭ୍‌ ଚିହ୍ନଟ ହୋଇନ୍ତି। ଗତକାଲି ଗୋଟିଏ ଦିନରେ 34 ଜଣ ଚିହ୍ନଟ ହୋଇଥିବାବେଳେ ଆଜି ସକାଳୁ 26 ଜଣ ଚିହ୍ନଟ ହୋଇ ଚିନ୍ତା ବଢାଇ ଦେଇଛନ୍ତି ।

 

Categories
ଆଜିର ଖବର ରାଜ୍ୟ ଖବର

ସମସ୍ତ 6 ଆକ୍ରାନ୍ତ କୋଲାକତା ଫେରନ୍ତା

ଯାଜପୁର ଓ ଭଦ୍ରକରୁ ଚିହ୍ନଟ 6 ପଜିଟିଭ୍ କୋଲକାତା ଫେରନ୍ତା ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଭଦ୍ରର ଦୁଇ ଆକ୍ରାନ୍ତ ପୁରୁଷ । ସେମାନଙ୍କ ବୟସ ଯଥାକ୍ରମେ 45 ଓ 55 ବର୍ଷ ବୋଲି ଜଣାପଡିଛି । ଉଭୟଙ୍କ ମଧ୍ୟରୁ ଜଣେ ଧାମନଗର ଓ ଜଣେ ବାସୁଦେବପୁରର ବୋଲି ଜଣାପଡିଛି । ଯାଜପୁରର ସମସ୍ତ ଚାରି ଆକ୍ରାନ୍ତ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 48,55,60 ଓ 62 ବୋଲି ଜଣାପଡିଛି । ସମେସ୍ତ କ୍ବାରେଣ୍ଟିନ୍‌ରେ ଥିଲେ, ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।ଏହି 6 ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 169ରେ ପହଞ୍ଚିଛି । ତେବେ ପ୍ରଥମ ଜିଲ୍ଲା ଭାବରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 50 ଅତିକ୍ରମ କରିଛି । ଯାଜପୁରରେ ସମୁଦାୟ 52 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା 21 ଛୁଇଁଛି ।

Categories
ଆଜିର ଖବର ରାଜ୍ୟ ଖବର

ସୁସ୍ଥ ହେଲେ ଆଉ ଚାରି ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟ ପାଇଁ ଅଶ୍ବସ୍ତିକର ଖବର ଆସିଛି । ରାଜ୍ୟରେ ଆଉ ଚାରି କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଭଦ୍ରକରୁ ତିନି ଜଣ ସୁସ୍ଥ ହୋଇଥିବାବେଳେ ବାଲେଶ୍ବରରୁ ଜଣେ ସୁସ୍ଥ ହୋଇଛନ୍ତି ।

ଏବେ ରାଜ୍ୟରେ କରୋନା ସୁସ୍ଥଙ୍କ ସଂଖ୍ୟା 60କୁ ବୃଦ୍ଧି ହୋଇଛି। ରାଜ୍ୟରେ ସର୍ବମୋଟ 162 କେସ୍‌ ରହିଥିବାବେଳେ ଏବେ 101ଟି ଆକ୍ଟିଭ୍‌ କେଶ୍‌ ରହିଛି । ରାଜ୍ୟରେ କରୋନା ଜନିତ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଭଦ୍ରକରେ ମୋଟ୍‌ 19 ଜଣ ସଂକ୍ରମିତ ରହିଥିବାବେଳେ ସୁସ୍ଥ ସଂଖ୍ୟା 12ରେ ପହଞ୍ଚିଛି । ସେହିପରି ବାଲେଶ୍ବରରୁ 21 ଜଣ ସଂକ୍ରମିତ ଥିବାବେଳେ ସୁସ୍ଥଙ୍କ ସଂଖ୍ୟା 4ରେ ପହଞ୍ଚିଛି ।  ଭଦ୍ରକ ଓ ବାଲେଶ୍ବର ରେଡ୍‌ ଜୋନରେ ଥିବାବେଳେ ଏହି ଦୁଇ ଜିଲ୍ଲାରୁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଭଦ୍ରକର ଚାରି କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି କଲେ ରାଜ୍ୟସରକାର

ଭୁବନେଶ୍ବର: ଭଦ୍ରକର ଚାରି କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି କରିଛନ୍ତି ରାଜ୍ୟ ସରକାର। କେସ୍ ନଂ 91, 92, 93 ଓ 94ଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି କରାଯାଇଛି। 91 ନମ୍ବର ଆକ୍ରାନ୍ତ ଜଣକ ଭଦ୍ରକ ତିହିଡି ମଠସାହିର 41 ବର୍ଷୀୟ ଯୁବକ ହୋଇଥିବାବେଳେ ସେ କୋଲକାତା ବେଲଗଛଲାରୁ ବାଇକ ଯୋଗେ ସାଙ୍ଗଙ୍କ ସହ ଆସିଥିଲେ। ସେ ଏପ୍ରିଲ୍‌ 18 ତାରିଖରେ ଭଦ୍ରକରେ ସାଙ୍ଗଙ୍କ ସହ ପହଞ୍ଚିଥିଲେ। ଏପ୍ରିଲ୍‌ 18-19ରେ ଭଦ୍ରକ ସହରରେ ସାଙ୍ଗଙ୍କ ସହ ରହିଥିଲେ। ଏପ୍ରିଲ୍‌ 20ରେ ସାଇକେଲ୍‌  ଯୋଗେ ତିହିଡି ପହଞ୍ଚିଥିଲେ। ଏପ୍ରିଲ୍‌ 20ରୁ ତିହିଡିରେ ସରକାରୀ କ୍ବାରେଣ୍ଟାଇନ୍‌ରେ ରହିଥିଲେ। ପୂର୍ବରୁ କୌଣସି ଲକ୍ଷଣ ନଥିଲେ ବି ସାମ୍ପଲ୍‌ ସଂଗ୍ରହ କରାଯାଇଥିଲା 24ରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ କଟକ ଅଶ୍ବିନୀ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ଆକ୍ରାନ୍ତ ନମ୍ବର 92 ଜଣକ ତିହିଡି କାନପୁର ପୀରହାଟର 41 ବର୍ଷୀୟ ଯୁବକ। କୁଆଖିଆରୁ ଅଟୋରେ ଅନ୍ୟ 10 ଜଣଙ୍କ ସହ ଯାଜପୁର ଟାଉନ୍‌ ଆସିଥିଲେ। ଯାଜପୁର ଟାଉନ୍‌ରୁ ଚାଲି ଚାଲି ଏପ୍ରିଲ୍‌ 12ରେ ଘରେ ପହଞ୍ଚିଥିଲେ। ଏପ୍ରିଲ୍‌ 13ରୁ 23 ପର୍ଯ୍ୟନ୍ତ କାନପୁରରେ ସରକାରୀ କ୍ବାରେଣ୍ଟିନ୍‌ରେ ରହିଥିଲେ। ଲକ୍ଷଣ ନଥିଲେ ବି ସର୍ଭେଲାନ୍ସରେ ସାମ୍ପଲ୍‌ ସଂଗ୍ରହ କରାଯାଇଥିଲେ। ଅପ୍ରେଲ୍‌ 24 ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ କଟକ ସ୍ଥିତି ଅଶ୍ବିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଧାମନଗରର 29 ବର୍ଷୀୟ ଯୁବକ ହେଉଛନ୍ତି 93 ନମ୍ବର ଆକ୍ରାନ୍ତ । କୋଲକାତାର ବାହୁବଜାରରୁ ଭଡା ଗାଡିରେ ବାପାଙ୍କ ସହ ଆସିଥିଲେ । ତାଙ୍କ ସହ ଆଉ 6 ଜଣ ପାସେଞ୍ଜର ଥିଲେ । ମାର୍ଚ୍ଚ 27ରେ ଧାମନଗରରେ ପହଞ୍ଚିଥିଲେ । ବାଇକ୍‌ ଯୋଗେ ବାପାଙ୍କ ସହ ଆସି ମାର୍ଚ୍ଚରେ 28ରେ ଘରେ ପହଞ୍ଚିଥିଲେ । 28 ମାର୍ଚ୍ଚରୁ 24 ଏପ୍ରିଲ୍‌ ଧାମନଗର ଖଡିପଡ଼ାରେ ହୋମ କ୍ବାରେଣ୍ଟିନ୍‌ରେ ଥିଲେ । ଲକ୍ଷଣ ନ ଥିଲେ ବି ଟ୍ରାଭେଲ୍‌ ହିଷ୍ଟ୍ରି ପାଇଁ ସାମ୍ପଲ୍‌ ସଂଗ୍ରହ କରାଯାଇଥିଲା । ଏପିଲ୍‌ 24 ତାରିଖରେ ପଜିଟିଭ୍‌ ଚିହ୍ନଟ ହୋଇଥିଲା । ସାମ୍ପଲ୍‌ ପଜିଟିଭ୍‌ ବାହାରିବା ପରେ ତାଙ୍କୁ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

କେସ୍‌ ନଂ 94 ଧାମନଗର କଲ୍ୟାଣୀର 24 ବର୍ଷୀୟ ଯୁବକ । 16ରୁ 20 ଏପ୍ରିଲ୍‌ ପର୍ଯ୍ୟନ୍ତ କୋଲକାତା ବାହୁବଜାରରୁ ଚାଲି ଚାଲି ଆସିଥିଲେ । କଲ୍ୟାଣୀ ଗ୍ରାମ ପଞ୍ଚାୟତରେ 21 ପର୍ଯ୍ୟନ୍ତ ସରକାରୀ କ୍ବାରେଣ୍ଟିନ୍‌ରେ ଥିଲେ । ଲକ୍ଷଣ ନଥିଲେ ବି ଟ୍ରାଭେଲ ହିଷ୍ଟ୍ରି ପାଇଁ ସାମ୍ପଲ୍‌ ସଂଗ୍ରହ କରାଯାଇଥିଲା । 24ରେ ପଜିଟିଭ୍‌ ଚିହ୍ନଟ ହୋଇଥିଲା । ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ କଟକସ୍ଥିତ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଭଦ୍ରକରୁ ପୁଣି 4 କରୋନା ପଜିଟିଭି ଚିହ୍ନଟ

ଭୁବନେଶ୍ବର : ପୁଣି ଭଦ୍ରକରୁ ଆଉ 4 କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚିହ୍ନଟ ଚାରି ଜଣଙ୍କ ମଧ୍ୟରୁ 2 ଜଣ ଧାମନଗରର ହୋଇଥିବାବେଳେ ଆଉ ଦୁଇଜଣ ତିହିଡ ବ୍ଲକର ବୋଲି ଜଣାପଡିଛି । ଭଦ୍ରକ ଜିଲ୍ଲାରେ ଏବେ କରୋନା ପଜିଟିଭ୍‌ ସଂଖ୍ୟା 16ରେ ପହଞ୍ଚିଛି । ପଜିଟିଭ୍‌ ଚିହ୍ନଟ ସମସ୍ତ 4ଜଣ ଯାକ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି । 4ଜଣ ଯାକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ – 40, 29,41 ଓ 24 ବର୍ଷ ବୋଲି ଜଣାପଡିଛି । ନୂଆ ଚାରିଜଣଙ୍କୁ ମିଶାଇ ଭଦ୍ରକରେ ପଜିଟିଭ୍‌ ସଂଖ୍ୟା 16କୁ ବୃଦ୍ଧି ହୋଇଛି । ଆଜି ଗୋଟିଏ ଦିନରେ ଭ୍ରଦକରୁ 5 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 94କୁ ବୃଦ୍ଧି ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ଭଦ୍ରକ ଜିଲ୍ଲାର ବୋଲି ଜଣାଯାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ୍‌ରେ ସୂଚନା ଦିଆଯାଇଛି। ଆକ୍ରାନ୍ତ ଜଣକ ଭଦ୍ରକ ଜିଲ୍ଲାର 40 ବର୍ଷୀୟ ଯୁବକ ହୋଇଥିବେଳେ ସେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି । ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଚାଲୁ ରହିଥିବାର ସୂଚନା ରହିଛି । ଭଦ୍ରକରେ ଆକ୍ରାନ୍ତ ସଂଖ୍ୟା 12ରେ ପହଞ୍ଚିଥିବାବେଳେ ରାଜ୍ୟରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 90ରେ ପହଞ୍ଚିଛି ।

ସୂଚନାଯୋଗ୍ୟ, ଯାଜପୁର, ବାଲେଶ୍ୱର ଓ ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଅଧିକାଂଶ ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ୍‌ ରହିଛି। ତେଣୁ  ସରକାର ନୂଆ ହଟସ୍ପଟ୍ ହୋଇଥିବା ଏହି ତିନି ଜିଲ୍ଲାରେ 60 ଘଣ୍ଟା ଯାଏଁ ସଟଡାଉନ୍ ଘୋଷଣା କରିଛନ୍ତି।   ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାକୁ ଗତକାଲି ରାତି 10ଟାରୁ 26ତାରିଖ ସକାଳ 10ଟା ଯାଏ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ନୂଆ 7 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକରୁ 5 ଓ ବାଲେଶ୍ବରର 2

ଭୁବନେଶ୍ବର :ରାଜ୍ୟର ନୂଆ 7 କରୋନା ଆକ୍ରାନ୍ତଙ୍କ ବାବଦରେ ସୂଚନା ମିଳିଛି । ଭଦ୍ରକରୁ 5ଜଣ ରହିଥିବାବେଳେ ବାଲେଶ୍ବରରୁ ଦୁଇଜଣ ଆକ୍ରାନ୍ତ ରହିଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରକାଶ ପାଇଛି ।

ପୂର୍ବରୁ ଭଦ୍ରକରୁ ତିନିଜଣ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ଦୁଇଜଣ ସୁସ୍ଥ ହୋଇଯାଇଥିଲେ । ସେହିପରି ବାଲେଶ୍ବରରୁ ମଧ୍ୟ ପୂର୍ବରୁ ଜଣେ ଚିହ୍ନଟ ହୋଇଥିଲେ ।

ରାଜ୍ୟରେ ମୋଟ୍‌ 68 ଜଣ ଚିହ୍ନଟ ହୋଇଥିବାବେଳେ ସର୍ବାଧିକ ଭୁବନେଶ୍ବରରେ ରହିଛନ୍ତି । ତେବେ 24 ଜଣ ସୁସ୍ଥ ହୋଇଥିବାବେଳେ ମାତ୍ର ଜଣକର ମୃତ୍ୟୁ ହୋଇଛି ।

 

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ଏବଂ ଭଦ୍ରକ ପରେ କଟକ ସହରରେ ବି ୪୮ଘଣ୍ଟିଆ ସଟ୍ ଡାଉନ୍‌

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: କଟକରୁ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ଖବର ଆସିଲା ପରେ କଟକ ସହରକୁ ମଧ୍ୟ ୪୮ ଘଣ୍ଟିଆ ସମ୍ପୂର୍ଣ୍ଣ ସଟ ଡାଉନ୍‌ର ଘୋଷଣା କରାଯାଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି। ଆଜି କିଛି ଘଣ୍ଟା ପୂର୍ବରୁ ଭୁବନେଶ୍ବର ଏବଂ ଭଦ୍ରକକୁ ସଂପୂର୍ଣ୍ଣ ସଟ ଡାଉନ୍‌ର ଘୋଷଣା କରାଯାଇଥିଲା। ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହି ସଟ୍‌ ଡାଉନ୍‌ ଜାରି ରହିବ।

ସୂଚନା ଅନୁଯାୟୀ କଟକ ସହରରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ରାଜ୍ୟ ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି। ଆକ୍ରାନ୍ତ ବ୍ୟକ୍ତି ପୂର୍ବରୁ ଦିଲ୍ଲୀ ଗସ୍ତ କରିଥିବାର ଖବର ମିଳିଛି। ତେବେ ସେ କେତେ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହା ସମ୍ପର୍କରେ ଜଣାପଡିନାହିଁ ।

 

Categories
ଆଜିର ଖବର

ବାପ ଝିଅଙ୍କୁ ବିଚ୍‌ ରାସ୍ତାରେ ହାଣିଲା ଯୁବକ

ସମୀକ୍ଷା ବ୍ୟୁରୋ

ଭଦ୍ରକ,1/12: ଭଦ୍ରକର ବନ୍ତ ଥାନାର କେନ୍ଦୁଆପଦା ଷ୍ଟେସନରୁ ସ୍କୁଟିରେ ଜଣେ ବାପା ଏବଂ ତାଙ୍କ ଝିଅ ଫେରିବା ବେଳେ ଉଦଭ୍ରାନ୍ତ ଯୁବକଙ୍କ ମରଣାନ୍ତକ ଆକ୍ରମଣ କରିଛନ୍ତି। ଝିଅଙ୍କୁ ଅପହରଣ କରି ନେବା ସମୟରେ ବାପା ବାଧା ଦେବାରୁ ଯୁବକ ଜଣକ ବନ୍ତ ଥାନା ଡାଳିମ୍ଵଗଡିଆ ଛକରେ ବିଚ୍ ରାସ୍ତାରେ ବାପା ଝିଅଙ୍କ ଉପରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ବାପା ଝିଅଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏକତରଫା ପ୍ରେମ କାରଣରୁ ଯୁବକ ଜଣକ ଏଭଳି ଘଟଣା ଘଟାଇଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।