Categories
ଆଞ୍ଚଳିକ

ଖଣ୍ଡିଆନଇ ପଞ୍ଚାୟତରେ ମିଥ୍ୟା ବିଲ୍ ହୋଇଥିବା ନେଇ ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଖଣ୍ଡିଆନଇ ପଞ୍ଚାୟତର ଗେଞ୍ଜରାପଲି ଗ୍ରାମରେ ଥିବା ଗୋଦରାବନ୍ଧରେ କିଛି କାର୍ଯ୍ୟ ନ କରାଯାଇ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମିଥ୍ୟା ବିଲ ହୋଇଥିବା ନେଇ ଗ୍ରାମବାସୀ ମାନେ ଗଞ୍ଜାମ ଜିଲ୍ଲାପାଳ, ଭିଜିଲାନ୍ସ ବିଭାଗ ଏବଂ ବେଗୁନିଆପଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିବା ନେଇ ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଉକ୍ତ ପୋଖରି କାର୍ଯ୍ୟ ନ ହୋଇ ବିଭାଗୀୟ ଅଧିକାରୀ ମାନେ ମିଥ୍ୟା ବିଲ କରିଛନ୍ତି। ଏ ନେଇ ତଦନ୍ତ କରିବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି।

ଏହାର ସତ୍ୟାସତ୍ୟ ଜାଣିବା ପାଇଁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏବଂ ଗ୍ରାମ ରୋଜଗାର ସେବକ ଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବପର ହୋଇ ପାରିନାହିଁ। ଦେଖାଯାଉ ଆଗକୁ କଣ ହେଉଛି ତାହା ଦେଖବାକୁ ବାକି ରହିଲା।

ବାସ୍ତବରେ ଗ୍ରାମବାସୀଙ୍କ ଅଭିଯୋଗ ସତ୍ୟତା ନା କିଛି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ତାହା ତଦନ୍ତ ସାପେକ୍ଷ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି।