Categories
ଆଞ୍ଚଳିକ

ଟାଙ୍ଗୀରେ ନୂତନ ତହସିଲଦାର ଭାବେ ଯୋଗଦେଲେ ବରିଷ୍ଠ ଓଏଏସ ଅଧିକାରିଣୀ ମିତାଲି ପାତ୍ର

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲରେ ଆଜି ନୂତନ ତହସିଲଦାର ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ବରିଷ୍ଠ ଓଏଏସ ଅଧିକାରିଣୀ ମିତାଲି ପାତ୍ର। ଶ୍ରୀମତୀ ପାତ୍ର ୨୦୧୧ ବ୍ୟାଚ ଓଏଏସ ଅଧିକାରିଣୀ ଏବଂ ବରିଷ୍ଠ ପାହ୍ୟାକୁ ପଦୋନ୍ନତି ପାଇବା ସହ ଏହା ପୁର୍ବରୁ ସେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ସେଠାରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ବହନ କରି ଜିଲ୍ଲାର ଉନ୍ନତି ଦିଗରେ ଏକାଧିକ କାର୍ଯ୍ୟ କରିଛନ୍ତି ଶ୍ରୀମତୀ ପାତ୍ର।

ତେବେ ନିକଟରେ ତାଙ୍କ ବଦଳି ଟାଙ୍ଗୀ ତହସିଲଦାର ଭାବେ ହୋଇଥିବା ବେଳେ ଆଜି କାର୍ଯ୍ୟାଭାର ଗ୍ରହଣ କରିଛନ୍ତି ଶ୍ରୀମତୀ ପାତ୍ର। ଟାଙ୍ଗୀ ଖୋର୍ଦ୍ଧା ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ତହସିଲ ହେବା ସହ ଲଘୁ ଖଣିଜ ଦ୍ରବ୍ୟରେ ପରିପୂର୍ଣ୍ଣ। ତେଣୁ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ରୋକିବା ନୂତନ ତହସିଲଦାରଙ୍କ ପାଇଁ ଚ୍ୟାଲେଞ୍ଜ ରହିବ।