Categories
ଧର୍ମ ବିଶେଷ ଖବର

ଶରଶଯ୍ୟା ବେଳେ ଭୀଷ୍ମ ପିତାମହ କହିଥିବା ଅନେକ ଉପଦେଶରୁ ଜାଣିବା ସେହି ୧୦ଟି କଥା

ଭୁବନେଶ୍ବର: ଯୁଦ୍ଧ ପୂର୍ବରୁ ଏବଂ ପରେ ଭୀଷ୍ମ ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ। ଏପରି ଅନେକ ଜିନିଷ ଥିଲା ଯାହାକୁ ସେ କେବଳ ଧୃତରାଷ୍ଟ୍ର, , ଦୁର୍ଯ୍ୟୋଧନ, , କୃଷ୍ଣ, , ଅର୍ଜୁନ ଏବଂ ଯୁଧିଷ୍ଠିରଙ୍କୁ କହିଥିଲେ। ଶରଶଯ୍ୟାରେ ପଡ଼ି ଭୀଷ୍ମ ଅନେକ ନୀତିବାଣୀ ଦେଇଛନ୍ତି। ଯାହା ସାଧାରଣ ମଣିଷ ଜୀବନରେ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ। ସେ ସବୁ ମଧ୍ୟରୁ ଆସନ୍ତୁ ଜାଣିବା ମାତ୍ର ଦଶଟି କଥା।

  1. ଅନ୍ୟମାନେ ଭଲ ପାଉଥିବା ଶବ୍ଦ କୁହନ୍ତୁ। ଅନ୍ୟମାନଙ୍କୁ ଖରାପ କଥା କହିବା, ଅନ୍ୟମାନଙ୍କୁ ସମାଲୋଚନା କରିବା, ଖରାପ ଶବ୍ଦ କହିବା, ଏସବୁ ତ୍ୟାଗ କରିବା ଉଚିତ। ଅନ୍ୟମାନଙ୍କୁ ଅପମାନ କରିବା ନିଜର ଅହଂକାର ଭାବକୁ ପ୍ରକଟ କରିଥାଏ।
  2. ବଳିଦାନ ବିନା କିଛି ହାସଲ ହୁଏ ନାହିଁ। ତ୍ୟାଗ ବିନା ଚରମ ଆଦର୍ଶର କୌଣସି ବାସ୍ତବତା ନାହିଁ । ତ୍ୟାଗ ବିନା ମଣିଷ ଭୟରୁ ମୁକ୍ତ ହୋଇପାରିବ ନାହିଁ । ତ୍ୟାଗ ସାହାଯ୍ୟରେ ମଣିଷ ସମସ୍ତ ପ୍ରକାର ସୁଖ ପାଇଥାଏ ।
  3. ଦୁଇ ପ୍ରକାରର ମଣିଷକୁ ସୁଖ ଆସେ । ଯେଉଁମାନେ ଅଧିକ ମୂର୍ଖ, ଯେଉଁମାନେ ଅନ୍ୟମାନଙ୍କ ପାଇଁ ବୁଦ୍ଧିର ଆଲୋକରେ ମହତ୍ତ୍ୱ ଦେଖିଛନ୍ତି । ଯେଉଁମାନେ ମଝିରେ ବୁଲୁଛନ୍ତି ସେମାନେ ଅସନ୍ତୁଷ୍ଟ ରହିଛନ୍ତି ।
  1. ଯେଉଁ ବ୍ୟକ୍ତିଙ୍କର ଭବିଷ୍ୟତ ଉପରେ ଅଧିକାର ଅଛି (ନିଜର ପଥ ନିର୍ଣ୍ଣୟ କରେ, ଅନ୍ୟମାନଙ୍କର କୁକୁର ହୁଏ ନାହିଁ) ଯିଏ ସମୟ ଅନୁଯାୟୀ ଚିନ୍ତା କରି କାର୍ଯ୍ୟ କରିପାରିବ,, ସେ ପୁରୁଷ ସୁଖ ପ୍ରାପ୍ତ କରେ । ଅଳସୁଆ ମନୁଷ୍ୟକୁ ନଷ୍ଟ କରିଦିଏ ।
  2. ପ୍ରାଚୀନ କାଳରୁ, ଯେତେବେଳେ ବି କେହି ଜଣେ ମହିଳାଙ୍କୁ ଅପମାନିତ କରନ୍ତି, ସେ ନିଶ୍ଚିତ ଭାବରେ ନଷ୍ଟ ହୋଇଯାଇଛନ୍ତି । ଭୀଷ୍ମ ପିତାମହ ଯୁଧିଷ୍ଠିରଙ୍କୁ କହିଥିଲେ ଯେ ଜଣେ ମହିଳାଙ୍କର ପ୍ରଥମ ସୁଖ ​​ହେଉଛି ତାଙ୍କ ସମ୍ମାନ। ଲକ୍ଷ୍ମୀ ସେହି ଘରେ ରୁହନ୍ତି ଯେଉଁଠାରେ ମହିଳା ଖୁସି ଅଛନ୍ତି । ଯେଉଁ ଘରେ ଜଣେ ମହିଳାଙ୍କୁ ସମ୍ମାନ ଦିଆଯାଇନଥାଏ ଏବଂ ତାଙ୍କୁ ଅନେକ ପ୍ରକାରର ଦୁଃଖ ଦିଆଯାଏ ସେଠାରୁ ଲକ୍ଷ୍ମୀଙ୍କ ସହ ଅନ୍ୟ ଦେବତାମାନେ ସେହି ଘରୁ ଚାଲିଯାଆନ୍ତି ।
  3. ଭୀଷ୍ମ ପିତାମହ ଯୁଧିଷ୍ଠିରଙ୍କୁ କହିଥିଲେ ଯେ ଯେତେବେଳେ ନଦୀର ସ୍ରୋତ ସମୁଦ୍ରରେ ପହଞ୍ଚେ,, ସେତେବେଳେ ସେ ସବୁଠୁ ବଡ ଗଛକୁ ସାଙ୍ଗରେ ନେଇଯାଏ । ଥରେ ସମୁଦ୍ର ନଦୀକୁ ପଚାରିଲା ଯେ ତୁମର ଜଳ ପ୍ରବାହ ଏତେ ବେଗ ଏବଂ ଶକ୍ତିଶାଳୀ ଯେ ସବୁଠୁ ବଡ ଗଛ ମଧ୍ୟ ଧୋଇଯାଏ। କିନ୍ତୁ ଛୋଟ ଘାସ, କୋମଳ ବୃକ୍ଷଲତା ଏବଂ କୋମଳ ଉଦ୍ଭିଦ ଆଣିବାରେ ଆପଣ ସକ୍ଷମ ନୁହଁନ୍ତି। ନଦୀ କହିଲା ଯେ ଯେତେବେଳେ ମୋ ଜଳର ପ୍ରବାହ ଆସେ ସେତେବେଳେ ବଡ ବୃକ୍ଷଗୁଡ଼ିକ ସ୍ୱୟଂଚାଳିତ ଭାବରେ ବଙ୍କା ହୋଇଯାଏ। କିନ୍ତୁ ଯେଉଁ ବୃକ୍ଷଗୁଡ଼ିକର ଚେର ଭିତରକୁ ଥାଏ ସେମାନଙ୍କୁ ମୋର ସ୍ରୋତ ଆଣିପାରେ ନାହିଁ ।
  4. ମହାଭାରତ ଯୁଦ୍ଧ ପୂର୍ବରୁ ଯେତେବେଳେ ଶ୍ରୀକୃଷ୍ଣ ଚୁକ୍ତି ପାଇଁ ହସ୍ତିନାପୁର ଆସିଥିଲେ ସେତେବେଳେ ଭୀଷ୍ମ ଦୁର୍ଯ୍ୟୋଧନଙ୍କୁ ବୁଦ୍ଧି ବୁଝାଇ କହିଥିଲେ ଯେ ଶ୍ରୀକୃଷ୍ଣ ଯେଉଁଠାରେ ଅଛନ୍ତି, ସେଠାରେ ଧର୍ମ ଅଛି। ଆଉ ସେହି ଦଳ ନିଶ୍ଚିତ ଜିତିବା।
  5. ଶ୍ରୀକୃଷ୍ଣଙ୍କ ପରି ଭୀଷ୍ମ ପିତାମହ ମଧ୍ୟ କହିଥିଲେ ଯେ ପରିବର୍ତ୍ତନ ହେଉଛି ଏହି ଜଗତର ପରିବର୍ତ୍ତନଶୀଳ ନିୟମ ଏବଂ ଏହାକୁ ସମସ୍ତେ ଗ୍ରହଣ କରିବାକୁ ପଡିବ କାରଣ କେହି ଏହାକୁ ପରିବର୍ତ୍ତନ କରିପାରିବେ ନାହିଁ।
  6. ଭୀଷ୍ମ ପିତାମହ କହିଥିଲେ ଯେ ଜଣେ ଶାସକ ତାଙ୍କ ପୁଅ ଏବଂ ତାଙ୍କ ନାଗରିକମାନଙ୍କ ମଧ୍ୟରେ କୈ ଣସି ପ୍ରକାର ଭେଦଭାବ କରିବା ଉଚିତ୍ ନୁହେଁ। ଏହା ଶାସନରେ ସ୍ଥିରତା ଏବଂ ସମୃଦ୍ଧତା ପ୍ରଦାନ କରେ ।
  1. ଭୀଷ୍ମ ପିତାମହ କହିଥିଲେ ଯେ ଶକ୍ତି ସୁଖ ଉପଭୋଗ କରିବା ପାଇଁ ନୁହେଁ ବରଂ କଠିନ ପରିଶ୍ରମ କରି ସମାଜର କଲ୍ୟାଣ ପାଇଁ ଅଟେ।
Categories
ଆଜିର ଖବର ଧର୍ମ ବିଶେଷ ଖବର

ମହାଭାରତ ଯୁଦ୍ଧ ବେଳେ ସେହି ଟିକି ଚଢେଇ ଆଉ ତା’ ବସାରେ ସୁରକ୍ଷିତ ଥିବା ପୁରା ପରିବାର କଥା

ମହାଭାରତର ଅନ୍ତିମ ପଯ୍ୟାୟ। ମହାଯୁଦ୍ଧର ସ୍ଥାନ ଚୁଡାନ୍ତ ସରିଛି। କୁରୁକ୍ଷେତ୍ରର ବିଶାଳ ପ୍ରାନ୍ତରକୁ ରଣକ୍ଷେତ୍ର ପାଇଁ ନିର୍ମାଣ ଚାଲିଥାଏ। ବୃକ୍ଷ ଗୁଡ଼ିକୁ ଛେଦନ କରି ଭୂମିକୁ ସମତଳ କରାଯାଉଥାଏ। ମହାଯୁଦ୍ଧର ପୂର୍ବ ଦିନ ଘଟଣା। ବିଶ୍ୱ ନିୟନ୍ତା ଲୀଳାମୟ ଶ୍ରୀକୃଷ୍ଣ ସାଥିରେ ଅର୍ଜୁନଙ୍କୁ ନେଇ ରଣକ୍ଷେତ୍ର ପରିଦର୍ଶନ କରିବାକୁ ଯାଇଥିଲେ। ବଡ ବଡ଼ ବୃକ୍ଷ ଗୁଡିକୁ ଧରାଶାୟୀ କରିବାକୁ ହସ୍ତୀ ମାନଙ୍କୁ ନିୟୋଜିତ ହୋଇଥାଏ । ଏକ ବିଶାଳ ବଟ ବୃକ୍ଷର ଶାଖାରେ ଭରତିଆ ଚଢେଇଟିଏ ବସା ବାନ୍ଧି ଶାବକ ମାନଙ୍କୁ ପାଳନ କରୁଥାଏ।

ଶାବକମାନଙ୍କ ପକ୍ଷ ବିକଶିତ ହୋଇ ନଥିବାରୁ ସେମାନେ ଉଡିବା ଯୋଗ୍ୟ ନଥିଲେ। ଏହି ସମୟରେ ଏକ ବିଶାଳ ହସ୍ତୀ ଆସି ସେହି ବଟ ବୃକ୍ଷଟିକୁ ଧରାଶାୟୀ କଲା। ମାଆ ଚଢେଇର ବସାଟି ମଧ୍ୟ ବୃକ୍ଷ ସହିତ ଧରାପୃଷ୍ଠରେ ପଡି ଭାଙ୍ଗିଗଲା। ହେଲେ ସୌଭାଗ୍ୟ ବଶତଃ ଚାରିଟି ଶାବକ ପିଲା ଅକ୍ଷତ ଅବସ୍ଥାରେ ପଡିଗଲେ। ମା ଚଢେଇଟି କାନ୍ଦି କାନ୍ଦି ଅତ୍ୟନ୍ତ ହତାଶ, ନିରାଶ ହୋଇ ଶ୍ରୀକୃଷ୍ଣଙ୍କ ରଥ ଉପରେ ବସିଗଲା। ମାୟାଧର ତାକୁ ବକ୍ରଦୃଷ୍ଟିରେ ଅନାଇ ଦେଲେ।

ବିଚରା ନିରୁପାୟ ପକ୍ଷୀଟି ଅଶୃତ ନୟନରେ ଆତୁର ହୋଇ ଶ୍ରୀକୃଷ୍ଣଙ୍କ ଶରଣ ପଶିଲା। ବିକଳରେ ଗୁହାରି କଲା, “ହେ ମହାଭାଗ, ବଟ ବୃକ୍ଷରେ ଥିବା ମୋ ଶ୍ରମରେ ତିଆରି ନୀଡ଼ଟି ଭାଙ୍ଗି ଯାଇଛି। ମୋର ଛୋଟ ଛୋଟ ପିଲାମାନେ ଅସହାୟ ହୋଇ ଭୂମି ଉପରେ ପଡିଛନ୍ତି। ଏବେ ତୁରନ୍ତ ନୀଡ଼ଟିଏ କରିବାକୁ ମୁଁ ଅକ୍ଷମ। କାଲି ଯୁଦ୍ଧ ଆରମ୍ଭ ହେଲେ ମୋ ପିଲାମାନେ ଅଶ୍ଵ ,ଗଜ ମାନଙ୍କ ପାଦ ତଳେ ବା ରଥ ଚକ ତଳେ ଚାପି ହୋଇ ପ୍ରାଣତ୍ୟାଗ କରିବେ। ମୁଁ ଏବେ କଣ କରିବି ପ୍ରଭୁ।”

ମାୟାଧର ପକ୍ଷୀଟିକୁ ସାନ୍ତ୍ୱନା ଆଳରେ କହିଲେ “ କାଳ ତା ବାଟରେ ଯିବ। ବିଧାତା ସମସ୍ତଙ୍କ ପାଇଁ ବିଧାନ ନିଶ୍ଚୟ କରିଛି। ତାହା ତ ଫଳିବ। ତାକୁ କେହି ଅଟକାଇ ପାରିବେ ନାହିଁ। ତାକୁ ମୁଁ ବା କିପରି ଅଟକାଇବି ?

ଏହା ଶୁଣି ମା ଚଢେଇଟିର ଆଖିରୁ ଲୋତକର ଧାର ବୋହି ଚାଲିଲା। ନମ୍ର ଓ ବିନୟ ଭାବରେ ପାର୍ଥନା କଲା “ପ୍ରଭୁ ମୁଁ କାଳ , ବିଧାନ , ବିଧାତା କିମ୍ବା ଭାଗ୍ୟର କଥା ଜାଣି ନାହିଁ। ତେବେ ଏତିକି ନିଶ୍ଚୟ ଜାଣେ, ଆପଣ ହିଁ କାଳ ଚକ୍ରକୁ ନିୟନ୍ତ୍ରଣ କରନ୍ତି। ଆପଣ ହି ଭାଗ୍ୟର ନିଆନ୍ତା। ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଆପଣ ଚାହିଁଲେ ମୋ ପିଲାମାନଙ୍କୁ ରକ୍ଷା କରି ପାରିବେ। ମୁଁ ନିଶ୍ଚିତ ହୋଇ ମୋର ପିଲାମାନଙ୍କ ଭାଗ୍ୟ ଡୋରି ଆପଣଙ୍କ ହାତରେ ଅର୍ପଣ କରୁଛି ଓ ଆପଣଙ୍କ ଶରଣ ପଶୁଛି । ମୋ ଜୀବନ ପଛେ ଯାଉ ମୋ ପିଲାମାନଙ୍କୁ ରକ୍ଷାକର। ଏହି ଦାଇତ୍ୱ ଆପଣଙ୍କୁ ଦେଲି।

ମୃଦୁ ହାସ୍ୟରେ ଶ୍ରୀକୃଷ୍ଣ , ଭରତିଆ ଚଢେଇକୁ କହିଲେ “ ତୁମକୁ ଏଥିପାଇଁ ବହୁ ପରିଶ୍ରମ କରିବାକୁ ପଡିବ। ମୋ କଥାରେ ଯଦି ରାଜି ତେବେ ମୁଁ କିଛି ସାହାଯ୍ୟ କରିବି। ଯେତେ କଷ୍ଟ ହେଲେ ବି ମୁଁ ସବୁ କରିବାକୁ ରାଜି ଅଛି ପ୍ରଭୁ, ଚଢେଇ କହିଲା। ଏହାପରେ ଶ୍ରୀକୃଷ୍ଣ ଚଢ଼େଇଟିକୁ କହିଲେ । ପିଲା ମାନଙ୍କୁ ଛାଡି ଆଜି କେବଳ ଗୋଟିଏ କାମ କର। ୨୦ ରୁ ୨୧ ଦିନ ପାଇଁ ଯଥେଷ୍ଟ ଖାଦ୍ୟ ଓ ଜଳ ସଞ୍ଚୟ କରି ରଖ । ବାକି କଥା ମୋ ହାତ ରେ ଛାଡି ଦିଅ।

ରଥ ନେଇ ଶ୍ରୀକୃଷ୍ଣ ଶିବିରକୁ ଚାଲିଗଲେ ଅନ୍ୟାନ୍ୟ ପ୍ରସ୍ତୁତି ତଦାରଖ ପାଇଁ । ପରଦିନ ଯୁଦ୍ଧ ଆରମ୍ଭ ସମୟ ଉପନୀତ ହେଲା। ପ୍ରଭାତ ସମୟରେ ରଣକ୍ଷେତ୍ର ର ଉଭୟ ପାର୍ଶ୍ଵ ରେ ଅଗଣିତ ସୈନ୍ୟ ସାମନ୍ତ , ରଥାରୋହୀ, ଅଶ୍ଵାରୋହୀ , ପଦାତିକ ବାହୀନି ସହ ସୁସଜ୍ଜିତ ରଥ ଗୁଡିକରେ କୁରୁ ଓ ପାଣ୍ଡବ ପକ୍ଷର ଅନେକ ସେନା ଓ ସେନାପତି ମାନେ ଅବତୀର୍ଣ ।

ଉଭୟ ପକ୍ଷରୁ ରଣଭେରୀ, ତୁରୀ ଓ ଶଙ୍ଖ ନାଦ ରେ ଗଗନ ପବନ ପ୍ରକମ୍ପିତ ହେବାକୁ ଲାଗିଲା। ଠିକ୍ ଏହି ସମୟରେ ସାରଥି ଶ୍ରୀକୃଷ୍ଣ ରଥରୁ ଅବତରଣ କରି ଦଣ୍ଡାୟମାନ ହେଲେ। ସେ ଅର୍ଜୁନ ଙ୍କୁ କହିଲେ “ ପାର୍ଥ , ତୁମର ଗାଣ୍ଡୀବ ଧନୁ ଓ ଶରଟିଏ ମୋତେ ଦିଅ। ଅର୍ଜୁନ ହତ ଚକିତ ହୋଇଗଲେ, ଇୟେ କଣ ଶୁଣୁଛନ୍ତି ! ଶ୍ରୀକୃଷ୍ଣ ଯେ ଆଦୌ ଅସ୍ତ୍ର ଧାରଣ କରିବେ ନାହିଁ କିମ୍ବା ଯୁଦ୍ଧରେ ପ୍ରତ୍ୟକ୍ଷ ଭାଗ ନେବେ ନାହିଁ ବୋଲି ସର୍ତ ରଖିଥିଲେ ! ନିରୁତ୍ତର ହୋଇ ଅର୍ଜ୍ଜୁନ ଧନୁ ଓ ଶରକୁ ବଢେଇ ଦେଲେ।

ଶ୍ରୀକୃଷ୍ଣ ଧନୁରେ ଶର ସଂଯୋଗ କରି ସୁଦୂରରେ ଥିବା କୌରବ ପକ୍ଷର ଏକ ବିଶାଳ ଗଜ ଆଡକୁ ଶର ନିକ୍ଷେପ କଲେ । ଶରଟି ଯାଇ ଗଜ ର ମସ୍ତକରେ ନ ବାଜି ତାର ବେକରେ ଝୁଲୁ ଥିବା ବିଶାଳକାୟ ଧାତବ ନିର୍ମିତ ଘଣ୍ଟିରେ ବାଜିଲା ଓ ତାହା ଛିଣ୍ଡି ଭୂମିରେ ପଡ଼ିଲା । ଏହା ଦେଖି ଅର୍ଜୁନ ଆଉ ସମ୍ଭାଳି ପରିଲେ ନାହିଁ। ପଚାରିଲେ “ ସଖା ଆପଣ ଏ କଣ କଲେ ? ମତେ କହିଥିଲେ ମୁଁ ଗଜ ଟିକୁ ଅନାୟାସ ରେ ନିହତ କରି ଦେଇଥାନ୍ତି । ଆପଣତ ଲକ୍ଷ୍ୟଚ୍ୟୁତ ହେଲେ ?

ଶ୍ରୀକୃଷ୍ଣ ମୃଦୁ ହାସ୍ୟରେ ଅର୍ଜୁନ ଙ୍କୁ କହିଲେ “ ପାର୍ଥ, ମୁଁ ନା ଯୁଦ୍ଧ କରୁଥିଲି ନା ଗଜକୁ ମାରିବାକୁ ଚେଷ୍ଟା କରୁଥିଲି ? ଯୁଦ୍ଧ ତ ତୁମେ କରିବ । ଏବେ ମୁଁ କଣ କଲି ତାହା ତୁମେ ଯୁଦ୍ଧର ପରିସମାପ୍ତି ପରେ ଜାଣିବ। ତୁମେ ଯୁଦ୍ଧରେ ମନୋନିବେଶ କର।

୧୮ ଦିନ ର ମହାଭାରତ ଯୁଦ୍ଧ ସରିଲା । କୌରବମାନେ ପରାସ୍ତ ହେଲେ। ଯୁଧ୍ୟ ଶେଷ ହୋଇଗଲେ। ଯୁଧିଷ୍ଠିର ଏବେ ହସ୍ତିନାପୁର ର ସମ୍ରାଟ ହେବାକୁ ପଥ ପରିଷ୍କାର ହୋଇଗଲା । ତାହା ପରେ ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ ନେଇ କୁରୁକ୍ଷେତ୍ର ଯୁଦ୍ଧ ସ୍ଥଳ ରେ ଉପନୀତ ହେଲେ । ଯେଉଁ ବିଶାଳ କୁରୁକ୍ଷେତ୍ର ପ୍ରାନ୍ତର ହଜାର ହଜାର ସୈନ୍ୟ , ରଥ , ହସ୍ତୀ , ଗଜ ମାନଙ୍କ ଚିତ୍କାର ରେ ପ୍ରକମ୍ପିତ ହଉଥିଲା ଏବେ ସେଠାରେ ଶ୍ମଶାନ ତୁଲ୍ୟ ଦୃଶ୍ୟ। କୁରୁକ୍ଷେତ୍ରର ଭୂମି ରକ୍ତ ରଞ୍ଜିତ ଖାଲି ଶବ , ଭଗ୍ନ ରଥ, ବର୍ଜିତ ଅସ୍ତ୍ର ଶସ୍ତ୍ର ଦୃଶ୍ୟମାନ।

ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସେହି ବାଟରେ କଢେଇ ନେଲେ, ଯେଉଁଠି ସେଇ ବିଶାଳ ଧାତବ ଘଣ୍ଟିଟି ହସ୍ତୀର ବେକରୁ ଛିଡି ପଡିଥିଲା । ତାକୁ ଉଠେଇବାକୁ କହିଲେ ଅର୍ଜୁନଙ୍କୁ । ଅର୍ଜୁନ ତାହା ଉଠେଇଲା ମାତ୍ରେ ତାହା ଭିତରୁ ସେଇ ମା ଚଡେଇ ଟି ଓ ତାର ଚାରି ଶାବକ ଡେଣା ଝାଡ଼ି ଫୁଡ଼ ଫାଡ ହୋଇ ଉଡି ଆସିଲେ । ୧୮ ଦିନ କାଳ ଯୁଦ୍ଧର ବିଭୀଷିକା ମଧ୍ୟରେ ମଧ୍ୟ ସେମାନେ ସୁରକ୍ଷିତ ଥିଲେ ସେଇ ଘଣ୍ଟି ଭିତରେ ! ଇତି ମଧ୍ୟରେ ଶାବକ ମାନଙ୍କ ଡେଣା ବି ବିକଶିତ ହୋଇ ସାରିଥାଏ ।ସେମାନେ ଶ୍ରୀକୃଷ୍ଣଙ୍କ ପାଦ ତଳେ ପ୍ରଣାମ କରି କୃତଜ୍ଞତା ଜଣେଇ ମୁକ୍ତ ଆକାଶକୁ ଉଡି ଗଲେ ନୂତନ ଜୀବିକା ଓ ବାସ ସ୍ଥାନ ସନ୍ଧାନରେ।

ସାଂପ୍ରତିକ କରୋନା ଭଳି ମହା ଵିପତ୍ତି ସମୟରେ ଏହି ଶିକ୍ଷା ନେବା । ଏକ ମହାଯୁଦ୍ଧର ଅବତୀର୍ଣ ସାରା ପୃଥିବୀର ମାନବ ଜାତି। ଆମେ କାହିଁକି ଭାବିବା ନାହିଁ ଯେ ଘର ରୂପକ ଘଣ୍ଟି ଭିତରେ ସୁରକ୍ଷିତ ରହି ଆମେ ନିଜେ, ନିଜ ପରିବାର , ନିଜ ଗ୍ରାମ ଓ ଦେଶର ତଥା ସମସ୍ତ ମାନବ ଜାତିକୁ ସୁରକ୍ଷିତ ରଖିପାରିବା। ଏହି ଯୁଦ୍ଧ ନିଶ୍ଚିତ ସମାପ୍ତ ହେବ ଧର୍ମର ବିଜୟ ହେବ।