Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଦେଶରେ ସବୁଠୁ ଅଧିକ ମଦ କିଏ ପିଅନ୍ତି: ମହିଳା ନା ପୁରୁଷ, ଜାଣନ୍ତୁ

ନୂଆଦିଲ୍ଲୀ : ଦେଶରେ ଆସାମର ମହିଳା ମାନେ ସର୍ବାଧିକ ମଦ୍ୟପାନ କରନ୍ତି । 2019-2020 ବର୍ଷରେ କରାଯାଇଥିବା ସର୍ବେକ୍ଷଣ ରିପୋର୍ଟ ଆସିବା ପରେ ଏହି ତଥ୍ୟ ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସର୍ଭେ କରାଯାଇ ଏହି ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ 15-49 ବର୍ଷ ବୟସ ମଧ୍ୟରେ ଆସାମରେ 26.3 ପ୍ରତିଶତ ମଦ୍ୟପାନ କରୁଥିବା ବେଳେ ଏହା ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସର୍ବାଧିକ । ଏହି ସମୟରେ ଜାତୀୟ ହାର1.2 ପ୍ରତିଶତ ରହିଥିବା ବେଳେ ମେଘାଳୟ 8.7 ପ୍ରତିଶତ ସହିତ ଦ୍ୱିତୀୟ ସ୍ଥାନରେ ରହିଛି ।

2005-06 ମସିହାରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ଆସାମରେ ମାତ୍ର 7.5 ପ୍ରତିଶତ ମହିଳା ମଦ୍ୟପାନ କରୁଥିଲେ । 33.6 ପ୍ରତିଶତ ସହିତ ଅରୁଣାଚଳ ପ୍ରଦେଶ ଏହି ତାଲିକାର ଉପରେ ରହିଥିବା ବେଳେ ସିକ୍କିମ(19.1), ଛତିଶଗଡ(11.4), ଝାରଖଣ୍ଡ (9.9) ଏବଂ ତ୍ରିପୁରା (9.6) ଏହା  ତଳକୁ ରହିଥିଲେ । ଏହି ରାଜ୍ୟ ମାନଙ୍କରେ ମଦ୍ୟ ସେବନ ହ୍ରାସ ପାଇଥିଲେ ମଧ୍ୟ ଆସାମରେ ଏହା ଆକାଶ ଛୁଆଁ ହୋଇଛି।

ସେହିପରି ଆାସାମରେ 35.6 ପ୍ରତିଶତ ପୁରୁଷ ମଦ୍ୟପାନ କରୁଛନ୍ତି ଯାହାକି ଆଗରୁ 29.2 ପ୍ରତିଶତ ରହିଥିଲା । 59 ପ୍ରତିଶତ ସହିତ ଅରୁଣାଚଳ ପ୍ରଦେଶ ଏହି ତାଲିକାର ସର୍ବାଗ୍ରେ ରହିଛି । 44.8 ପ୍ରତିଶତ ଆସାମ ମହିଳା ସପ୍ତାହକୁ ଅନ୍ୟୁନ ଥରେ ମଦ ପିଉଥିବା ବେଳେ ଜାତୀୟ ହାର 35 ପ୍ରତିଶତ ରହିଛି । ସେହିପରି ଆସାମର 51.9 ପ୍ରତିଶତ ପୁରୁଷ ସପ୍ତାହକୁ ଅନ୍ୟୁନ ଥରେ ମଦ ପିଇଥାନ୍ତି ଏହାର ଜାତୀୟ ହାର 40.7 ରହିଛି ।

ସେହିପରି ଗୁଟଖା ଖାଇବାରେ ମଧ୍ୟ ଆସାମ ଉପରେ ରହିଛି । ଆସାମର 17.7 ପ୍ରତିଶତ ମହିଳା ଗୁଟଖା ଖାଉଥିବା ବେଳେ ଜାତୀୟ ହାର 6.8 ପ୍ରତିଶତ ରହିଛି ଏବଂ 60  ପ୍ରତିଶତ ପୁରୁଷ ଗୁଟଖା ଖାଉଥିବା ବେଳେ ଜାତୀୟ ହାର 44.5 ପ୍ରତିଶତ ରହିଛି । (ଏଜେନ୍ସି)