Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

୮ମ ଏସୀୟ କବାଡି ଚାମ୍ପିୟନସିପ ଟାଇଟଲ ଜିତିଥିବା ଭାରତୀୟ କବାଡି ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୮ମ ଏସୀୟ କବାଡି ଚାମ୍ପିୟନସିପ ଟାଇଟଲ ଜିତିଥିବା ଭାରତୀୟ କବାଡି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, “୮ମ ଏସୀୟ କବାଡି ଚାମ୍ପିୟନସିପ ଟାଇଟଲ ଜିତିଥିବା ଆମ ଅସାଧାରଣ କବାଡି ଦଳକୁ ଶୁଭେଚ୍ଛା ! ନିଜ ନିଆରା ପ୍ରଦର୍ଶନ ଓ ଉଲ୍ଲେଖନୀୟ ଦଳଗତ ପ୍ରୟାସ ମାଧ୍ୟମରେ ସେମାନେ ପ୍ରକୃତ କ୍ରୀଡା ଭାବନା ପ୍ରଦର୍ଶିତ କରିଛନ୍ତି। ଭବିଷ୍ୟତ ପାଇଁ ସେମାନଙ୍କୁ ଶୁଭକାମନା।”