Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ଭୋଟ ଗ୍ରହଣ ଦିନ ଲୋକସଭା ପ୍ରାର୍ଥୀଙ୍କର ହେଲା ଦେହାନ୍ତ, କଣ ହେବ ସେଠାକାର ନିର୍ବାଚନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୋରାଦାବାଦ ଲୋକସଭା ଆସନରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ତାହା ହେଲା ଭୋଟ ଗ୍ରହଣ ସରିବା ପରେ ବିଜେପିର ଲୋକସଭା ପ୍ରାର୍ଥୀଙ୍କର ପରଲୋକ ଘଟିଗଲା। ତାଙ୍କ ନାମ ହେଉଛି କନୱର ସର୍ବେଶ ସିଂ। ତାଙ୍କର ବୟସ 71 ବର୍ଷ ହେବ।

ମୋରଦାବାଦରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ କରାଯାଇଥିଲା। ସେଥିରେ ବିଜେପି କନୱରଙ୍କୁ ପ୍ରାର୍ଥୀ କରିଥିଲା। ଭୋଟ ଗ୍ରହଣ ଦିନ ତାଙ୍କର ଦେହ ଖରାପ ହେଲା। ଫଳରେ ସେ ନିଜ ଭୋଟ ନ ଦେଇପାରି ନୂଆଦିଲ୍ଲୀର ଏମସରେ ଭର୍ତ୍ତି ହେଲେ। ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଦେହାନ୍ତ ହୋଇଗଲା।

ବର୍ତ୍ତମାନ ସେଠାରେ ଉପନିର୍ବାଚନ ହେବ ନା କଣ କରାଯିବ ସେ ନେଇ ସମସ୍ତେ ଦ୍ବନ୍ଦରରେ ରହିଲେ। ପରବର୍ତ୍ତି ସମୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଲେ ଯେ, ମୋରାଦାବାଦ ମତଦାନ ସଂରକ୍ଷଣ କରି ରଖାଯାଇଛି। ଯେଉଁ ଦିନ ଗଣତି ତାରିଖ ରହିଛି ସେହିଦିନ ଗଣତି ହେବ। ଯଦି ମୃତ ପ୍ରାର୍ଥୀ ବିଜୟୀ ହୋଇଥାନ୍ତି ତେବେ ସେଠାରେ ଉପନିର୍ବାଚନ ହେବ। ଯଦି ସେ ପରାଜୟ ହୋଇଥିବା ତେବେ ବିଜୟୀ ପ୍ରାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ। ଆଉ ଉପନିର୍ବାଚନ ହେବ ନାହିଁ।

ଫଳରେ ସେହି ଆସନର ସମସ୍ତ ପ୍ରାର୍ଥୀ ଏପରି କି ଭୋଟରମାନେ ମଧ୍ୟ ଗଣତି ତାରିଖକୁ ଅପେକ୍ଷା କରି ରହିଛନ୍ତି।