Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୨୪୦ ବଣ୍ଡଲ୍ କେନ୍ଦୁପତ୍ର ସହ ମିନିଟ୍ରକ୍ ଜବତ, ୩ ଅଟକ

କନ୍ଦର୍ପ ବେହେରା
ରେଢ଼ାଖୋଲ: ଗତକାଲି ବିଳମ୍ବିତ ରାତିରେ ଚୋରାରେ କେନ୍ଦୁପତ୍ର ଚାଲାଣ ହେଉଥିବା ବେଳେ ନାକଟିଦେଉଳ ବ୍ଲକ୍ ଅଫିସ୍ ପାଖରୁ ଏକ ମିନି ଟ୍ରକ୍ ସହ ୨୪୦ ବଣ୍ଡଲ୍ କେନ୍ଦୁପତ୍ର ବନବିଭାଗ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ୩ ଜଣ ଯୁବକଙ୍କୁ ବନବିଭାଗ ଅଟକ ରଖିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଗତକାଲି ରାତିରେ ଡଇଁଚା ପଟୁ ଏକ ମିନି ଟ୍ରକ୍ ରେ କେନ୍ଦୁପତ୍ର ଆସୁଥିବାର ଖବର ମିଳିଥିଲା। ତେଣୁ ବ୍ଲକ୍ ଛକରେ ବନବିଭାଗ ଛକି ରହିଥିଲେ।  ଅଶୋକ ଲେଲ୍ୟାଣ୍ଡ କଂପାନୀର ଏକ ମିନି ଟ୍ରକ୍ କୁ ବନବିଭାଗ ଅଟକାଇଥିଲେ। ଟ୍ରକ୍ ରେ ଚୋରାରେ କେନ୍ଦୁପତ୍ର ଚାଲାଣ ହେଉଥିବା ବନବିଭାଗ ଜାଣିପାରିଥିଲା। ଗାଡ଼ିରୁ ୩ ଜଣଙ୍କୁ ବନବିଭାଗ ଅଟକ ରଖିଥିଲା। ଅଟକ ଯୁବକମାନେ ହେଲେ ନିମେଇଁ ସାହୁ ( ୨୩), ସୁଧୀର କିସାନ୍ (୩୧) ଏବଂ ସୁଶୀଲ ସାହୁ (୨୧)। ସେମାନେ ସମସ୍ତେ ରିଆମାଳ ଥାନା ତେଲିମୁଣ୍ଡା ଗ୍ରାମର ବୋଲି ବନବିଭାଗ କହିଛି।

ରେଢ଼ାଖୋଲ ଡିଏଫ୍ଓ ଙ୍କ ନିର୍ଦ୍ଦେଶ କ୍ରମେ ରେଞ୍ଜ ଅଧିକାରୀ ଅଶ୍ବିନୀ ବେହେରା, ଫରେଷ୍ଟର ଅନୀଲ୍ କିସାନ୍ ,ଫରେଷ୍ଟଗାର୍ଡ ମନିସ୍ ହରୋ ସାମିଲ୍ ହୋଇଥିଲେ। ଆସନ୍ତାକାଲି ଚୋରା ବେପାରୀମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ବନବିଭାଗ କହିଛି।