Categories
ବିଶେଷ ଖବର

ଉଡ଼ାଣ ସମୟରେ ବିମାନରେ ବାଜିବ ଭାରତୀୟ ସଙ୍ଗୀତ!: ଇଣ୍ଡିଆନ ଏୟାର ଲାଇନ୍ସକୁ ଚିଠି ଲେଖିଲା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଭାରତୀୟ ବିମାନବନ୍ଦରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଉଡ଼ାଣ ସମୟରେ ବିମାନରେ ଭାରତୀୟ ସଙ୍ଗୀତ ବଜାଇବାକୁ ଅନୁମତି ମିଳିପାରେ। ଏନେଇ ଇଣ୍ଡିଆନ ଏୟାର ଲାଇନ୍ସକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢୀ ଏକ ଚିଠି ଲେଖିଛନ୍ତି।

ଚିଠିରେ ଦର୍ଶାଯାଇଛି ଯେ, ଭାରତୀୟ ପାରମ୍ପାରିକ ସଂଗୀତ ବିଭିଦତାରେ ପରିପୂର୍ଣ୍ଣ। ବିଶ୍ଵର ଏୟାରଲାଇନ୍ସ ମଧ୍ୟ ସେମାନଙ୍କର ସଂସ୍କୃତି ଅନୁଯାୟୀ ସେମାନଙ୍କର ସଙ୍ଗୀତକୁ ପ୍ରୋତ୍ସାହିତ କରନ୍ତି। ଏଭଳି ପରିସ୍ଥିତିରେ ଦେଶରେ କାର୍ଯ୍ୟ କରୁଥିବା ବିମାନ ଏବଂ ବିମାନ ବନ୍ଦରରେ ଭାରତୀୟ ସଙ୍ଗୀତ ବଜାଇବା ଭାରତ ପାଇଁ ଗର୍ବର ବିଷୟ ହେବ।

ଦେଶର ପ୍ରସିଦ୍ଧ ସଂଗୀତଜ୍ଞଙ୍କ ସହ ଇଣ୍ଡିଆନ୍ କାଉନସିଲ୍ ଅଫ୍ କଲଚର ରିଲେସନ୍ସ (ଆଇସିସିଆର) ଏକ ବୈଠକ କରିଥିଲା ​​ଏବଂ ଏହି ପ୍ରସଙ୍ଗରେ ପରାମର୍ଶ ଲୋଡିଥିଲା।

ଏଥି ସହିତ, ଡିସେମ୍ବର ୨୩ ତାରିଖରେ ଆଇସିଆରସି ଦ୍ୱାରା ଆୟୋଜିତ ବୈଠକରେ ସଂଗୀତଜ୍ଞ ଅନୁ ମଲିକ୍, ମଲିନୀ ଅବସ୍ତି, କୌଶଳ ଏସ୍ ଇନମଦାର, ଶୌନକ ଅଭିଷେକୀ, ମଞ୍ଜୁଶା ପାଟିଲ କେ, ସଞ୍ଜୀବ ଅଭ୍ୟଙ୍କର, ରୀତା ଗାଙ୍ଗୁଲି ଏବଂ ୱାସିଫୁଦ୍ଦିନ ଡାଗରଙ୍କ ସମେତ ଅନେକ କଳାକାର ଉପସ୍ଥିତ ଥିଲେ। ମନ୍ତ୍ରଣାଳୟକୁ ଦିଆଯାଇଥିବା ଚିଠିରେ ସମସ୍ତେ ଦସ୍ତଖତ କରିଛନ୍ତି। ଆଇସିଆଇସିଆଇ ମନ୍ତ୍ରଣାଳୟକୁ ଲେଖିଥିବା ଏକ ଚିଠିରେ ଭାରତୀୟ ସଙ୍ଗୀତ ବଜାଇ ନ ଥିବାରୁ ଦୁଃଖ ପ୍ରକାଶ କରି ସେମାନଙ୍କୁ ଏହି ଅନୁମତି ଦେବାକୁ ଅନୁରୋଧ କରିଛି।