Categories
ଆଜିର ଖବର ଜାତୀୟ ଖବର

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଝଟକା, ପୂର୍ବତନ ସାଂସଦଙ୍କ ସମେତ ଅନେକ ନେତା କଂଗ୍ରେସରେ ସାମିଲ

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ପାର୍ଟି ବିଆରଏସକୁ କଂଗ୍ରେସ ଏକ ବଡ ଝଟକା ଦେଇଛି। ଆଜି ପୂର୍ବତନ ସାଂସଦ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ, ତେଲେଙ୍ଗାନାର ପୂର୍ବତନ ମନ୍ତ୍ରୀ ଜୁପଲି କୃଷ୍ଣ ରାଓଙ୍କ ସମେତ ଅନେକ ନେତା କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏହି ନେତାମାନେ ଦଳ ସହ ହାତ ମିଳାଇଛନ୍ତି।

ଏହି ସମୟରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ, ଦଳର ରାଜ୍ୟ ପ୍ରଭାରୀ ମାଣିକରାଓ ଠାକରେ ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ରେଭନ୍ତ ରେଡ୍ଡୀ ଉପସ୍ଥିତ ଥିଲେ। ମଲ୍ଲିକାର୍ଜୁନ୍ ଖଡଗେ ଏବଂ ରାହୁଲ ଗାନ୍ଧୀ ମଧ୍ୟ ଏଆଇସିସି କାର୍ଯ୍ୟାଳୟରେ ତେଲେଙ୍ଗାନା କଂଗ୍ରେସ ନେତାଙ୍କୁ ଭେଟିଥିଲେ।

ପୋଙ୍ଗୁଲେଟି ଶ୍ରୀନିବାସା ରେଡ୍ଡୀ କିଏ?:

ପୋଙ୍ଗୁଲେଟି ଶ୍ରୀନିବାସା ରେଡ୍ଡୀ ଖମମ ଲୋକସଭା ଆସନର ପୂର୍ବତନ ସାଂସଦ। ରେଡ୍ଡୀ ଲୋକସଭା ନିର୍ବାଚନରେ ​​YSR କଂଗ୍ରେସ ଟିକେଟରେ ଜିତିଥିଲେ। ଏହା ପରେ ସେ କେସିଆର ପାର୍ଟିରେ ଯୋଗ ଦେଇଥିଲେ। ତେଲେଙ୍ଗାନାର ଚନ୍ଦ୍ରଶେଖର ରାଓ ସରକାରରେ କୃଷ୍ଣ ରାଓ ଗ୍ରାମୀଣ ବିକାଶ ମନ୍ତ୍ରୀ ରହିଛନ୍ତି। ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଏହି ଦୁଇ ନେତାଙ୍କୁ କିଛି ମାସ ପୂର୍ବରୁ ଭାରତ ରାଷ୍ଟ୍ର ସମିତିରୁ ନିଲମ୍ବିତ କରାଯାଇଥିଲା।

ଏହି ଦୁଇ ନେତାଙ୍କ ବ୍ୟତୀତ ପୂର୍ବତନ ବିଧାୟକ ଏମଏଲସି ଦାମୋଦର ରେଡ୍ଡୀଙ୍କ ସମେତ ପ୍ରାୟ ୧୮ ଜଣ ନେତା କଂଗ୍ରେସରେ ଯୋଗ ଦେଇଛନ୍ତି। କର୍ଣ୍ଣାଟକରେ ବିଜୟ ପରେ ତେଲେଙ୍ଗାନାରେ ଶାସକ ବିଆରଏସରେ କଂଗ୍ରେସ ଯେଉଁଭଳି ଆଭିମୁଖ୍ୟ ଗ୍ରହଣ କରିଛି ତାହା ପ୍ରତିଯୋଗିତାକୁ ଆକର୍ଷଣୀୟ କରିଛି। ଚଳିତ ବର୍ଷ ଶେଷରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରପତିଙ୍କ ଜାତି ଦର୍ଶାଇ ଉତ୍ତେଜନାମୂଳକ ବିବୃତ୍ତି!, କେଜ୍ରିୱାଲ ଏବଂ ଖଡଗେଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହା ନୂତନ ସଂସଦ ଭବନର ଉଦଘାଟନ ଆୟୋଜନ ସଂପର୍କରେ। ଅଭିଯୋଗ ହୋଇଛି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜାତି ଏହାର ରାଜନୈତିକ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ଦର୍ଶାଯାଇଥିଲା ଏବଂ ଏହା ଦ୍ଵାରା ସମ୍ପ୍ରଦାୟ / ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇଥିଲା। ଉତ୍ତେଜନାମୂଳକ ବିବୃତ୍ତି ମଧ୍ୟ ଦିଆଯାଇଥିଲା। ଯାହାକି ଆଇପିସିର ଧାରା ୧୨୧,୧୫୩ଏ, ୫୦୫ ଏବଂ ୩୪ ଅଧୀନରେ ଅପରାଧ ବର୍ଗରେ ଆସିଥାଏ।

ବାସ୍ତବରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ନୂତନ ସଂସଦ ଗୃହର ଉଦଘାଟନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆମନ୍ତ୍ରଣ ନକରିବାରୁ ସରକାରଙ୍କ ଉପରେ ଆକ୍ରମଣ କରିଥିଲେ। ମଲ୍ଲିକାର୍ଜୁନ୍ ଖଡଗେ ଗୋଟିଏ ପରେ ଗୋଟିଏ ଟୁଇଟ୍ କରି ସରକାରଙ୍କୁ ଆକ୍ରମଣ କରିଛନ୍ତି ଏବଂ କହିଛନ୍ତି ଯେ, କେବଳ ନିର୍ବାଚନ କାରଣରୁ ମୋଦୀ ସରକାର ଦଲିତ ଏବଂ ଆଦିବାସୀ ସମ୍ପ୍ରଦାୟରୁ ରାଷ୍ଟ୍ରପତି କରନ୍ତି। ଖଡଗେ କହିଛନ୍ତି ଯେ ଯେତେବେଳେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା ସେତେବେଳେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା। ବର୍ତ୍ତମାନ ଦ୍ରୌପଦୀ ମୁର୍ମୁଙ୍କୁ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇ ନାହିଁ।

ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଦେଶର ପ୍ରଥମ ନାଗରିକ। ସେ କେବଳ ସରକାର ଏବଂ ବିରୋଧୀ ତଥା ପ୍ରତ୍ୟେକ ନାଗରିକଙ୍କ ପ୍ରତିନିଧିତ୍ୱ କରୁଛନ୍ତି। ଯଦି ରାଷ୍ଟ୍ରପତି ନୂତନ ସଂସଦ ଭବନର ଉଦଘାଟନ କରିଥାନ୍ତେ, ତେବେ ଏହା ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ପ୍ରତୀକ ହୋଇଥାନ୍ତା। ଏଥି ସହିତ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ, ଦଳିତ ସମାଜ ପଚାରୁଛି କି ସେମାନଙ୍କୁ ଅଶୁଭ ବୋଲି ବିବେଚନା କରାଯାଉଛି କି, ସେଥିପାଇଁ ସେମାନଙ୍କୁ ଡକାଯାଇ ନାହିଁ।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଧ୍ୟ ମୋଦୀ ସରକାରଙ୍କୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି। ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ରାମ ମନ୍ଦିରର ମୂଳଦୁଆ ପକାଇବାକୁ ନିମନ୍ତ୍ରଣ କରାଯାଇ ନାହିଁ। କିମ୍ବା ନୂତନ ସଂସଦର ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ ତାଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ଏଥି ସହିତ ନୂତନ ସଂସଦ ଭବନର ଉଦଘାଟନ ମଧ୍ୟ ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରେ କରାଯାଉନାହିଁ।

Categories
ବିଶେଷ ଖବର

୧୦୦ କୋଟିର ମାନହାନୀ ମାମଲା: ମଲ୍ଲିକାର୍ଜୁନ ଖଡଗେଙ୍କୁ ନୋଟିସ ପଠାଇଲେ ପଞ୍ଜାବ କୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରତିବନ୍ଧିତ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ସହିତ ବିଶ୍ୱ ହିନ୍ଦୁ ପରିଷଦର ଯୁବ ୱିଙ୍ଗ ବଜରଙ୍ଗ ଦଳ ସହ ତୁଳନା କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କ ନାମରେ ୧୦୦ କୋଟି ଟଙ୍କାର ମାନହାନୀ ମାମଲା ପଞ୍ଜାବ କୋର୍ଟରେ ରୁଜ୍ଜୁ ହୋଇଛି। “ବଜରଙ୍ଗ ଦଳ ହିନ୍ଦୁସ୍ତାନ” ନାମକ ଏକ ସଂଗଠନର ସଭାପତି ହିତେଶ ଭରଦ୍ୱାଜଙ୍କ ଅଭିଯୋଗ ପରେ ସାଙ୍ଗରୁର ଜିଲ୍ଲା କୋର୍ଟ କଂଗ୍ରେସ ସଭାପତିଙ୍କୁ ନୋଟିସ ପଠାଇଛନ୍ତି। ନିକଟରେ ଶେଷ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ନିଜର ଘୋଷଣା ପତ୍ରରେ ବଜରଙ୍ଗ ଦଳକୁ “ସିମି ଏବଂ ଅଲ-କାଏଦା ଭଳି ରାଷ୍ଟ୍ର ବିରୋଧୀ ସଂଗଠନ” ସହିତ ତୁଳନା କରିଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ବଜରଙ୍ଗ ଦଳର ନାମ ନେଇ କଂଗ୍ରେସ ଏହାର ଘୋଷଣା ପତ୍ରରେ “ବହୁ ସଂଖ୍ୟକ କିମ୍ବା ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା କିମ୍ବା ଘୃଣା” କୁ ପ୍ରୋତ୍ସାହିତ କରୁଥିବା ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରତିଶୃତି ଦେଇଥିଲା।

କଂଗ୍ରେସ ଏହାର ଘୋଷଣା ପତ୍ରରେ କହିଛି ଯେ, ଜାତି କିମ୍ବା ଧର୍ମ ଆଧାରରେ ସମ୍ପ୍ରଦାୟ ମଧ୍ୟରେ ଘୃଣାକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି ତଥା ସଂଗଠନ ବିରୋଧରେ କଂଗ୍ରେସ ଦଳ ଦୃଢ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତିବଦ୍ଧ। ଆମେ ବିଶ୍ୱାସ କରୁ ଯେ, ଆଇନ ଆଉ ସମ୍ବିଧାନ ପବିତ୍ର ଏବଂ ବଜରଙ୍ଗ ଦଳ କିମ୍ବା ପିଏଫଆଇ ପରି ସଂଗଠନ ଦ୍ୱାରା ଏହାର ଉଲ୍ଲଂଘନ କରାଯାଇପାରିବ ନାହିଁ।

ପ୍ରକାଶ ଥାଉକି, ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଜନସଭାରେ ସମାଲୋଚନା ଓ ବିଜେପି ନେତାଙ୍କ ବଡ ବିରୋଧ ପରେ କଂଗ୍ରେସକୁ ଏହାର ପ୍ରତିଶ୍ରୁତି ସ୍ପଷ୍ଟ କରିବାକୁ ପଡ଼ିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଭୋଟରମାନଙ୍କୁ ‘ଜୟ ବଜରଙ୍ଗବଲି’ ଜପ କରିବାକୁ ଏବଂ ଯେଉଁମାନେ ସଂସ୍କୃତିର ଅପବ୍ୟବହାର କରୁଛନ୍ତି ସେମାନଙ୍କୁ ଦଣ୍ଡ ଦେବାକୁ ଅନୁରୋଧ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ପିଏମ ମୋଦୀଙ୍କ ବିରୋଧରେ ଅପମାନଜନକ ଶବ୍ଦ, ମଲ୍ଲିକାର୍ଜୁନଙ୍କ ପୁଅଙ୍କୁ ନୋଟିସ ଜାରି କଲା ଇସି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରିଥିବାରୁ ନିର୍ବାଚନ ଆୟୋଗଙ୍କ ଦ୍ଵାରା କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ତଥା ବିଧାୟକ ପ୍ରିୟଙ୍କ ଖଡଗେଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ପ୍ରଦାନ କରାଯାଇଛି। ପ୍ରିୟଙ୍କ ଖଡଗେ ପିଏମ ମୋଦୀଙ୍କ ପାଇଁ ‘ନାଲାୟକ’ ଶବ୍ଦ ବ୍ୟବହାର କରିଥିଲେ।

ଏଥିସହ ସୋନିଆ ଗାନ୍ଧୀଙ୍କ ପାଇଁ ଆପତ୍ତିଜନକ ଭାଷା ବ୍ୟବହାର କରିଥିବାରୁ ନିର୍ବାଚନ ଆୟୋଗ ବିଜେପି ବିଧାୟକ ବସନଗୌଡା ଆର ପାଟିଲଙ୍କୁ ମଧ୍ୟ ଏକ କାରଣ ଦର୍ଶାଅ ନୋଟିସ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିରୋଧୀ ଏକତାକୁ ମଜବୁତ କରିବା ଲକ୍ଷ୍ୟ: ଆଜି ମମତା ଏବଂ ଅଖିଲେଶଙ୍କୁ ଭେଟିବେ ନିତୀଶ କୁମାର

କୋଲକାତା: କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ବିରୋଧରେ ବିରୋଧୀ ଦଳକୁ ଏକଜୁଟ କରିବା ଲାଗି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି କୋଲକାତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ।

କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ପୂର୍ବତନ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ଦିଲ୍ଲୀ ଗସ୍ତ ପରେ ଏହି ବୈଠକ ଅନୁଷ୍ଠିତ ହେବ। ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ମହାମେଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ ଦିଗରେ ଏହି ବୈଠକ ଏକ ପ୍ରମୁଖ ପଦକ୍ଷେପ ଭାବରେ ବିବେଚନା କରାଯାଉଛି।

ପ୍ରକାଶଯେ, ଅତୀତରେ ଅନୁଷ୍ଠିତ ବୈଠକ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ବିରୋଧୀ ଏକତା ତଥା “ଆଦର୍ଶ ସଂଗ୍ରାମ” ପାଇଁ ଏହା ଏକ ଐତିହାସିକ ପଦକ୍ଷେପ।

ମଲ୍ଲିକାର୍ଜୁନ ଖଡଗେ, ଜେଡିୟୁ ଏବଂ ଆରଜେଡି ନେତାଙ୍କ ସହ ନିଜର ଏକ ଫଟୋ ପୋଷ୍ଟ କରିଥିବା ରାହୁଲ ଗାନ୍ଧୀ କହିଛନ୍ତି ଯେ ସେମାନେ ଏକାଠି ଠିଆ ହେବେ, ଭାରତ ପାଇଁ ଏକାଠି ଲଢିବେ।

ଉଲ୍ଲେଖନୀୟ କଥା ହେଉଛି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ୨୦୨୪ ନିର୍ବାଚନ ପୂର୍ବରୁ ଅନ୍ୟ ଦଳ ସହ ସମନ୍ୱୟ ରକ୍ଷା କରିବାକୁ କୌଣସି ସୁଯୋଗ ହାତ ଛଡା କରୁ ନାହାଁନ୍ତି। ସେ ଗତ ମାସରେ କୋଲକାତାରେ ଥିବା ତାଙ୍କ ବାସଭବନରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଥିଲେ। ଏଥି ସହିତ ସେ ଲଗାତାର ବିରୋଧୀ ଏକତା ବିଷୟରେ କହୁଛନ୍ତି।

Categories
ବିଶେଷ ଖବର

ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦର ସିଂ ସୁଖୁ, ଉପମୁଖ୍ୟମନ୍ତ୍ରୀ ହେଲେ ମୁକେଶ ଅଗ୍ନିହୋତ୍ରୀ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ସୁଖବିନ୍ଦର ସିଂ ସୁଖୁ ରାଜ୍ୟର ୧୫ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ସୁଖବିନ୍ଦର ସିଂ ସୁଖୁଙ୍କ ବ୍ୟତୀତ ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହ ଆଜି ଅପରାହ୍ନ ୧:୩୦ ସମୟରେ ଶିମଲାର ରିଜ୍ ଗ୍ରାଉଣ୍ଡରେ ହୋଇଥିଲା।

ଏହି ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଦଳର ସଭାପତି ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ନବ ନିର୍ବାଚିତ ବିଧାୟକ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ହୁଡା ଏବଂ ହିମାଚଳ ପ୍ରଦେଶ କଂଗ୍ରେସ ଦାୟିତ୍ୱରେ ଥିବା ରାଜୀବ ଶୁକ୍ଲା ଉପସ୍ଥିତ ଥିଲେ। ଏହାପୂର୍ବରୁ କଂଗ୍ରେସ ହାଇକମାଣ୍ଡ ସୁଖବିନ୍ଦର ସିଂ ସୁଖୁଙ୍କ ନାମ ଅନୁମୋଦନ କରିବା ପରେ ଶନିବାର ସନ୍ଧ୍ୟାରେ ଶିମଲା ଠାରେ କଂଗ୍ରେସ ବିଧାୟକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମଧ୍ୟ ସୁଖବିନ୍ଦର ସିଂ ସୁଖୁ ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ୫୮ ବର୍ଷିୟ ସୁଖବିନ୍ଦର ସିଂ ସୁଖୁ NSUI ରୁ ରାଜନୈତିକ କ୍ୟାରିଅର୍ ଆରମ୍ଭ କରି ହିମାଚଳ ପ୍ରଦେଶରେ ମଧ୍ୟ ପ୍ରାୟ ୬ ବର୍ଷ ଧରି କଂଗ୍ରେସର ରାଜ୍ୟ ସଭାପତି ଥିଲେ। ଚଳିତ ନିର୍ବାଚନରେ ​​ସୁଖବିନ୍ଦର ସିଂ ସୁଖୁ କଂଗ୍ରେସ ନିର୍ବାଚନ ପ୍ରଚାର କମିଟିର ସଭାପତି ଥିଲେ ଏବଂ ହମିରପୁର ଜିଲ୍ଲାର ନାଦୋନ୍ ବିଧାନସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଚତୁର୍ଥ ଥର ପାଇଁ ସୁଖବିନ୍ଦର ସିଂ ସୁଖୁ ବିଧାୟକ ହୋଇଛନ୍ତି। ହିମାଚଳ ପ୍ରଦେଶର ହମିରପୁର ଜିଲ୍ଲାର ନାଦୋନ୍ ତହସିଲର ସେରା ଗାଁର ସୁଖବିନ୍ଦର ସିଂ ସୁଖୁ ୨୬ ମାର୍ଚ୍ଚ ୧୯୬୪ରେ ଜନ୍ମଗ୍ରହଣ କରିଥିଲେ।

ସୁଖବିନ୍ଦର ସିଂ ସୁଖୁଙ୍କ ପିତା ରସିଲ ସିଂ ହିମାଚଳ ସଡକ ପରିବହନ ନିଗମ ଶିମଲାରେ ଡ୍ରାଇଭର ଥିଲେ। ସୁଖବିନ୍ଦର ସିଂଙ୍କ ମା ସଂସାର ଦେବୀ ଜଣେ ଗୃହିଣୀ। ସୁଖବିନ୍ଦର ସିଂ ସୁଖୁ ଶିମଲାରେ ତାଙ୍କର ପ୍ରାରମ୍ଭିକ ଅଧ୍ୟୟନରୁ LLB ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି। ସୁଖବିନ୍ଦର ସିଂ ସୁଖୁ ତାଙ୍କର ଚାରି ଭାଇଭଉଣୀଙ୍କ ମଧ୍ୟରେ ଦ୍ୱିତୀୟ ସନ୍ତାନ ଅଟନ୍ତି। ତାଙ୍କ ବଡ଼ ଭାଇ ରାଜୀବ ସେନାରୁ ଅବସର ନେଇଛନ୍ତି। ତାଙ୍କର ଦୁଇ ସାନ ଭଉଣୀ ବିବାହିତ। ସୁଖବିନ୍ଦର ସିଂ ସୁଖୁ ୧୧ ଜୁନ୍ ୧୯୯୮ ରେ କମଲେଶ ଠାକୁରଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ଝିଅ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଗୁଜୁରାଟ ନିର୍ବାଚନ: ଇସ୍ତଫା ଦେଲେ କଂଗ୍ରେସ ନେତା ରଘୁ ଶର୍ମା

ନୂଆଦିଲ୍ଲୀ: ଗୁଜରାଟରେ ଲଜ୍ଜାଜନକ ପରାଜୟ ପରେ କଂଗ୍ରେସ ଦାୟିତ୍ୱରେ ଥିବା ରଘୁ ଶର୍ମା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଲେଖିଥିବା ଚିଠିରେ ସେ ରାଜ୍ୟରେ ପରାଜୟ ପାଇଁ ସେ ନିଜକୁ ଦାୟୀ କରିଛନ୍ତି।

ଗୁଜୁରାଟର ଦାୟିତ୍ୱରେ ଥିବା ରଘୁ ଶର୍ମା ଦଳର ସଭାପତିଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ, ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ମୋର ପରାଜୟ ପାଇଁ ମୁଁ ଦାୟୀ ଅଟେ ଏବଂ ଏହି କାରଣରୁ ମୁଁ ମୋର ପଦବୀରୁ ଇସ୍ତଫା ଦେଉଛି। ଆପଣ ମୋର ଇସ୍ତଫା ଗ୍ରହଣ କରିବାକୁ ଅନୁରୋଧ।

ଗୁଜୁରାଟ ନିର୍ବାଚନ ଫଳାଫଳରେ ଗତ ୨୭ବର୍ଷ ଧରି ରାଜ୍ୟ ଶାସନ କରୁଥିବା ବିଜେପି ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି।

Categories
ଜାତୀୟ ଖବର ବିଶେଷ ଖବର

ଯଦି ମଲ୍ଲିକାର୍ଜୁନ ଖଡଗେ ହେବେ କଂଗ୍ରେସ ସଭାପତି, ତେବେ ରାହୁଳ ଗାନ୍ଧୀ କଣ କରିବେ ?

ନୂଆଦିଲ୍ଲୀ: ଆଜି ଅଖିଳ ଭାରତ କଂଗ୍ରେସ କମିଟର ନିର୍ବାଚନ ଫଳାଫଳ ବାହାରିଛି। ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ। ଫଳରେ ଦୀର୍ଘ ବର୍ଷ ଧରି କଂଗ୍ରେସରେ ଚାଲିଆସିଥିବା ଗାନ୍ଧୀ ଶାସନର ଅବସାନ ଘଟିବାକୁ ଯାଉଛି। କଂଗ୍ରେସର ମଙ୍ଗ ଧରିଛନ୍ତି ଜଣେ ଅଣ ଗାନ୍ଧୀ ନେତା।

ଖଡଗେ ସଭାପତି ଭାବେ ନିର୍ବାଚିତ ହେବା ପରେ ଉଭୟ ସୋନିଆ ଗାନ୍ଧୀ ଏବଂ ରାହୁଳ ଗାନ୍ଧୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏପରିିକି ତାଙ୍କର ପ୍ରତିଦ୍ବନ୍ଦି ଶଶି ଥରୁର ମଧ୍ୟ ଖଡଗେଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶଶି ଥରୁର କହିଛନ୍ତି ଯେ, ସେ ଏକ ହଜାରରୁ ଉର୍ଦ୍ଧ ଭୋଟ ପାଇବା କିଛି ଛୋଟ କଥା ନୁହେଁ।

ତେବେ ଖଡଗେ ସଭାପତି ଭାବେ ନିର୍ବାଚିତ ହେବା ପରେ ବର୍ତ୍ତମାନ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଭୂମିକା କଣ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଦଳୀୟ ନିୟମ ଅନୁସାରେ ସଭାପତି ହିଁ ଶେଷ ନିଷ୍ପତି ଗ୍ରହଣ କରିବେ। ହୁଏତ ଖଡଗେ ସୋନିଆ ଗାନ୍ଧୀଙ୍କ ପଚାରି ନିଷ୍ପତି ନେଇ ପାରନ୍ତି କିନ୍ତୁ ସେ ହିଁ ନିଷ୍ପତି ଘୋଷଣାର ଶେଷ ବ୍ୟକ୍ତି।

ବର୍ତ୍ତମାନ ଭାରତ ଯୋଡ ଯାତ୍ରାରେ ଥିବା ରାହୁଳ ଗାନ୍ଧୀ, ଭୋଟ ଗଣତି ଘୋଷଣା ପରେ ସେ ଖଡଗେଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଖଡଗେ ଏବଂ ଶଶି ହେଉଛନ୍ତି ଅଭିଜ୍ଞ ତଥା ଜ୍ଞାନିଗୁଣ ବ୍ୟକ୍ତିତ୍ବ। ସେମାନେ ବର୍ତ୍ତମାନ କଂଗ୍ରେସ କେଉଁ ଦିଗକୁ ଯିବ ତାହା ବିଚାର କରିବେ। ଏଥିରେ ଆମର କୌଣସି ଭୂମିକା ରହିବ ନାହିଁ।

ଭାରତ ଯୋଡ ଯାତ୍ରା ବେଳେ ସାମ୍ବାଦିକମାନେ ରାହୁଳଙ୍କ ପଚାରିଥିଲେ ଯେ, ଖଡଗେ ବର୍ତ୍ତମାନ ସଭାପତି ହେବେ ପରେ ଆପଣଙ୍କ ଭୂମିକା କଣ ରହିବ। ଏହାର ଉତ୍ତରେ ରାହୁଳ କହିଥିଲେ ଯେ, ନୂଆ ସଭାପତି ନିର୍ଣ୍ଣୟ କରିବେ ମୋର ଭୂମିକା। ଆଗାମୀ ଦିନରେ ମୋର ଭୂମିକା କଣ ରହିବ, ମୋର ଦାୟିତ୍ବ କଣ ମିଳବ ତାହା ଖଡଗେ ନିଷ୍ପତି କରିବେ।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସକୁ ମିଳିଲା ନୂଆ ଅଧ୍ୟକ୍ଷ, ଏବେ ମଲ୍ଲିକାର୍ଜୁନ ଖଡଗେ ସମ୍ଭାଳିବେ ମଙ୍ଗ

ନୂଆଦିଲ୍ଲୀ : ଆଜି ବିପୁଳ ଭୋଟରେ କଂଗ୍ରେସ ସଭାପତି ଭାବେ ବିଜୟ ହୋଇଛନ୍ତି ମଲ୍ଲିକାର୍ଜୁନ ଖଡଗେ। ତାଙ୍କର ନିକଟତମ ପ୍ରତିଦ୍ବନ୍ଦି ଶଶି ଥରୁରଙ୍କୁ ସେ ପ୍ରାୟ ଛଅ ହଜାରରୁ ଉର୍ଦ୍ଧ ଭୋଟରେ ପରାଜିତ କରିଛନ୍ତି। କଂଗ୍ରେସ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଅଖିଳ ଭାରତ କଂଗ୍ରେସ ଦଳର ଅଧକ୍ଷ ଭାବେ ମଲ୍ଲିକାର୍ଜୁନ ଖଡଗେ ନିର୍ବାଚିତ ହୋଇଛନ୍ତି।

ଏହି ନିର୍ବାଚନରେ ଖଡଗେ ସହିତ ପ୍ରତିଦ୍ବନ୍ଦିତା କରୁଥିଲେ ଶଶି ଥରୁର। ନିର୍ବାଚନରେ ମଲ୍ଲିକାର୍ଜୁନ୍ ଖଡ଼ଗେଙ୍କୁ ମୋଟ ୭,୮୯୭ ଭୋଟ୍ ମିଳିଥିବାବେଳେ ଶଶି ଥରୁରଙ୍କୁ ୧୦୭୨ ଭୋଟ ମିଳିଥିଲା। ମୋଟ ଭୋଟ ଗ୍ରହଣ ହୋଇଥିଲା ୯୩୮୫ ଖଣ୍ଡ।

Categories
ବିଶେଷ ଖବର

ଆଜି କଂଗ୍ରେସକୁ ମିଳିବ ନୂତନ ସଭାପତି: ଜାଣନ୍ତୁ ଦେଶର ସର୍ବ ପୁରାତନ ଦଳର ନିର୍ବାଚନ ପ୍ରସଙ୍ଗରେ ୧୦ ଟି ବଡ କଥା

ନୂଆଦିଲ୍ଲୀ: ଆଜି କଂଗ୍ରେସ ଏକ ନୂତନ ସଭାପତି ପାଇବ। ସୋମବାର ଦିନ ଦଳର ମୁଖିଆଙ୍କ ପାଇଁ ଭୋଟ୍ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପ୍ରାୟ ୯୬ ପ୍ରତିଶତ ଭୋଟ୍ ଦିଆଯାଇଥିଲା। କଂଗ୍ରେସ ସଭାପତି ପଦ ପାଇଁ ଏହି ପ୍ରତିଯୋଗିତା ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ରହିଛି। ଜାଣନ୍ତୁ ନିର୍ବାଚନ ସହ ଜଡିତ ବଡ କଥା…

୧. ସୋମବାର ଦିନ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଭୋଟ୍ ଦିଆଯାଇଥିଲା। ଦଳର ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ମତ ଦେଇଛନ୍ତି।

୨. କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ମୁଖ୍ୟ ମଧୁସୂଦନ ମିସ୍ତ୍ରୀ ମତଦାନ ପରେ କହିଛନ୍ତି ଯେ, ସଭାପତି ପଦର ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ ହୋଇଛି। ୯,୯୦୦ ପ୍ରତିନିଧୀଙ୍କ ମଧ୍ୟରୁ ୯,୫୦୦ ଭୋଟ୍ ଦେଇଛନ୍ତି। ମୋଟ ମତଦାନ ୯୬ ପ୍ରତିଶତ ଥିଲା। ଏହି ସମୟ ମଧ୍ୟରେ କୌଣସି ଅଘଟଣ ଘଟି ନଥିଲା।

୩. ମଧୁସୂଦନ କହିଛନ୍ତି ଯେ, ଅକ୍ଟୋବର ୧୯ ତାରିଖରେ କଂଗ୍ରେସର ନୂତନ ସଭାପତି ଘୋଷଣା କରାଯିବ। ସେ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ, ଏହା ଏକ ଗୁପ୍ତ ମତଦାନ ଥିଲା ଏବଂ କିଏ କାହାକୁ ଭୋଟ୍ ଦେଇଛନ୍ତି, ତାହା କେହି ଜାଣିପାରିବେ ନାହିଁ।

୪. ସମଗ୍ର ଦେଶରେ ସ୍ଥାପିତ ୬୮ ମତଦାନ କେନ୍ଦ୍ରରୁ ସମସ୍ତ ବାଲାଟ ବାକ୍ସ ଆଣିବାର ପ୍ରକ୍ରିୟା ମଙ୍ଗଳବାର ପର୍ଯ୍ୟନ୍ତ ଶେଷ ହୋଇଥିଲା। ସିଲ୍ ହୋଇଥିବା ବାକ୍ସଗୁଡ଼ିକୁ ପାର୍ଟି ମୁଖ୍ୟାଳୟରେ ଏକ “ଷ୍ଟ୍ରଙ୍ଗ ରୁମ” ରେ ରଖାଯାଇଛି।

୫. ପ୍ରାର୍ଥୀଙ୍କ ଏଜେଣ୍ଟମାନଙ୍କ ସାମ୍ନାରେ ସିଲ୍ ହୋଇଥିବା ବାଲାଟ୍ ବାକ୍ସ ଖୋଲାଯିବ ଏବଂ ବିଭିନ୍ନ ବାକ୍ସରେ ସଂଲଗ୍ନ ହେଲେ ଭୋଟ୍ ବାରମ୍ବାର ମିଶ୍ରିତ ହେବ। ବୁଧବାର ସକାଳ ୧୦ ଟାରୁ AICC ମୁଖ୍ୟାଳୟରେ ଭୋଟ୍ ଗଣନା ଆରମ୍ଭ ହେବ।

୬. କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ କହିଛନ୍ତି ଯେ, ସେ ଏହି ଦିନକୁ ବହୁତ ଦିନ ଅପେକ୍ଷା କରିଛନ୍ତି। ରାହୁଲ ଗାନ୍ଧୀ ଭାରତ ଯୋଡା ଯାତ୍ରା ସମୟରେ କର୍ଣ୍ଣାଟକର ବଲାରୀସ୍ଥିତ ଏକ ମତଦାନ ବୁଥରେ ଭୋଟ୍ ଦେଇଥିଲେ।

୭. ଗାନ୍ଧୀ ପରିବାରର କୌଣସି ସଦସ୍ୟ ପାର୍ଟି ମୁଖ୍ୟ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିନାହାଁନ୍ତି। ଏହିପରି, ପ୍ରାୟ ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରୁ କଂଗ୍ରେସ ସଭାପତି ପାଇବ। କଂଗ୍ରେସର ୧୩୭ ବର୍ଷର ଇତିହାସରେ ଷଷ୍ଠ ଥର ପାଇଁ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି।

୮. କଂଗ୍ରେସ ସଭାପତି ପଦ ପାଇଁ ଶେଷ ନିର୍ବାଚନ ୨୦୦୦ ମସିହାରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସୋନିଆ ଗାନ୍ଧୀ ଏବଂ ଜିତେନ୍ଦ୍ର ପ୍ରସାଦଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଏହି ନିର୍ବାଚନରେ ​​ପ୍ରସାଦ ପରାସ୍ତ ହୋଇଥିଲେ। ଏହାପୂର୍ବରୁ ୧୯୯୭ ରେ ଶରଦ ପାୱାର, ସୀତାରାମ କେଶରୀ ଏବଂ ରାଜେଶ ପାଇଲଟଙ୍କ ମଧ୍ୟରେ ସଭାପତି ପଦ ପାଇଁ ଏକ ପ୍ରତିଯୋଗିତା ହୋଇଥିଲା, ଯେଉଁଥିରେ ସୀତାରାମ କେଶରୀ ବିଜୟୀ ହୋଇଥିଲେ।

୯. ସୋନିଆ ଗାନ୍ଧୀ ଦୀର୍ଘ ସମୟ ଧରି ଦଳର ସଭାପତି ରହିଆସିଛନ୍ତି। ୨୦୧୭ ରେ ରାହୁଲ ଗାନ୍ଧୀ ସଭାପତି ହୋଇଥିଲେ। ତେବେ ୨୦୧୯ ଲୋକସଭା ନିର୍ବାଚନ ପରେ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି। ତା’ପରେ ୨୦୧୯ ରେ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ସଭାପତି ହୋଇଥିଲେ।

୧୦. ଏଥର ସଭାପତି ପଦ ପାଇଁ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ସାଂସଦ ଶଶି ଥରୁରଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଛି। ଭୋଟ୍ ଦେବା ପରେ ଖଡଗେ କହିଛନ୍ତି ଯେ, କଂଗ୍ରେସକୁ ମଜବୁତ କରିବା ପାଇଁ ଉଭୟ ବନ୍ଧୁତ୍ୱପୂର୍ଣ୍ଣ ଭାବରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅନ୍ୟପକ୍ଷରେ ଶଶି ଥରୁର କହିଛନ୍ତି ଯେ, ସେ ବିଜୟ ପାଇବା ପାଇଁ ଆଶ୍ଵସ୍ତି ଅଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସ ସଭାପତି ପଦ ପାଇଁ ଓଡିଶାରେ ପ୍ରଚାର କରି ଫେରିଲେ ମଲ୍ଲିକାର୍ଜୁନ ଖଡ଼ଗେ, କହିଲେ ଏହି କଥା

ଭୁବନେଶ୍ୱର: ଗତକାଲି ଏଆଇସିସି ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ସାଂସଦ ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ ଓଡ଼ିଶା ଗସ୍ତରେ ଆସି ପ୍ରଦେଶ କଂଗ୍ରେସ କାର‌୍ୟ୍ୟାଳୟରେ ପିସିସି ସଭ୍ୟମାନଙ୍କ ବୈଠକରେ ନିଜର ପ୍ରାର୍ଥିତ୍ୱ ସଂପର୍କରେ ଅବତାରଣା କରିବା ସହ ସମସ୍ତଙ୍କୁ ଭୋଟ ଦେବାପାଇଁ ନିବେଦନ କରିଥିଲେ ।

ଏହି ବୈଠକପରେ ସେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ଗସ୍ତ ସପଂର୍କରେ କହିଥିଲେ। ଶ୍ରୀ ଖଡ଼ଗେଙ୍କ ସହ ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ମୁଖପାତ୍ର ଡଃ ଗୌରବ ବଲ୍ଲଭ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିଥିଲେ। ସେ ପ୍ରଥମେ ଶ୍ରୀ ଖଡ଼ଗେଙ୍କର ଦୀର୍ଘ ରାଜନୈତିକ ଜୀବନ, କଂଗ୍ରେସ ଦଳ ପ୍ରତି ତାଙ୍କର ପ୍ରତିବଦ୍ଧତା ଏବଂ ରାଜନୀତି କ୍ଷେତ୍ରରେ ବିଶାଳ ଅଭିଜ୍ଞତା ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ ।

ଶ୍ରୀ ବଲ୍ଲଭ ସୂଚନା ଦେଇଥିଲେ ଯେ ଇନ୍ଦିରା ଗାନ୍ଧୀଙ୍କ ସମୟରୁ ସେ କଂଗ୍ରେସ ଦଳରେ ସକ୍ରୀୟ ଭାବେ ବିଭିନ୍ନ ପଦପଦବୀରେ କାର‌୍ୟ୍ୟ କରିଆସୁଛନ୍ତି । ପ୍ରାୟ ୫୫ ବର୍ଷ ଧରି ଶୃଙ୍ଖଳା ଓ ନିଷ୍ଠାର ସହ ଦଳର ସେବା କରିଆସୁଛନ୍ତି। ସେ ପ୍ରଥମେ ବ୍ଲକ କଂଗ୍ରେସ ସଭାପତି, ଜିଲ୍ଲା କଂଗ୍ରେସ ଉପସଭାପତି ଓ ସଭାପତି, ପ୍ରଦେଶ କଂଗ୍ରେସ ଉପସଭାପତି ଓ ସଭାପତି, ବିରୋଧି ଦଳ ନେତା ଭାବରେ କାର୍ଯ୍ୟକରି ଆସିଛନ୍ତି।

କର୍ଣ୍ଣାଟକ ପ୍ରଦେଶରେ ବହୁବାର ମନ୍ତ୍ରୀ ଏବଂ ନିରବଚ୍ଛିନ୍ନ ଭାବରେ ୯ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଲୋକସଭାକୁ ଦୁଇଥର ଏବଂ ରାଜ୍ୟ ସଭାକୁ ଥରେ ନିର୍ବାଚିତ ହୋଇଛନ୍ତି। ସେ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଏବଂ ରାଜ୍ୟ ସଭାରେ ବିରୋଧି ଦଳ ନେତା ଭାବରେ ସୂଚାରୁରୂପେ ଦାୟୀତ୍ୱ ନିର୍ବାହ କରିଛନ୍ତି।

ଶ୍ରୀ ଖଡ଼ଗେ କହିଥିଲେ ଯେ ସେ ଦୀର୍ଘ ୫୫ ବର୍ଷଧରି ନିଷ୍ଠା ଓ ଶୃଙ୍ଖଳା ସହ ଉତ୍ସର୍ଗୀକୃତ ଭାବେ ଦଳରେ କାର‌୍ୟ୍ୟ କରିଆସୁଛନ୍ତି। ସେ ତାଙ୍କର ଇସ୍ତାହାର ସଂପର୍କରେ ସୂଚନା ଦେଇ କହିଲେ ଯେ ତାଙ୍କର କିଛି ନୂତନ ଇସ୍ତାହାର ନାହିଁ। ରାଜସ୍ଥାନର ଉଦୟପୁର ଚିନ୍ତନ ଶିବିବରରେ ଏଆଇସିସିର ବିଭିନ୍ନ ବିଶେଷଜ୍ଞ କମିଟି ର ଘୋଷଣା ହିଁ ତାଙ୍କର ଇସ୍ତାହାର ବୋଲି ସେ କହିଥିଲେ। ସେହି ଘୋଷଣା ନାମା ଅନୁସାରେ ସାମାଜିକ ନ୍ୟାୟ, କୃଷକ ଓ ଯୁବକମାନଙ୍କର ଅଧିକାର, ଅର୍ଥନୈତିକ ଓ ବୈଦଶିକ ନୀତି ଏବଂ ବିଶେଷ କରି କଂଗ୍ରେସ ସାଂଗଠନିକ କାର‌୍ୟ୍ୟକ୍ରମ ପ୍ରସ୍ତୁତ ହେବ।

ସେ ତାଙ୍କର ଆଗାମୀ ସଂଗ୍ରାମ ସଂପର୍କରେ ଏକ ଝଲକ ଦେଇ କହିଲେ ଯେ ଆମକୁ ଦେଶକୁ ରସାତଳଗାମୀ କରୁଥିବା ମୋଦି ସରକାର ବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ କରିବାକୁ ହେବ । ଦରଦାମ ବୃଦ୍ଧି, ଜାତି, ଧର୍ମ ଓ ବର୍ଣ୍ଣକୁ ନେଇ ଦେଶରେ ହିଂସା, ଇର୍ଷା ଓ ଭେଦଭାବ ସୃଷ୍ଟି କରୁଥିବା ମୋଦି, ବିଜେପି ଓ ଆରଏସଏସକୁ ମୁକାବିଲା କରି ଦେଶରେ ଅଖଣ୍ଡତା, ଭାତୃଭାବ, ଶାନ୍ତି, ପ୍ରିତି ଓ ମୈତ୍ରି ବଜାୟ ରଖିବା ହେଉଛି ଆମର କର୍ତବ୍ୟ । ଗଣତନ୍ତ୍ର ଏବଂ ସଂବିଧାନ ଏବେ ବିପଦ ଗ୍ରସ୍ତ । ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକ ମୋଦି ସରକାରଙ୍କ ଦ୍ୱାରା କବଳିତ । ମୋଦି ସରକାର ଗଣତନ୍ତ୍ରଙ୍କୁ ହତ୍ୟା କରୁଛନ୍ତି ।

କଂଗ୍ରେସର ନିର୍ବାଚିତ ସରକାର ଯଥା କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଆଦିକୁ ସରକାରୀ କଳର ଅପବ୍ୟବହାର ଓ ଅର୍ଥବଳ ପ୍ରୟୋଗ କରି ମୋଦି ସରକାର ଭାଙ୍ଗି ଦେଇଛନ୍ତି । ଗୋଆ ଓ ମଣିପୁରରେ ମଧ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅବମାନନା କରିଛନ୍ତି । ସାରା ଦେଶରେ ଯେଉଁମାନେ ଅଣବିଜେପି ସରକାର ଗଠନ କରିଛନ୍ତି ସେମାନଙ୍କୁ ଭୀତସ୍ତତ କରାଉଛନ୍ତି । ବିଧାୟକ କିଣି ସରକାର ଗଢ଼ିବା ଏବଂ ନିର୍ବାଚିତ ସରକାରକୁ ଭାଙ୍ଗିବା ମୋଦି ସରକାର ଓ ବିଜେପିର ପ୍ରଧାନ ଲକ୍ଷ୍ୟ । ଦେଶର ସଂପତି ଯାହାକି ଦୀର୍ଘ ଅର୍ଦ୍ଧଶତାବ୍ଦି ଧରି କଂଗ୍ରେସ ସରକାର ସୃଷ୍ଟି କରିଥିଲା ଏବେ ସେ ସବୁକୁ ମୋଦି ତାଙ୍କ କିଛି ନିର୍ଦ୍ଦିଷ୍ଟ ଶିଳ୍ପପତି ବନ୍ଧୁମାନଙ୍କ ହାତରେ ଟେକି ଦେଉଛନ୍ତି । ଯେଉଁମାନେ ମୋଦି ସରକାରଙ୍କ ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୁଦ୍ଧରେ ପ୍ରତିବାଦ କରୁଛନ୍ତି ସେମାନଙ୍କୁ ସିବିଆଇ, ଇଡି ଓ ଆୟକର ବିଭାଗକୁ ଲଗାଇ ହଇରାଣ ହରକତ କରାଯାଉଛି ।

ଶ୍ରୀ ଖଡ଼ଗେ କହିଥିଲେ ଯେ ଦେଶ ସ୍ୱାଧୀନତା ପାଇଁ ଆରଏସଏସ ବା ବିଜେପି ଦଳର କୌଣସି ଅବଦାନ ନାହିଁ । କଂଗ୍ରେସ ଦଳ ଦେଶକୁ ସ୍ୱାଧୀନତା ଦେଇଛି । ଦେଶ ଗଠନ କରିଛି । ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ବଲ୍ଲଭଭାଇ ପଟେଲ ଏବଂ ସୁଭାଷ ବୋଷଙ୍କ ତ୍ୟାଗ ଓ ତିତୀକ୍ଷାର ପଟାନ୍ତର ନାହିଁ । ଆରଏସଏସ ବ୍ରିଟିଶର ବୋଲକରା ଥିଲା । ବିଜେପି ବା ଆରଏସଏସର କେଉଁମାନେ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଛନ୍ତି ବା କାରାବରଣ କରିଛନ୍ତି ତାହା ବିଜେପି ପ୍ରକାଶ କରୁ । ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ହିଁ ମୋର ପ୍ରଧାନ କର୍ତବ୍ୟ ଓ ଲକ୍ଷ୍ୟ ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରା ଦେଶରେ ବୈପ୍ଳବିକ ପରିବର୍ତନ ଆଣିବ ବୋଲି ସେ କହିଥିଲେ । ବିଜେପି ଦେଶକୁ ଭାଙ୍ଗୁଥିବା ବେଳେ ସମ୍ମାନୀୟ ରାହୁଲ ଗାନ୍ଧୀ ଦେଶକୁ ଯୋଡ଼ି ରଖିବା ପାଇଁ ପ୍ରଚେଷ୍ଟାରତ । ମହଙ୍ଗା ମାଡ଼, ଦୁର୍ନୀତି, ବେରୋଜଗାର, ଦାରିଦ୍ର‌୍ୟ, ଅର୍ଥନୈତିକ ବୈଷମ ଓ କ୍ଷୁଧା ବିରୁଦ୍ଧରେ ତାଙ୍କର ଏହି ମହାସଂଗ୍ରାମ । ପରିଶେଷରେ ସେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଜଗନ୍ନାଥ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ନ୍ତୋଷ ସିଂ ସାଲୁଜା, ଦାଶରଥି ଗମାଙ୍ଗୋ, ଅଧିରାଜ ମୋହନ ପାଣିଗ୍ରାହୀ, ପଂଚାନନ କାନୁନଗୋ, ଗଣେଶ୍ୱର ବେହେରା, ଦେବାଶିଷ ପଟ୍ଟନାୟକ, ରବିନ୍ଦ୍ର ସେଠୀ, ବିଶ୍ୱ ରଞ୍ଜନ ମହାନ୍ତି, ଶିବାନନ୍ଦ ରାୟ, ବିଶ୍ୱଜିତ ଦାଶ, ଶୁଭେନ୍ଦୁ ମହାନ୍ତି, ବିଜୟଲକ୍ଷ୍ମି ସାହୁ, ଅଭିଷେକ ମହାନନ୍ଦ, ଜାନକୀ ବଲ୍ଲଭ, ପଟ୍ଟନାୟକ, ରଶ୍ମି ମହାପାତ୍ର, ରଣଜିତ ପାତ୍ର, ସୁରେଶ ମହାପାତ୍ର, ଯଜେ୍ଞଶ୍ୱର ବାବୁ, ଭୁଜବଳ ମାଝୀ, ନବଜ୍ୟୋତି ପଟ୍ଟନାୟକ ଉପସ୍ଥିତ ଥିଲେ।

ସେହିପରି ମାନସ ଚୌଧୁରୀ, ବଟକୃଷ୍ଣ ରାଉତରାୟ, ସମୀର କୁମାର ରାଉତରାୟ, ଲଲାଟେନ୍ଦୁ ମହାପାତ୍ର, ଯୋଗିନାଥ ବାହୁବଳେନ୍ଦ୍ର, ପଦ୍ମାକର ଗୁରୁ, ପ୍ରଦୀପ ମହାପାତ୍ର, ସୁବ୍ରତ ମହାପାତ୍ର, ମିହିର ଆଚାର‌୍ୟ୍ୟ, ସୁଭାଷ ପ୍ରଧାନ, ପ୍ରକାଶ ମିଶ୍ର, ଲିଙ୍କରାଜ ସାହୁ, ନିରଞ୍ଜନ ନାୟକ, ଚିନ୍ମୟ ପ୍ରସାଦ ବେଉରା, ଯୁଧିଷ୍ଠୀର ଜେନା, ସୁଦର୍ଶନ ଦାସ, ରଜନୀ ମହାନ୍ତି, ପ୍ରଶାନ୍ତ ଶତପଥି, ଅମୀୟ ପାଣ୍ଡବ, ଲିଙ୍ଗରାଜ ଚୌଧୁରୀ, ଶ୍ରୀମତୀ ସନ୍ଧ୍ୟାରାଣି ମହାପାତ୍ର, ସ୍ମୃତି ରଞ୍ଜନ ଲେଙ୍କା, ଅମୀୟ ପଟ୍ଟନାୟକ, ଶ୍ରୀମତୀ ବନ୍ଦିତା ପରିଡ଼ା, ଲୋକନାଥ ମହାରଥି, ଦୀପକ ସାହୁ, କୁସୁମ ପ୍ରଧାନ, ଶ୍ରୀୟା ମହାନ୍ତି, ଜ୍ଞାନ ରଞ୍ଜନ ପଟ୍ଟନାୟକ, ରବିନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ନିଜ ପଦବୀରୁ ଇସ୍ତଫା ଦେଲେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବା ପରେ ମଲ୍ଲିକାର୍ଜୁନ ଖଡଗେ ରାଜ୍ୟସଭାରେ ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ଖଡଗେ କହିଛନ୍ତି ଯେ, ସେ କଂଗ୍ରେସର ଜଣେ ନେତା ଗୋଟିଏ ପଦ ନିୟମ ଅଧୀନରେ ଏହି ପଦକ୍ଷେପ ନେଇଛନ୍ତି।

ଖଡଗେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଉଦୟପୁରରେ ଅନୁଷ୍ଠିତ କଂଗ୍ରେସର ଚିନ୍ତନ ଶିବରରେ କୌଣସି ବ୍ୟକ୍ତି ଦଳରେ ଦୁଇଟି ପଦବୀରେ ରହିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ଅର୍ଥାତ୍ ଯେକୌଣସି ନେତାଙ୍କୁ ଦ୍ୱିତୀୟ ପଦବୀ ପୂର୍ବରୁ ତାଙ୍କ ବର୍ତ୍ତମାନର ପଦରୁ ଇସ୍ତଫା ଦେବାକୁ ପଡିବ।

କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଦଳର ପରବର୍ତ୍ତୀ ରାଷ୍ଟ୍ରୀୟ ସଭାପତି ହୋଇପାରନ୍ତି। ସେପ୍ଟେମ୍ବର ୩୦ ତାରିଖରେ ଖଡଗେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ, ଏହା ପରେ ଅକ୍ଟୋବର ୧୭ ତାରିଖରେ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଫଳାଫଳ ଅକ୍ଟୋବର ୧୯ ତାରିଖରେ ଆସିବ।

Categories
ଆଜିର ଖବର

ଏବେ ଇଡି ଜାଲରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, ଏହି ପ୍ରସଙ୍ଗରେ କରାଯାଉଛି ଜେରା

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରା କରୁଛି। ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ଖଡଗେଙ୍କୁ ଜେରା କରାଯାଉଛି।

ଉଲ୍ଲେଖ ଯୋଗ୍ୟ ଯେ, ୨୦୧୨ ରେ ବିଜେପି ନେତା ସୁବ୍ରମଣ୍ୟମ ସ୍ଵାମୀ ଟ୍ରାଏଲ କୋର୍ଟରେ ଅଭିଯୋଗ କରିଥିଲେ। ୟଙ୍ଗ ଇଣ୍ଡିଆନ୍ ଲିମିଟେଡ୍ (YIL) ଦ୍ୱାରା ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ ଅଧିଗ୍ରହଣରେ କଂଗ୍ରେସର କିଛି ନେତା ଠକେଇ ଏବଂ ବିଶ୍ୱାସଘାତର ଉଲ୍ଲଂଘନ ସହ ଜଡିତ ଥିବା ସେ ଅଭିଯୋଗ କରିଥିଲେ। ନ୍ୟାସନାଲ ହେରାଲ୍ଡ ଖବରକାଗଜ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏହି ପ୍ରସଙ୍ଗରେ ସୋନିଆ ଗାନ୍ଧୀ, ମୋତିଲାଲ ଭୋରା, ସୁମନ ଦୁବେ ଏବଂ ସାମ ପିତ୍ରୋଦାଙ୍କ ବିଷୟରେ ସ୍ବାମୀ ଉଲ୍ଲେଖ କରିଥିଲେ।