Categories
ଆଞ୍ଚଳିକ

ମଝିଆଖଣ୍ଡରେ ଅଶୋକଷ୍ଟମୀ ପାଳିତ, ଟଣା ହେଲା ରୁକୁଣା ରଥ

ରଣପୁର: ରଣପୁର ବ୍ଲକ ନିକଟସ୍ଥ ମଝିଆଖଣ୍ଡ ଗ୍ରାମପଂଚାୟତରେ ୧୩୬୫ ମସିହାରୁ ପାଳନ କରାଯାଉଛି ଏହି ନିଆରା ପର୍ବ ଅଶୋକା ଅଷ୍ଟମୀ। ନୀତି ଅନୁଯାୟୀ ପ୍ରଭୁ କମଳେଶ୍ୱର ଦେବ ଶହ ଶହ ଭକ୍ତଙ୍କର ଗହଣରେ ରୁଙ୍କୁଣା ରଥରେ ବସି ୭ ଦିନ ପାଇଁ ମାଉସୀ ମା ‘ ମନ୍ଦିର କୁ ବିଜେ କରିବେ। ତେଣୁ ନୀତି ପରମ୍ପରା ଅନୁଯାୟୀ ରଥର ସମସ୍ତ ନୀତିକାନ୍ତି ପରେ ରଥ ଉପରକୁ ପ୍ରଭୁ କମଳେଶ୍ୱର ଦେବ ବିଜେ କରିଥିଲେ।

ଏହା ପରେ ଭକ୍ତମାନେ ରଥକୁ ଟାଣି ଟାଣି ଅଶୋକ ବଜାର ଠାରେ ଥିବା ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ। ଏହି ରଥ ଟଣା ସମୟରେ ରଣପୁର ଦେବୋତ୍ତର ବିଭାଗ ଅଧିକାରୀ ତଥା ରଣପୁର ତହସିଲଦାର ଇପ୍ସିତ ସାହୁ, ଦେବୋତ୍ତର ମ୍ୟାନେଜର ରମେଶ ପ୍ରଧାନ, ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢ଼ୀ, ବରିଷ୍ଠ ସାମ୍ବାଦିକ ବିଶ୍ୱ ରଞ୍ଜନ ଆଚାର୍ଯ୍ୟ, ପରେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ପୁରାତନ ଏହି ନିଆରା ପରମ୍ପରାଟିକୁ ଆଗାମୀ ଦିନରେ ଆହୁରି ଅଧିକ କିପରି ଉନ୍ନତି ହୋଇପାରିବ ସେ ନେଇ ଦେବୋତ୍ତର ବିଭାଗର ଅଧିକାରୀ ତଥା ରଣପୁର ତହସିଲଦାର ମତାମତ ଦେଇଛନ୍ତି। ରଣପୁର ପୋଲିସ ପକ୍ଷରୁ ବ୍ୟାପକ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।