ଦିଲ୍ଲୀ: ଏହି ଦୀପାବଳି ଭାରତର ଅନେକ ସହର ପାଇଁ ଭିନ୍ନ ଥିଲା। ଦୀପାବଳି ସାଧାରଣତଃ ଆମର ଚାରି ପାଖରେ ଶୁଣା ଯାଉଥିବା ବାଣର ଶବ୍ଦ ପରିବର୍ତେ ‘ହମେ ଗର୍ବ ହେ’ ସଂଗୀତ ଏବଂ ହରା ଗିଲା ଶୁଖା ନୀଲା ଉଚ୍ଚାରଣ ସହିତ ସଡ଼କରେ ଏବଂ ସହରର ଗଳିରେ ଠେଲାଗାଡ଼ି ଓ ଭ୍ରାମ୍ୟମାଣ ଭ୍ୟାନ୍ ଦୁଆରକୁ ଦୁଆର ଯାଇ ଅଲଗା କରି ରଖା ଯାଇଥିବା ବର୍ଜ୍ୟବସ୍ତୁ ସଂଗ୍ରହ କରିଥିଲା।
ଭାରତର ପ୍ରାୟ ୪୫,୦୦୦ ବିଦ୍ୟାଳୟର ୭୫ ଲକ୍ଷରୁ ଅଧିକ ବିଦ୍ୟାର୍ଥୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ (ଏମ୍ଓଏଚୟୁଏ) ଦ୍ୱାରା ଆରମ୍ଭ ହୋଇଥିବା ଉତ୍ସରେ ଓଦା ଏବଂ ଶୁଖିଲା ବର୍ଜ୍ୟ ବସ୍ତୁକୁ ପୃଥକ କରିବା ଉପରେ ଏହା ଏକ ବ୍ୟାପକ ସଚେତନତା ଅଭିଯାନ। ଏହା ଅଳିଆ – ମୁକ୍ତ ସହରର ଲକ୍ଷ୍ୟ ହାସଲ କରିବା ପାଇଁ ଏକ ପଦକ୍ଷେପ ଥିଲା। ଏଥି ସହିତ, ନାଗରିକ, ସମ୍ପ୍ରଦାୟ ଗୋଷ୍ଠୀ, ଏବଂ ସଂଗଠନ ଗୁଡିକ ଉତ୍ସାହର ସହିତ ସେମାନଙ୍କ ସହରର ସହରୀ ସ୍ଥାନୀୟ ସଂସ୍ଥା, ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ପରିଚାଳିତ ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ।
“ସ୍ୱଚ୍ଛତା କେ ଦୋ ରଙ୍ଗ’ (ସ୍ୱଚ୍ଛତାର ଦୁଇଟି ରଙ୍ଗ)ର ଶୀର୍ଷକରେ ଏହି ଅଭିଯାନରେ “ହରା ଗିଲା ଶୁଖା ନୀଲା’ (ଓଦା ବର୍ଜ୍ୟ ବସ୍ତୁ ପାଇଁ ସବୁଜ ବିନ୍ ଏବଂ ଶୁଷ୍କ ବର୍ଜ୍ୟ ବସ୍ତୁ ପାଇଁ ନୀଳ ବିନ୍) ସହିତ ସର୍ବନିମ୍ନ ଦୁଇ- ବିନ୍ ବିଭାଜନ ଉପରେ ଗୁରୁତ୍ୱ ଦିଆ ଯାଇଥିଲା। ଉତ୍ସରେ ସ୍ୱଚ୍ଛ ଭାରତ ମିଶନ୍ ଦ୍ୱାରା ୩୨ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳ ଗୁଡିକର ୩୫୦୦ ରୁ ଅଧିକ ସହରାଂଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) ବିଦ୍ୟାଳୟ, ସମ୍ପ୍ରଦାୟ ନିକଟରେ ପହଂଚି ଘରକୁ ଘର ଯାଇ ଉତ୍ସର ପୃଥକତା ଉପରେ କ୍ଷେତ୍ର ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ସହିତ ପରିବାର ଗୁଡିକୁ ଅନୁପ୍ରେରିତ କରିଥିଲେ। ବିଭିନ୍ନ ବୟସ ବର୍ଗର ଛାତ୍ରମାନେ ଉତ୍ସାହର ସହିତ ଚିତ୍ରାଙ୍କନ, ଆର୍ଟ ଏବଂ କ୍ରାଫ୍ଟ ଭଳି ସବୁଜ ଲେବଲ୍ (ଓଦା ବର୍ଜ୍ୟ ବସ୍ତୁ ପାଇଁ) ଏବଂ ନୀଳ ଲେବଲ୍ (ଶୁଖିଲା ବର୍ଜ୍ୟ ବସ୍ତୁ ପାଇଁ), ବର୍ଜ୍ୟ ବସ୍ତୁ ଏବଂ ଖେଳନା ନିର୍ମାଣ, ପଥପ୍ରାନ୍ତ ନାଟକ, ଏବଂ ଘରକୁ ସ୍ୱଚ୍ଛତା କା ଉପହାର ବାର୍ତା ପ୍ରଦାନ କରିଥିଲେ।
ଆସାମର ଖୋୱାଇର ସ୍କୁଲ ଛାତ୍ରମାନେ ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ଦୃଷ୍ଟିକୋଣ ଉପରେ ଆଧାରିତ ଏକ ନୃତ୍ୟ ନାଟକ ପରିବେଷଣ କରିଥିବା ବେଳେ ପାଟନା ନଗର ନିଗମ ବିଦ୍ୟାଳୟ ଗୁଡ଼ିକ “ଆଶ୍ଚର୍ଯ୍ୟଜନକ ବର୍ଜ୍ୟ ବସ୍ତୁ’ ଥିମ୍ ଅଧୀନରେ ବର୍ଜ୍ୟ ବସ୍ତୁରୁ ମଡେଲ ତିଆରି କରିଥିଲେ। ଛୋଟା ଭୀମ ପରି ପିଲାଙ୍କ ପ୍ରିୟ ଚରିତ୍ରମାନେ ସଚେତନତା ବିସ୍ତାର କରିବା ପାଇଁ ଏହି ମଡେଲ ଗୁଡିକର ଏକ ଅଂଶ ଥିଲେ। ଏମସିଡି ଅଧୀନରେ ଥିବା କେତେକ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ଓଦା ଏବଂ ଶୁଖିଲା ବର୍ଜ୍ୟ ବସ୍ତୁ ପୃଥକ କରିବାର ମହତ୍ୱ ପ୍ରଦର୍ଶନ କରିବାକୁ ଜିଗସ୍ ପଜଲ୍ସ ଅନନ୍ୟ ଖେଳ ସୃଷ୍ଟି କରିଥିଲେ।
ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାରର, ଇନ୍ଦୋର, ଛଅ ଥର ବିଜେତା ଭାରତର ସ୍ୱଚ୍ଛ ସହରର ପୁରସ୍କାର ଲାଭ କରି ସାରିଛି ଏବଂ ୭ -ଷ୍ଟାର୍ ଅଳିଆ ମୁକ୍ତ ସହର ଅଟେ । ଇନ୍ଦୋର ଦୀପାବଳି ଉତ୍ସବ ପରେ ପୁଣି ଥରେ ସହରରେ ପରିଷ୍କାର ପରିଚ୍ଛନ୍ନତା ପ୍ରଦର୍ଶନ ପାଇଁ ଏକ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଛି। କିଛି ବିଶେଷ ପଦକ୍ଷେପ ମଧ୍ୟ ଦେଖିବାକୁ ମିଳିଥିଲା। ସଚେତନତା ଅଭିଯାନର ଏକ ଅଂଶ ଭାବରେ ନୂଆଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ (ଏନଡିଏମସି) ସ୍ୱଚ୍ଛତା ମାସ୍କଟ ନେଇ ରାସ୍ତାରେ ଯାଇଥିଲା। ଏହା ଲୋକମାନଙ୍କୁ ଶୁଖିଲା ଏବଂ ଓଦା ବର୍ଜ୍ୟ ବସ୍ତୁ ଅଲଗା ରଖିବା ପାଇଁ ଲୋଦୀ ଗାର୍ଡେନରେ ସକାଳ ଭ୍ରମଣରେ ଆସିଥିବା ଲୋକମାନଙ୍କୁ ବାର୍ତା ଦେଇଥିଲା। ଆସାମର ତେଜପୁର ମ୍ୟୁନିସିପାଲିଟି ବୋର୍ଡ ଏଭଳି ସ୍ଥାନ ଗୁଡିକରେ ବ୍ୟାନର ଏବଂ କିଓସ୍କ ଲଗାଇଥିଲେ, ଯେଉଁଠାରେ ବହୁତ ପରିମାଣରେ ଆତଯାତ କରିଥାନ୍ତି।
ଜଙ୍ଗଲ ଘାଟରେ ସ୍ୱୟଂ ସ୍ଥାୟୀ ସ୍ଥାନ ଉଦ୍ଦେଶ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ (ଏସ୍ଏଚ୍ଜି) ଏବଂ ସ୍ଥାନୀୟ ବାସିନ୍ଦା ମାନଙ୍କ ପାଇଁ ଡେମୋ ସହିତ ଭର୍ମି- କମ୍ପୋଷ୍ଟିଂ ଏବଂ ପିଟ୍- କମ୍ପୋଷ୍ଟିଂ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରଖା ଯାଇଥିଲା। କେରଳର ମାଲାପୁରମ୍ ପୌରପାଳିକା ପୃଥକକରଣ ଅଭିଯାନ ଅଧୀନରେ ଆନ୍ତଃ ରାଜ୍ୟ ଶ୍ରମିକ ମାନଙ୍କ ପାଇଁ ତାଲିମ ଅଧିବେଶନ କରିଥିଲେ, ଯେଉଁଥିରେ ବର୍ଜ୍ୟ ବସ୍ତୁକୁ ପୃଥକ୍ କରିବା ପାଇଁ ଅଭିଯାନ ସମ୍ପର୍କରେ ସଚେତନ କରା ଯାଇଥିଲା। ଏପରିକି ସିଆରପିଏଫ୍ ସୈନ୍ୟମାନେ କାଶ୍ମୀରର ଓପିଏସ୍ ସେକ୍ଟରରୁ ଏହି ଅଭିଯାନରେ ଯୋଗ ଦେଇଥିଲେ। ସିଆରପିଏଫ୍ ଶିବିରର ରାସ୍ତା, ବଗିଚା ଏବଂ ପରିସର ସଫା କରିବା ପାଇଁ ସେମାନେ ବରଫ ଉଠାଇଲେ। ତ୍ରିଚି ପୌରପାଳିକା ସିନେମା ହଲ୍ରେ ଏଭଳି କିୟୋସ୍କ ଲଗାଇଥିଲେ, ଯେଉଁଠାରେ ବର୍ଜ୍ୟ ବସ୍ତୁକୁ ପୃଥକ କରିବା ପାଇଁ କ୍ୱିଜ୍ ଏବଂ ଆଲୋଚନାମୂଳକ ସତେଚନତା କରା ଯାଇଥିଲା।
ଭାରତୀୟ ଡାକର ଅଧିକାରୀ ମାନେ ଏବଂ କର୍ମଚାରୀ ମାନେ ସାରା ଦେଶରେ ସ୍ୱଦ୍ଛତା ସହିତ ଯୋଡି ହୋଇ ରହିଥିବା କାର୍ଯ୍ୟକଳାପରେ ନିଜକୁ ସାମିଲ୍ କରି ସକ୍ରିୟ ଭାଗୀଦାରିତା ନିର୍ବାହ କରିଥିଲେ । କାଶ୍ମୀରର ଓପିଏସ୍ ସେକ୍ଟରରେ ସିଆରପିଏଫ୍ର ଜବାନ ମାନେ ସିଆର୍ପିଏଫ୍ କ୍ୟାମ୍ପର ସଡକ, ବଗିଚା ଏବଂ ପରିସରକୁ ଝାଡୁରେ ସଫା କରିଥିଲେ।
ଉତ୍ସରେ ବର୍ଜ୍ୟ ବସ୍ତୁ ପୃଥକକରଣର ଏହି ଦେଶବ୍ୟାପୀ ଅଭିଯାନ ପରିମଳ, ବର୍ଜ୍ୟ ବସ୍ତୁ ପରିଚାଳନା ଏବଂ ପୁରୁଣା ଡମ୍ପ୍ ସାଇଟ୍କୁ ଯାଉଥିବା ବର୍ଜ୍ୟ ବସ୍ତୁ ପରିମାଣ ହ୍ରାସ ପାଇଁ ଭୂତଳ କାର୍ଯ୍ୟ ମାଧ୍ୟମରେ ଧ୍ୟାନ ଆକର୍ଷଣ କରି ଆରମ୍ଭ କରିଥିଲେ। ବିଶାଳ ଜନ ଆନ୍ଦୋଳନ ଦେଖିଲେ ଯେ ବିଭିନ୍ନ ବର୍ଗର ନାଗରିକମାନେ ଉତ୍ସରେ ବର୍ଜ୍ୟ ବସ୍ତୁକୁ ପୃଥକ କରିବା ଉପରେ ସଚେତନତା ସୃଷ୍ଟି କରିଛନ୍ତି ଏବଂ ଏହି ଅଭିଯାନକୁ ଏକ ବଡ଼ ସଫଳତା ଦେଇଛନ୍ତି। ଏହାର ପ୍ରଭାବ ତୃଣମୂଳ ସ୍ତରରେ ପୂର୍ବରୁ ଦୃଶ୍ୟମାନ ହୋଇ ସାରିଛି ଯେହେତୁ ସହର ଗୁଡିକ ଅଳିଆ ଆବର୍ଜନା ମୁକ୍ତ କରିବା ଦିଗରେ ରାଜ୍ୟମାନେ ସେମାନଙ୍କର ବଳ ଖଟେଇବା କାର୍ଯ୍ୟ କରିବା ଆରମ୍ଭ କରି ଦେଇଛନ୍ତି।