Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ କାର ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ଭୁପିନ୍ଦର ସିଂ ହୁଡା

ନୂଆଦିଲ୍ଲୀ: ଆଜି ସକାଳେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପିନ୍ଦର ସିଂ ହୁଡାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏହି ଦୁର୍ଘଟଣାରେ ତାଙ୍କ କାର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ବାସ୍ତବରେ, ନିଳ ଗାଇ ହଠାତ୍ ସାମ୍ନାକୁ ଆସିଯିବା ହେତୁ ଏହି ଦୁର୍ଘଟଣା ଘଟିଛି। ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଦୁର୍ଘଟଣା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ‘ଆଜି ମୋ ଗାଡି ହିସାରକୁ ଯିବାବେଳେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା, କିନ୍ତୁ ଭଗବାନଙ୍କ କୃପା ଏବଂ ଆପଣଙ୍କର ଶୁଭେଚ୍ଛା ଯୋଗୁଁ ମୁଁ ଏବଂ ମୋର କର୍ମଚାରୀମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛୁ। ମୁଁ ଆଗାମୀ ସମସ୍ତ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେବି।

ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣା ସମୟରେ ଭୁପେନ୍ଦ୍ର ସିଂ ହୁଡା କାରର ଆଗ ସିଟରେ ବସିଥିଲେ। ଦୁର୍ଘଟଣା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅନ୍ୟ ଏକ ଗାଡି ଦ୍ୱାରା କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥିଲେ। ଏଥି ସହ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ପୂର୍ବତନ ମନ୍ତ୍ରୀ ଜୟପ୍ରକାଶ, ବିରେନ୍ଦ୍ର ସିଂ, ଧରମବୀର ଗୋୟତ, ନରେଶ ସେଲୱାଲ ମଧ୍ୟ ଦୁର୍ଘଟଣା ସମୟରେ କାରରେ ଥିଲେ। ସେମାନ ସମସ୍ତେ ସୁରକ୍ଷିତ ଅଛନ୍ତି।