Categories
ଆଜିର ଖବର ଖେଳ ଜାତୀୟ ଖବର

ପ୍ଲେଅଫରେ ସ୍ଥାନ ସୁରକ୍ଷିତ କଲା ଗୁଜୁରାଟ ଟାଇଟାନ୍ସ, ୬୨ ରନରେ ପରାସ୍ତ ହେଲା ଲକ୍ଷ୍ନୌ ସୁପର ଜିଆଣ୍ଟସ

ମୁମ୍ବାଇ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ୍ ୨୦୨୨ ର ୫୭ ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ଗୁଜୁରାଟ ଟାଇଟାନ୍ସ ୬୨ ରନରେ ପରାସ୍ତ କରିଛି। ଏହି ସଂସ୍କରଣରେ ଗୁଜୁରାଟର ୯ମ ବିଜୟ। ଏହା ସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଗୁଜୁରାଟ ହେଉଛି ଆଇପିଏଲ୍ ୨୦୨୨ ର ପ୍ରଥମ ଦଳ, ଯିଏ ପ୍ଲେ ଅଫ୍ ରେ ପହଞ୍ଚିଛି।

ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ଟାଇଟାନ୍ସ ୨୦ ଓଭରରେ ୪ ୱିକେଟରେ ୧୪୪ ସ୍କୋର କରିଥିଲା। ଏହାର ଜବାବରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦଳ ୧୩.୫ ଓଭରରେ ମାତ୍ର ୮୨ ରନ୍ ସଂଗ୍ରହ କରିଥିଲା। ଗୁଜୁରାଟ ପାଇଁ ରସିଦ ଖାନ, ୟଶ ଦୟାଲ ଏବଂ ଆର ସାଇ କିଶୋର ଚମତ୍କାର ପ୍ରଦର୍ଶନ କରିଥିଲେ। ରସିଦ ଚାରିଟି ୱିକେଟ୍ ନେଇଥିଲେ। ଏହି ସମୟରେ ୟଶ ଏବଂ କିଶୋର ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।