Categories
ଆଞ୍ଚଳିକ

ବେକରେ ଦଉଡ଼ି ଲଗାଇ ମହିଳାଙ୍କ ଆତ୍ମହତ୍ୟା

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ଶାସନ ଆମ୍ବ ଗାଁ ସ୍କୁଲ ସାହିରେ ମଧୁ ବେହେରା ନାମ୍ନୀ ଜଣେ ମହିଳା ପରିବାର ଲୋକଙ୍କ ଅନୁପସ୍ଥିତିରେ ଘରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

ସୁଚନା ଅନୁଯାୟୀ ଜଣାପଡିଛି ଯେ, ଉକ୍ତ ମହିଳାଙ୍କ ସ୍ବାମୀ ଜଣେ ଦୃଷ୍ଟିହୀନ ବ୍ୟକ୍ତି। ସେ ଉକ୍ତ ଘରେ ରହୁଥିବା ବେଳେ ଦୁଇ ପୁଅ ବାହାରେ କାମ କରୁଛନ୍ତି। ମୃତ ମହିଳା ଜଣକ ଗ୍ରାମର ମହିଳା ସ୍ଵୟଂସହାୟକ ଗୋଷ୍ଠୀର ସଭାପତି ଭାବେ କାର୍ଯ୍ୟରତ। କିନ୍ତୁ ରୁଣ ଭାରରେ ବୁଡି ରହିଥିବା ଶୁଣିବାକୁ ମିଳୁଛି। ଏହା ମଧ୍ୟରେ ଦୁଇ ପୁଅ ଘରକୁ ଆସିଛନ୍ତି ଓ କିଛି ଦିନ ତଳେ ପରିବାର ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଶୁଣିବାକୁ ମିଳୁଛି।

ବର୍ତ୍ତମାନ ପରିସ୍ଥିତିରେ ଦୁଇ ପୁଅ ବାହାରକୁ ଯାଇଥିବା ବେଳେ ମଧୁ ଏହି ଭଳି କାର୍ଯ୍ୟ କରିଛି ଓ ଦୁଇ ପୁଅ ଘରକୁ ଆସି ମାଁ ଏହି ଭଳି ଅବସ୍ଥା ଦେଖି ତାକୁ ତଳକୁ ଓହ୍ଲେଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ଡାକ୍ତର ଉକ୍ତ ମହିଳାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ହିଞ୍ଜିଳି ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଉକ୍ତ ମହିଳାଙ୍କ ଆତ୍ମହତ୍ୟା ଋଣ ଭାର ନା ପାରିବାରିକ ଅଶାନ୍ତି ସଠିକ ତଦନ୍ତ ହେଲେ ଜଣାପଡିବ।