Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମତଦାନ ହାର ବୃଦ୍ଧି କରିବା ପାଇଁ ଓମ୍‌ଫେଡ୍‌ର ଅଭିନବ ପ୍ରୟାସ: କ୍ଷୀର ପ୍ୟାକେଟ୍ ମାଧ୍ୟମରେ ଭୋଟର ସଚେତନତା

ଭୁବନେଶ୍ୱର: ଆସନ୍ତା ମଇ ୨୫ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ହେବ ମତଦାନ। ଐତିହାସିକ ଭାବେ ସହରାଂଚଳରେ ଗ୍ରାମାଂଚଳ ଅପେକ୍ଷା ମତଦାନ ହାର କମ୍ ରହିଆସିଛି। ସେହି ଢାଞ୍ଚାକୁ ପରିବର୍ତ୍ତନ କରି ରାଜଧାନୀରେ ଯେପରି ସମସ୍ତ ନାଗରିକ ମତଦାନ କରିବେ  ସେଥିପାଇଁ ମୁଖ୍ୟନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଛି।

ସେହି ପ୍ରୟାସକୁ ସାକାର କରିବା ପାଇଁ ଆଗେଇ ଆସିଛି ଓମ୍‌ଫେଡ୍। ବୁଧବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓମ୍‌ଫେଡ୍ ପକ୍ଷରୁ ଭୋଟରମାନଙ୍କୁ ମତଦାନ କରିବା ପାଇଁ ସଚେତନ କରାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ମତଦାନ ସଚେତନତା ବାର୍ତାଯୁକ୍ତ ଓମ୍‌ଫେଡ୍ କ୍ଷୀର ପ୍ୟାକେଟର ଉନ୍ମୋଚିତ କରିଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ।

ଓମ୍‌ଫେଡ୍  କ୍ଷୀର ପ୍ୟାକେଟ୍‌ରେ ଭୋଟର ସଚେତନତା ପାଇଁ ‘ମଇ ୨୫ ତାରିଖ ୨୦୨୪ ରେ ମତଦାନ ପାଇଁ ଭୁଲନ୍ତୁ ନାହିଁ’ (ଊକ୍ଟଦ୍ଭ’ଗ୍ଧ ୠକ୍ଟକ୍ସଶରଗ୍ଧ ଗ୍ଧକ୍ଟ ଠକ୍ଟଗ୍ଧର କ୍ଟଦ୍ଭ ୨୫ଗ୍ଧଷ ଗବଚ୍ଚ ୨୦୨୪) ଉଲ୍ଲେଖ କରାଯାଇଅଛି। ଖୋର୍ଦ୍ଧା ଜିଲାର ସମସ୍ତ ଓମ୍‌ଫେଡ୍ ବୁଥ୍‌ରେ ଏହି ସଚେତନତା ବାର୍ତାଯୁକ୍ତ କ୍ଷୀର ପ୍ୟାକେଟ୍ ବିକ୍ରି ହେବ ଓ ଏହା ଦ୍ୱାରା ସମଗ୍ର ଜିଲ୍ଲାରେ ଭୋଟର ସଚେତନତା ସୃଷ୍ଟି ହୋଇପାରିବ ବୋଲି କୁହାଯାଇଛି।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓମ୍‌ଫେଡ୍‌ର ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରତି କୃକଜ୍ଞତା ପ୍ରକାଶ କରିଥିଲେ । ଗଣତନ୍ତ୍ରର ଏହି ମହାନ ପର୍ବରେ ଭୋଟର ସଚେତନତା ସୃଷ୍ଟି ପାଇଁ ଓମ୍‌ଫେଡ୍‌କୁ ସହଭାଗୀ ରୂପେ ସୁଯୋଗ ଦେଇଥିବାରୁ  ଓମ୍‌ଫେଡ୍ ପରିବାର ତରଫରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଥିଲେ . ଏମ୍‌ଫେଡ୍ ଦୁଗ୍ଧ ଜାତୀୟ ଦ୍ରବ୍ୟ ଉତ୍ପାଦନ ଓ ଯୋଗାଣ କରି ଜନସାଧାରଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଇ ଆସୁଛି। ଏବେ କ୍ଷୀର ପ୍ୟାକେଟ ମାଧ୍ୟମରେ ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ମତଦାନ ସଂକ୍ରାନ୍ତୀୟ ସଚେତନତା ବାର୍ତା ସୃଷ୍ଟି କରି ଦେଶର ଗଣତନ୍ତ୍ର ସ୍ୱାସ୍ଥକୁ ପରିପୁଷ୍ଟ କରିବାର ସୁଯୋଗ ଓମ୍‌ଫେଡ୍ ପାଇଁ ଏକ ଗୌରମୟ ମୁହୂର୍ତ ବୋଲି କହିଥିଲେ ଏବଂ ମଇ ୨୫ ତାରିଖରେ ମତଦାନ କରିବା ପାଇଁ ଖୋର୍ଦ୍ଧା  ଜିଲ୍ଲାବାସୀଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କ୍ଷୀର ପ୍ୟାକେଟ୍ ମାଧ୍ୟମରେ ଭୋଟର ସଚେତନତା ବାର୍ତା ପାଇଁ ଓମ୍‌ଫେଡ୍‌କୁ ସାଧୁବାଦ ଜଣାଇଥିଲେ। ନିଜର ମତ ରଖି ସେ କହିଥିଲେ ଯେ, ବିଗତ ନିର୍ବାଚନରେ ଜାତୀୟ ମତଦାନ ହାରଠାରୁ ଓଡିଶାର ମତଦାନ ହାର ଅଧିକ ରହିଥିଲା। ମାତ୍ର ଭୁବନେଶ୍ୱର ଅନ୍ତର୍ଗତ ତିନି ନିର୍ବାଚନ ମଣ୍ଡଳୀରେ ମତଦାନ ହାର ରାଜ୍‌୍ୟ ମତଦାନ ହାରଠାରୁ କମ୍ ରହିବା ସହିତ ୫୦ ପ୍ରତିଶତରୁ କମ୍ ରହିଥିଲା। ଏହାକୁ ପ୍ରତିହତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ବର୍ଗର ଭୋଟରଙ୍କୁ ମତଦାତା ତାଲିକାରେ ସାମିଲ କରିବା ପାଇଁ ସ୍ୱତନ୍ତ୍ର ଉଦ୍ୟମ କରାଯାଉଛି।

ସଂପ୍ରତି ପ୍ରତ୍ୟେକ ଭୋଟର ମଇ ୨୫ ତାରିଖ ଦିନ ନିଜ ନିଜର ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେବା ହେଉଛି ଆମ ସମସ୍ତଙ୍କର ମୁଖ୍ୟ ଉଦ୍ଦେଶ୍ୟ। ଆଉ ସେହି ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ଓମ୍‌ଫେଡ୍ ଏହି ପଦକ୍ଷେପ ନେଇଥିବାରୁ ସାଧୁବାଦ ଜଣାଇବା ସହ ରାଜ୍‌୍ୟ ସରକାରଙ୍କର ସମସ୍ତ ବିଭାଗ ଏଥିପାଇଁ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି।

ମଇ ଦିବସ ଅବସରରେ ଓମ୍‌ଫେଡ୍ ପରିବାର ଏହି ପଦକ୍ଷେପ ନେଇଥିବାରୁ  ଓମ୍‌ଫେଡ୍‌ର ପରିଚାଳନା ନିର୍ଦେଶକଙ୍କ ସମେତ ସମସ୍ତ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ସିଇଓ ଡକ୍ଟର ତିରୁମାଲା ନାୟକ, ଅତିରିକ୍‌ତ ସିଇଓ ସତ୍ୟଗୁଣା କର, ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଏବଂ ଓମ୍‌ଫେଡ୍ର ବରିଷ୍ଠ ଅଧିକାରୀ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଏମସି ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ସଚେତନତା ପାଇଁ ମିନି ମାରାଥନ

ଭୁବନେଶ୍ୱର: ସମାଜର ସାମଗ୍ରୀକ ବିକାଶ ପାଇଁ ଉପଯୁକ୍ତ ନେତା ନିର୍ବାଚିତ କରିବାକୁ ହେଲେ ସମସ୍ତ ଭୋଟର ମତଦାନ କରିବା ଦରକାର। ଏହା ଦ୍ୱାରା ଗଣତନ୍ତ୍ର ସୁଦୃଢ ହେବ ଏବଂ ଦେଶର ବିକାଶ ତ୍ୱରିତ ହେବ। ରାଜଧାନୀରେ ଅଧିକ ଶିକ୍ଷିତ ଲୋକ ବସବାସ କରୁଥିଲେ ମଧ୍ୟ ମତଦାନ ପାଇଁ ଯାଉ ନାହାଁନ୍ତି। ତେଣୁ ଭୋଟରମାନେ ଯେପରି ମତଦାନ କେନ୍ଦ୍ରକୁ ଯାଇ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ସେଥିପାଇଁ ଯୁବ ଭୋଟରମାନେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଛି। ଭୋଟ୍ ହାର ବଢ଼ାଇବାର ପ୍ରମୁଖ ଭମିକା ରହିଛି ନୂଆଭୋଟର ବିଶେଷ କରି ଛାତ୍ରଛାତ୍ରୀ ମାନଙ୍କ। ଆମ ରାଜଧାନୀରେ ଏଥର ସର୍ବାଧିକ ମତଦାନ ହେଉ ଏବଂ ସ୍ମାର୍ଟ ନଗରୀର ସ୍ମାର୍ଟ ଭୋଟର ଭାବେ ପ୍ରତ୍ୟେକ ନାଗରିକ ନିଜ ନିଜ ବୁଥରେ ଭୋଟ ଦେବାକୁ ଯିବା ପାଇଁ ଅନୁରୋଧ କରିଛନ୍ତି ଉପସ୍ଥିତ ଅତିଥି ବୃନ୍ଦ।

ଆଜି ଭୁବନେଶ୍ୱର ମହାନଗନର ନିଗମ (ବିଏମ୍ସି) ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଭୋଟରମାନଙ୍କୁ ସଚେତନ କରାଇବା ପାଇଁ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା। ଇମ୍ପୋସିଟି ଛକରୁ ଆରମ୍ଭ ହୋଇଥିବା ଏହି ମିନି ମାରାଥନରେ ମୁଖ୍ୟ ଅତିଥି ଭାବେ ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲ, ଯୋଗ ଦେଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ  ରାଣା, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ବିଏମ୍ସି ସ୍ୱଚ୍ଛ ଆମ୍ବାସାଡାର ତଥା ଅଲମ୍ପିଆନ ଅନୁରାଧା ବିଶ୍ୱାଳଙ୍କ ସମେତ ବିଏମ୍ସି ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ମିନି ମାରାଥନରେ କିଟ୍, ସିଲିକନ୍ ଓ ପ୍ରତିଭା ଦେବୀ ନର୍ସିଂ କଲେଜରୁ ଶହ ଶହ ଛାତ୍ରଛାତ୍ରୀଙ୍କ ସମେତ ୫ ଶହରୁ ଅଧିକ ନାଗରିକ ସାମିଲ ହୋଇଥିଲେ।

ଏହି ଅବସରରେ ଅଭିଯାନର ଆଭିମୁଖ୍ୟ ଅନୁଯାୟୀ ପ୍ରଥମଥର ଭୋଟ ଦେବାକୁ ଯାଉଥିବା ନୂତନ ଭୋଟରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।  ଆସନ୍ତା ମଇ ୨୫ ତାରିଖ ଦିନ ନିଜ ନିଜ ମତଦାନ କେନ୍ଦ୍ରରେ ନିଶ୍ଚିତ ଭୋଟ ଦେଇ ନିଜର ମତାଧିକାର ସାବ୍ୟସ୍ତ କରିବା ସହ ଦେଶ ଗଠନରେ ସକ୍ରିୟ ଭୂମିକା ନିଭାଇବା ପାଇଁ ଉପସ୍ଥିତ ଭୋଟରମାନଙ୍କୁ ଶପଥ ପାଠ କରାଇଥିଲେ । ପରେ ସଚେତନତା ବାର୍ତା ଉଲ୍ଲେଖ ଥିବା ହିଲିୟମ ବେଲୁନକୁ ଅତିଥିମାନେ ଉଡାଇବା ପରେ ଭୋଟର ସଚେତନତା ମଶାଲ ହସ୍ତାନ୍ତର କରିଥିଲେ। ଏହା ପରେ ଅତିଥିମାନେ ପତାକା ଦେଖାଇ ମିନି ମାରାଥନର ଶୁଭାରମ୍ଭ କରିଥିଲେ। ଏକ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଆରମ୍ଭ ହୋଇଥିଲା ଏହି ମିନି ମାରାଥନ।

ଶିକ୍ଷିତ ଓ ସରକାରୀ କର୍ମଚାରୀ ନିଶ୍ଚିତ ଭୋଟ ଦେବା ସହ ଅନ୍ୟମାନଙ୍କୁ ମଇ ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ନିଜ ନିଜର ମତଦାନ କେନ୍ଦ୍ରରେ ଉପସ୍ଥିତ ରହି ମତାଧିକାର ସାବସ୍ତ୍ୟ କରିବାକୁ ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲ ଅନୁରୋଧ କରିଛନ୍ତି।

ଗଣତନ୍ତ୍ରର ଏହି ମହାନ ପର୍ବରେ ସମସ୍ତ ଭୋଟର ଅଂଶ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ରାଣା। ଖୋର୍ଦ୍ଧା ଜିଲ୍ଲା ବିଶେଷ କରି ମହାନଗର ନିଗମ ଅଂଚଳରେ ମତଦାନ ହାର ବୃଦ୍ଧି କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ଭୋଟର ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଭୋଟର ସଚେତନନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଏମ୍ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ବିଜେବି କଲେଜ ଅଧ୍ୟକ୍ଷା ପ୍ରଫେସର ଇତିଶ୍ରୀ ପାଢୀ, ଆଂଚଳିକ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ସୁମନ ଦାସ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଭୋଟ ଦେବା ସହ ଅନ୍ୟମାନଙ୍କୁ ଭୋଟ ଦେବା ପାଇଁ ଉତ୍ସାହିତ କରିବାକୁ କହିଥିଲେ। ଏହି ଅବସରରେ ନୂତନ ଭୋଟରମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।

ବହୁ ବ୍ୟକ୍ତିଙ୍କ ବଳିଦାନରେ ଆମକୁ ମିଳିଛି ଏହି ଗଣତନ୍ତ୍ର । ସାରା ବିଶ୍ୱରେ ଆମର ଗଣତନ୍ତ୍ର ସର୍ବ ବୃହତ । ଆମ ସହିତ ସ୍ୱାଧୀନତା ପାଇଥିବା ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡିକ ନିଜର ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଏବେ ସଂଗ୍ରାମ କରୁଛନ୍ତି । ଅନ୍ୟ ପକ୍ଷରେ ଆମର ଗଣତାନ୍ତ୍ରିକ ପଦ୍ଧତି ଚାଲୁ ରହିଛି କିନ୍ତୁ ସମୟକ୍ରମେ ଏହାକୁ ସୁଦୃଢ କରିବାର ଆବଶ୍ୟକତା ରହିଛି  । ଏଥିରେ ମୂଳ ଅଂଶୀଦାର ହେଉଛନ୍ତି ଆମର ଭୋଟ ଦାତା; ବିଶେଷ କରି ନୂଆ ଏବଂ ଯୁବ ଭୋଟରମାନେ ଏହି ବିକାଶ ମୂଳକ ପ୍ରକ୍ରିୟାର ମଙ୍ଗ ଧରିବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ ବିଏମସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ । ଆଳସ୍ୟ ଭାବ ହେତୁ ଭୋଟ ନ ଦେବା ଏକ ଗଣତାନ୍ତ୍ରିକ ମୂଲ୍ୟବୋଧକୁ କ୍ଷୁର୍ଣ୍ଣ କରୁଛି । ତେଣୁ ପ୍ରତି ନିର୍ବାଚନରେ ଆଗ୍ରହର ସହିତ ମତଦାନ କରିବା ଅଭ୍ୟାସକୁ ସମସ୍ତେ ଆପଣେଇବାକୁ ସେ ପରାମର୍ଶ ଦେଇଛନ୍ତି । ଭୁବନେଶ୍ୱରରେ ହେଉଥିବା ୪୩ ପ୍ରତିଶତ ଭୋଟ ହାରକୁ ଶତ ପ୍ରତିଶତ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ ।

ଭୁବନେଶ୍ୱର ଅନ୍ତର୍ଗତ ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାୟ ୭୦୦ ବୁଥ ରହିଛି । ସେଗୁଡିକ ମଧ୍ୟରୁ ପ୍ରାୟ ୩୫୦ରୁ ଅଧିକ ବୁଥରେ କେବଳ ମହିଳା ଅଧିକାରୀ ଓ କର୍ମଚାରୀ ବୁଥ ପରିଚାଳନା କରିବେ । ସମସ୍ତ ରାଜନୈତିକ ଦଳ ଏହି ସବୁ ବୁଥ୍ ପାଇଁ ମହିଳା ପୋଲିଂ ଏଜେଣ୍ଟ ଦେବାକୁ ଅନୁରୋଧ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା । ଚଳିତ ବର୍ଷ ଅଧିକ ନୂଆ ଭୋଟର ସାମିଲ ହୋଇଛନ୍ତି । ସେହିମାନେ ଭୋଟ ଦେବା ସହ ଅନ୍ୟମାନଙ୍କୁ ଭୋଟ ଦେବା ପାଇଁ ସଚେତନ କରାଇବାକୁ କହିଛନ୍ତି ଜିଲ୍ଲାପାଳ । ଏହା ବ୍ୟତିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଆପ୍ ପ୍ରସ୍ତୁତ କରାଯାଇଛି । ଏହି ଆପ ଦ୍ୱାରା ଭୁବନେଶ୍ୱରବାସୀ ସେମାନଙ୍କର ବୁଥ୍, କେତେ ଭୋଟର ମତଦାନ କରିଛନ୍ତି ଏବଂ ଆଉ କେତେ ଲୋକ ଭୋଟ ଦେବାକୁ ରହିଛନ୍ତି ଆଦି ତଥ୍ୟ ପାଇପାରିବେ ବୋଲି ସେ ସୂଚନା ଦେଇଛନ୍ତି ।

ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ ସଭାକକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୪ ଶହରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇଥିବାବେଳେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଗଣ, ଟିମ୍ ବି ଏମ୍ ସି, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ସାମିଲ ହୋଇଥିଲେ ।
ଉପସ୍ଥିତ ଭୋଟରମାନଙ୍କୁ ଭୋଟ ଦେବା ପାଇଁ ଶପଥ ପାଠ କରାଯାଇଥିଲା ।

ଏହି ଅବସରରେ ପ୍ରଥମ ଥର ପାଇଁ ମତଦାନ କରିବାକୁ ଥିବା ଯୁବ ଭୋଟର ମାନଙ୍କୁ ସମ୍ବର୍ଦ୍ଧନା, କୁଇଜ ଏବଂ ଦସ୍ତଖତ ଅଭିଯାନ କରାଯାଇଥିଲା । ଭୋଟରମାନଙ୍କୁ ସଚେତନ କରାଇବା ପାଇଁ ଜାଗରଣ ଓ ଏଆଇପିଏଚ୍ କଳାକାରଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା । ଗତ କାଲି ଉତ୍କଳ ଗ୍ୟାଲେରିଆ ମଲରେ ଏବଂ ଆଜି ସକାଳୁ ଲିଙ୍ଗରାଜଙ୍କ ମନ୍ଦିର ସମ୍ମୁଖ ସହ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ନିଜ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଭୋଟର ସଚେତନତା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମତଦାନ ପ୍ରତିଶତ ବୃଦ୍ଧି ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ସହ ସବୁ ବର୍ଗ ମାନଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଚଞ୍ଚଳ ରାଣାଙ୍କ ତତ୍ତ୍ଵାବଧାନରେ ଏହି ସବୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ମର୍ମରେ ସ୍ଥାନୀୟ କ୍ୟାପିଟାଲ ହାଇସ୍କୁଲରେ ଭୋଟର ସଚେତନତା ଉପରେ ଏକ ଆଲୋଚନା ଚକ୍ର ତଥା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଡ଼. ବାଦଲ କୁମାର ମହାନ୍ତି, ଭୁବନେଶ୍ୱର ଉପ ଜିଲ୍ଲାପାଳ ଶ୍ରୀ ଚିନ୍ମୟ ଆଚାର୍ଯ୍ୟ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସ୍ନିଗ୍ଧା ମିଶ୍ର, ଭୁବନେଶ୍ୱର ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ପ୍ରଜ୍ଞା ପାରମିତା ଜେନା, କ୍ୟାପିଟାଲ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ । ଏଥି ସହିତ ଭୁବନେଶ୍ୱର ମହାନଗର ନିଗମ ଅଧିନସ୍ଥ ସମସ୍ତ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ବେସରକାରୀ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବୈଠକରେ ଯୋଗଦାନ କରିଥିଲେ ।

ମତଦାନ ଏକ ସଚେତନ ନାଗରିକର ଅଧିକାର । ଦେଶର ସମସ୍ତ ଯୋଗ୍ୟ ନାଗରିକ ସ୍ଵ-ଇଛା ରେ ସଠିକ ବ୍ୟକ୍ତିଙ୍କୁ ଚୟନ କରି ମତଦାନ କରିବା ନିତାନ୍ତ ଆବଶ୍ୟକ।ଏଥି ନିମନ୍ତେ ବିଦ୍ୟାଳୟ ସ୍ତରରେ କୁନି କୁନି ପିଲାଙ୍କ କୋମଳ ମନରେ ଉତ୍ସାହ ସୃଷ୍ଟି କରି ସେମାନଙ୍କୁ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରିବା ଏକ ଅଭିନବ ପ୍ରୟାସ । ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଯଥା ଭୋଟର ସଚେତନ ମୂଳକ ଚିତ୍ରାଙ୍କନ, ରଚନା, ବକ୍ତୃତା ତଥା ସ୍ଲୋଗାନ, ପ୍ଲା କାର୍ଡ଼,ଏକକ ଅଭିନୟ, ଡ୍ରାମା ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ତଥା ସେମାନଙ୍କ ପିତାମାତା ଗୁରୁଜନ ସମସ୍ତଙ୍କୁ ସଚେତନ କରାଇବା ପାଇଁ ପ୍ରଧାନ ଶିକ୍ଷକ /ଶିକ୍ଷୟତ୍ରୀଙ୍କୁ ନିର୍ଦେଶ ଦିଆଯାଇଥିଲା । ଆସନ୍ତା ୨୫ ତାରିଖରୁ ସରକାରୀ ସ୍ତରରେ ଗ୍ରୀଷ୍ମ ଅବକାଶ ଘୋଷଣା କରାଯାଇଥିବାରୁ ପିଲାମାନଙ୍କୁ ଛୁଟି ସମୟରେ ମଧ୍ୟ ଭୋଟର ସଚେତନତାମୂଳକ ଛୋଟ ଛୋଟ କାର୍ଯ୍ୟକ୍ରମ ହ୍ୱାଟ୍ସଆପ ଗ୍ରୁପ ମାଧ୍ୟମରେ ପ୍ରେରଣ କରିବା ଓ ପିଲାମାନଙ୍କ ଦ୍ୱାରା ନିଜର ଶିକ୍ଷକ, ଅଭିଭାବକ ବା ସାଙ୍ଗ ନିକଟକୁ ପତ୍ର ଲିଖନ କରି ପ୍ରେରଣ କରି ମତଦାନ ନିମନ୍ତେ ପରାମର୍ଶ ଦେବା ପାଇଁ କୁହାଯାଇଥିଲା । ଏଥି ସହିତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଯେଭଳି ନିଜ ଘରେ ଥିବା ଯୋଗ୍ୟ ଭୋଟର, ଅଭିଭାବକ, ସମ୍ପର୍କୀୟ ଏବଂ ପଡୋଶୀ ମାନଙ୍କୁ ମଇ ୨୫ ତାରିଖରେ ନିଶ୍ଚୟ ମତଦାନ କରିବା ପାଇଁ ଅନୁରୋଧ କରିବେ । ଏଥି ସହିତ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଭୋଟର ସଚେତନତା ସହ ସମସ୍ତ ଅନୁଷ୍ଠାନିକ କାମକୁ ସଫଳତାର ରୂପରେଖ ଦେବା ପାଇଁ ସହଯୋଗ କରିବା ବୋଲି ସ୍ଥିର କରାଯାଇଥିଲା।

ଏତଦବ୍ୟତୀତ ଖୋର୍ଦ୍ଧା ଜିଲ୍ଲାରେ ମତଦାନ ହାର ବୃଦ୍ଧି ଲକ୍ଷ୍ୟରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ମତଦାନ ନିମନ୍ତେ ଅଭିଭାବକ ମାନଙ୍କ ନିକଟକୁ ପୋଷ୍ଟକାର୍ଡ ମାଧ୍ୟମରେ ନିଜ ନିଜ ବିଦ୍ୟାଳୟରୁ ପତ୍ରଆଳାପ କରିଛନ୍ତି । ଏପରିକି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟ ସଚେତନତା ସୃଷ୍ଟି କରାଯାଉଛି ।

ଆଜିର କାର୍ଯ୍ୟକ୍ରମ ଶେଷରେ ଭୋଟର ସଚେତନତା ଶପଥ ପାଠ କରାଯାଇ ଅତିଥିମାନଙ୍କୁ ଓ ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରି ବୈଠକଟିକୁ ସାଙ୍ଗ କରାଯାଇଥିଲା ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସଚେତନତା ଶୋଭାଯାତ୍ରା: ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ବର: ଚିଠା ଭୋଟର ତାଲିକା-୨୦୨୪ ପ୍ରକାଶ ପାଇବା ପୂର୍ବରୁ ୧୭ ବର୍ଷ ବୟସରୁ ଊଦ୍ଧ୍ୱର୍ ନୂତନ ଯୁବ ମତଦାତାମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ଓ ଭୋଟର ତାଲିକା ସଂଶୋଧନ ନେଇ ଭୁବନେଶ୍ୱରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଲ୍ୟରେ ଭୋଟ ଦେବା, ଗଣତନ୍ତ୍ରକୁ ସୁଦୃଢ କରିବା ଶୀର୍ଷକ ଉପରେ ରାଜ୍ୟସ୍ତରୀୟ ବିଶାଳ ଭୋଟର ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି।

ଏହି ଶୋଭାଯାତ୍ରାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧୀକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରା ରାମ ମନ୍ଦିର ଛକଠାରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା।

ଉକ୍ତ ସଚେତନତା ପଦଯାତ୍ରାରେ ଓଡିଶୀ, ଘୋଡାନାଚ ଓ ପାଇକ ଆଖଡା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଏନ୍‌ଏସ୍‌ଏସ୍‌, ସ୍କାଉଟ୍‌, ଗାଇଡ୍‌, ବୁଦ୍ଧିଜୀବୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଗଣମାଧ୍ୟମ ପ୍ରତିନିଧି ଓ ବରିଷ୍ଠ ପଦାଧିକାରୀମାନେ ସାମିଲ ହୋଇଥିଲେ।

ଏହି ଅବସରରେ ପୁଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଖୋରଧା ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର, ଖୋରଧା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ର ନାରାୟଣ ମହାନ୍ତି, ଉପ ଜିଲ୍ଲାପାଳ ଶ୍ରୀ ଚିନ୍ମୟ କୁମାର ଆଚାର୍ଯ୍ୟ, ନାଇଜରର ପ୍ରଫେସର ବେଦାଙ୍ଗଦାସ ମହାନ୍ତି, ସମାଜସେବୀ ସାଧନା ମିଶ୍ର, ଆନ୍ତର୍ଜାତିକ ଚେସ ଖେଳାଳି ପଦ୍ମିନୀ ରାଉତଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

୨୦୨୪ ବର୍ଷ ପାଇଁ ନୂତନ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ଚଳିତ ଅକେଫାବର ୨୭ ତାରିଖଠାରୁ ଆସନ୍ତା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସୂଚନା ଦେଇଛନ୍ତି।

ବିଶେଷ କରି ନୂତନ ଭୋଟରମାନଙ୍କୁ ଭୋଟର ତାଲିକାରେ ନାମ ପnିକରଣ ପାଇଁ ବ୍ୟାପକ ସଚେତନ କରାଯିବା ସହ ୧୭ ବର୍ଷରୁ ଊଦ୍ଧ୍ୱର୍ ନାଗରିକମାନଙ୍କୁ ଆବେଦନ ପତ୍ର ଦାଖଲରେ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି କହିଥିଲେ।

ଗୋଟିଏ ବର୍ଷରେ ୪ ଥର ଅର୍ଥାତ ଜାନୁଆରୀ ୧, ଅପ୍ରେଲ ୧, ଜୁଲାଇ ୧ ଓ ଅକେଫାବର ୧ ତାରିଖକୁ ଯୋଗ୍ୟତାସୂଚକ ତାରିଖ ଧରାଯାଇ ନୂତନ ଭୋଟରମାନେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ୬ ନମ୍ବର ଫର୍ମରେ ଆବେଦନ କରିପାରିବେ ବୋଲି ସେ କହିଥିଲେ।

ଭୋଟର ତାଲିକାରେ ନାମ ପଞ୍ଜିକରଣ କିମ୍ବା ନାମ ଯୋଗ ପାଇଁ ଫର୍ମ ନଂ ୬, ଭୋଟର ତାଲିକରୁ ନାମ ବାଦ ଦେବା କିମ୍ବା କାଟିବା ପାଇଁ ଫର୍ମ ନଂ ୭ ଓ ଭୋଟର ତାଲିକାରେ ତ୍ରୁଟି ସଂଶୋଧନ ପାଇଁ ଫର୍ମ ନଂ ୮ କୁ ଉପଯୋଗ କରିପାରିବେ।

ଆସନ୍ତା ମାସ ୫, ୧୧, ୧୯ ଓ ୨୫ ତାରିଖକୁ ସ୍ୱତନ୍ତ୍ର ପ୍ରଚାର ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ଏହି ଦିନରେ ସମସ୍ତ ବୁଥରେ ବୁଥସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଭୋଟରମାନଙ୍କୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ସହଯୋଗ କରିବେ ବୋଲି ଶ୍ରୀ ଧଳ ସୂଚନା ଦେଇଥିଲେ।

ଏହି ଶୋଭାଯାତ୍ରା ଅବସରରେ ଭୋଟର ସହାୟତା କେନ୍ଦ୍ର, ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇ ଭୋଟ ଦେବା ପ୍ରକ୍ରିୟା ସମ୍ପର୍କରେ ନୂତନ ଭୋଟରମାନଙ୍କୁ ସଚେତନ କରାଯାଇଥିଲା। ଝୋଟି, ରଙ୍ଗୋଲି, ପେଣ୍ଟିଂ, କୁଇଜ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

Categories
ଆଞ୍ଚଳିକ

ଆସିକା: ଭୋଟର ସଚେତନତା କାର୍ଯ୍ୟକ୍ରମ

ମାନସ ପୂର୍ଣ୍ଣ ଆଚାର୍ଯ୍ୟ
ଆସିକା: ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ନଗର ପାଳିକା ଶ୍ରୀମତୀ ଵିନେତା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ନିର୍ବାଚନ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକାରେ ଥିବା ଭୁଲ ସଂଶୋଧନ, ଆଧାର ସହିତ ସଂଯୋଗ, ଭୋଟର ତାଲିକାରେ ନୂତନ ଭାବେ ଯୋଗ କରିବା, ମୃତ ବ୍ୟକ୍ତିଙ୍କ ନାମ ବାଦ୍ ପଡିବା ପରି ବିଭିନ୍ନ ବିଷୟରେ ପ୍ରଶିକ୍ଷକ ରାମନାଥ ପଟ୍ଟନାୟକ ପ୍ରଶିକ୍ଷଣ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ବାଇଁ, ସିଡିପିଓ ମତି ଭାଗ୍ୟଲତା ପାତ୍ର, ସୁପରଭାଇଜର ସରୋଜ କୁମାର ନାୟକ, ସମସ୍ତ କାଉନସିଲର, ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନରେ ଥିବା ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ନୂତନ ଭାବେ ମୋନୋନିତ ହୋଇଥିବା ସମସ୍ତ ୱାର୍ଡ କୋଡ଼ିନେଟର୍ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଅଧ୍ୟକ୍ଷା ଧନ୍ୟବାଦ ଦେବାସହ ଉପସ୍ଥିତ କର୍ମୀଙ୍କୁ ନିର୍ଭୁଲ ଭାବେ ନୂତନ ତାଲିକା ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ।