Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ବଡ ଘୋଷଣା: ବିଦ୍ୟାଳୟରେ ଗୀତା ଏବଂ ରାମାୟଣ ପଢିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୁଣି ଥରେ ଘୋଷଣା କରିଛନ୍ତି ଯେ, ଗୀତା ଏବଂ ରାମାୟଣଙ୍କ ସହ ବିଦ୍ୟାଳୟରେ ହିନ୍ଦୁ ଧର୍ମର ସମସ୍ତ ପବିତ୍ର ପୁସ୍ତକ ଶିକ୍ଷା ଦିଆଯିବ। ସୋମବାର ଦିନ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଆମର ରାମାୟଣ, ମହାଭାରତ, ବେଦ, ପୁରାଣ, ଉପନିଷଦ ଅମୂଲ୍ୟ ଗ୍ରନ୍ଥ ଅଟେ। ଏହି ଗ୍ରନ୍ଥଗୁଡିକ ମଣିଷକୁ ନୈତିକ ଏବଂ ସଂପୂର୍ଣ୍ଣ କରିବାର କ୍ଷମତା ରଖିଛି। ଏହି ପବିତ୍ର ଗ୍ରନ୍ଥଗୁଡ଼ିକ ମାଧ୍ୟମରେ ଆମେ ପିଲାମାନଙ୍କୁ ସଂପୂର୍ଣ୍ଣ ଏବଂ ନୈତିକ ଶିକ୍ଷା ଦେବୁ।

ଭୋପାଳରେ ବିଦ୍ୟା ଭାରତୀ ଦ୍ୱାରା ଆୟୋଜିତ ସୁଘୋଶ ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୂତନ ଶିକ୍ଷା ନୀତିରେ ବର୍ତ୍ତମାନ ମାତୃଭାଷାରେ ଶିକ୍ଷା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ମଧ୍ୟପ୍ରଦେଶରେ ହିନ୍ଦୀରେ ମେଡିକାଲ ଏବଂ ଇଞ୍ଜିନିୟରିଂ ଅଧ୍ୟୟନ କରାଯିବ। ସେ ଅଭିଯୋଗ କରିଛନ୍ତି ଯେ ଦେଶରେ କିଛି ଲୋକ ଅଛନ୍ତି ଯେଉଁମାନେ ଆମ ସଂସ୍କୃତି, ଆଧ୍ୟାତ୍ମିକତା, ଧର୍ମ ଏବଂ ମହାନ ବ୍ୟକ୍ତିମାନଙ୍କୁ ସମାଲୋଚନା କରିବାରେ ଆନନ୍ଦିତ ହୁଅନ୍ତି। ଏଭଳି ଲୋକମାନେ ଜାଣନ୍ତି ନାହିଁ ଯେ ସେମାନେ ଦେଶ ପାଇଁ କେତେ କ୍ଷତି କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଆନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ଯାହା କଲେ ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ଭୋପାଳ, ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏକ ନୂଆ କଥା କରିଛନ୍ତି। ତାହା ହେଲା  ଶିବରାଜ ସପତ୍ନୀକ ଭୋପାଳ ନିକଟରେ ଥିବା ଦିଦି କାଫେକୁ ଖାଇବାକୁ ଯାଇଥିଲେ। ଏକ ପଞ୍ଚାୟତ କ୍ୟାମ୍ପସ ଭିତରେ ନିର୍ମିତ ହୋଇଥିବା ଦିଦି କାଫେ ହେଉଛି କେବଳ ମହିଳା ବା ଦିଦିମାନଙ୍କ ଦ୍ବାରା ପରିଚାଳିତ ହୋଟେଲ।

ସପତ୍ନିକ ମୁଖ୍ୟମନ୍ତ୍ରୀଙ୍କୁ ଦେଖ୍ ଦିଦିମାନେ ଇତସ୍ତତଃ ହୋଇପଡିଥିଲେ। ହେଲେ କିଛି ବ୍ୟସ୍ତ ହୁଅ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଜି ମହିଳା ଦିବସରେ ତୁମ କାଫେକୁ ଖାଇବାକୁ ଆସିଛି ବୋଲି କହିଥିଲେ। ଏହାପରେ ଦିଦିମାନେ ତାଙ୍କ କାଫେର ସବୁଠୁ ସ୍ବାଦିଷ୍ଠ ଖାଦ୍ୟ ପରଷି ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

କାଲିଘାଟ ମନ୍ଦିରରେ ପୂଜା କଲେ ଶିବରାଜ, କହିଲେ ଦିଦିଙ୍କ ବିଦାୟ ନିଶ୍ଚୟ

କଲିକତା: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦାବି କରିଛନ୍ତି ଯେ, ଦିଦିଙ୍କ (ମମତା ବାନାର୍ଜୀ) ପଶ୍ଚିମ ବଙ୍ଗରୁ ବିଦାୟ ନିଶ୍ଚିତ। ସେ କହିଛନ୍ତି ଯେ, ଆସନ୍ତା ଉବ ୨ ତାରିଖରେ ବଙ୍ଗଳଦେଶର କ୍ଷମତା ହାସଲ କରିବାରେ ବିଜେପି ସଫଳ ହେବ।

ରାଜ୍ୟର ଭାରତୀୟ ଜନତା ପାର୍ଟିର ପରିବର୍ତନ ଯାତ୍ରାରେ ଯୋଗଦେବା ପାଇଁ ଶନିବାର ରାତିରେ କଲିକତାରେ ପହଂଚିଥିବା ଶିବରାଜ ଚୌହାନ ରବିବାର ସକାଳେ କାଲିଘାଟ ମନ୍ଦିରକୁ ଯାଇ ପ୍ରାର୍ଥନା କରିଥିଲେ। ଏହି ସମୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ପରିବର୍ତନର ଲହରୀ ଖେଳିଯାଇଛି। ରାଜ୍ୟ ସରକାର ଗରୀବ ଏବଂ କୃଷକ ମାନଙ୍କୁ କେନ୍ଦ୍ର ଯୋଜନାରୁ ବଂଚିତ କରିବାପାଇଁ ଏଠାରେ କାର୍ଯ୍ୟ କରୁଛନ୍ତି।

ସେ କହିଛନ୍ତି ଯେ, ହିଂସା ଏବଂ ଭ୍ରଷ୍ଟାଚାର ପଶ୍ଚିମବଙ୍ଗଳରେ ପ୍ରାଧାନ୍ୟ ରହିଛି। ପ୍ରଥମେ କମ୍ୟୁନଷ୍ଟ ଏବଂ କଂଗ୍ରେସ ରାଜ୍ୟକୁ ଧ୍ୱଂସ କରିଦେଲେ ଏବଂ ବର୍ତମାନ ଏହି କାର୍ଯ୍ୟ ତୃଣମୂଳ ଦ୍ୱାରା କରାଯାଉଛି। ସେ କହିଛନ୍ତି ଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଆସନ୍ତା ୨ରେ ଘୋଷଣା କରାଯିବ ଏବଂ ସେହି ଦିନ ଦିଦି ଦିଦି ବିଦାୟ ନେବେ ଏବଂ ବିଜେପି କ୍ଷମତାକୁ ଆସିବ।