Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପଶୁ ଚିକିତ୍ସାଳୟର ଅବହେଳା ଯୋଗୁଁ ଦୁର୍ଘଟଣାଗସ୍ତ ମାଙ୍କଡ଼ର ଜୀବନ ଗଲା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦୁର୍ଘଟଣାର ଶିକାର ହୋଇଥିବା ଜଣେ ମାଙ୍କଡ଼କୁ କିଛି ସ୍ୱେଚ୍ଛାସେବୀ ପ୍ରାଣପ୍ରଣେ ଚେଷ୍ଟା କରି ମଧ୍ୟ ବଂଚାଇ ପାରିଥିଲେ। ଏହାର ମୁଖ୍ୟ କାରଣ ଥିଲା ପଶୁ ଚିକିତ୍ସାଳୟ ପକ୍ଷରୁ ଅବହେଳା।

ଖବରରୁ ପ୍ରକାଶ ଯେ ଆଜି ବ୍ରହ୍ମପୁର-ହିଂଜିଳିକାଟୁ ଜାତୀୟ ରାଜପଥ କୁକୁଡ଼ାଖଣ୍ଡି ନିକଟରେ ରେଜିଷ୍ଟ୍ରେସନ ଅଫିସ୍ ସାମ୍ନାରେ ଏକ ଅଜଣା ଗାଡ଼ି ଧକ୍କାରେ ଏକ ମାଙ୍କଡ଼ ଗୁରୁତର ଆହତ ହୋଇଥିଲା। ସକାଳ ୧୧ ଘଣ୍ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲେ ମଧ୍ୟ ସ୍ୱେଚ୍ଛାସେବୀମାନେ ନିକଟସ୍ଥ କୁକୁଡ଼ାଖଣ୍ଡି ପଶୁ ଡ଼ାକ୍ତରଖାନାକୁ ଯିବା ବେଳେ ସେଠାରେ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ସେଠାରେ ଥିବା ଜଣେ କର୍ମଚାରୀଙ୍କୁ ପଚାରିବାରୁ ସେ କହିଥିଲେ ଏହି ମେଡ଼ିକାଲ୍‌ଟି କେବଳ ଦିନକୁ ଚାରିଘଣ୍ଟା ସକାଳ ୮ରୁ ୧୨ ପର୍ଯ୍ୟନ୍ତ ଖୋଲା ରହେ। ଏହାପରେ ସଂପୂର୍ଣ୍ଣ ବନ୍ଦ ହୋଇଯାଏ।

ତେବେ ଦିନ ୧୧ଟାରେ ଦୁର୍ଘଟଣା ଘଟିଥିବାବେଳେ ଏହି ମେଡ଼ିକାଲଟିରେ ତାଲା ପଡ଼ିଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହି ମେଡ଼ିକାଲ୍‌ର ଦୁଇ ଡ଼ାକ୍ତରଙ୍କ ସହ ଯୋଗଯୋଗ କରିବାରୁ କୌଣସି ଉତ୍ତର ମିଳିନଥିଲା। କୌଣସି ପ୍ରକାର ଚିକିତ୍ସା ପାଇନପାରି ଦୀର୍ଘ ୩ ଘଣ୍ଟା ସହ ମରଣସହ ଯୁଦ୍ଧ କରି ଶେଷରେ ମାଙ୍କଡ଼ଟିର ଜୀବନ ଚାଲିଯାଇଥିଲା।