Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମିଶନ ଶକ୍ତି ହେବ ମା’ମାନଙ୍କର ଏକ ବିରାଟ ଆନ୍ଦୋଳନ, ରାଜ୍ୟ ସ୍ତରୀୟ ଉତ୍ସବରେ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୦୦୧ ମାର୍ଚ୍ଚ ୮ ତାରିଖରେ ଲାଗିଥିବା ଗୋଟିଏ ଚାରା ଆଜି ଏକ ବିରାଟ ଗଛରେ ପରିଣତ ହୋଇଛି । ୮୦ ଲକ୍ଷ ମା ମାନଙ୍କ ପାଇଁ ଆଶାର ବୃକ୍ଷ ହୋଇଯାଇଛି । ଏହି ଗଛର ପ୍ରତିଟି ପତ୍ରରେ ରହିଛି ଗୋଟିଏ ଗୋଟିଏ ସଫଳ କାହାଣୀ । ସେହି କାହାଣୀ ହେଉଛି ଆମର ମିଶନ ଶକ୍ତି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଙ୍ଗ ଜରିଆରେ ରାଜ୍ୟ ସ୍ତରୀୟ ବିଶ୍ଵ ମହିଳା ଦିବସ ପାଳନ ଅବସରରେ ଏହା କହିଛନ୍ତି ।

ମିଶନ ଶକ୍ତିର ଏ ସଫଳତା ଅଧିକରୁ ଅଧିକ ମା ମାନଙ୍କୁ ପ୍ରେରଣା ଦେବ ଏବଂ ମିଶନ ଶକ୍ତି ଖୁବ ଶୀଘ୍ର ଏକ କୋଟି ମହିଳାଙ୍କର ଏକ ବିରାଟ ଆନ୍ଦୋଳନ ରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ। ଓଡିଶାର ଘରେ ଘରେ ସଶକ୍ତ ଓଡିଶାର ବାର୍ତ୍ତା ଦେବ । ମିଶନ ଶକ୍ତି ସ୍ଵତନ୍ତ୍ର ବିଭାଗ ନିଷ୍ପତ୍ତି ବିଷୟ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାକୁ ମା ମାନେ ଖୁବ ସ୍ଵାଗତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ଆଜି ଏକ ବଡ ସାମାଜିକ ଓ ଅର୍ଥନୈତିକ ଆନ୍ଦୋଳନରେ ପରିଣତ ହୋଇଛି । ଗାଁ ଅର୍ଥନୀତି କୁ ଚଳ ଚଞ୍ଚଳ କରିପାରିଛି । ମିଶନ ଶକ୍ତି କେବଳ ଦେଶରେ ନୁହେଁ ସାରା ବିଶ୍ବରେ ସବୁଠାରୁ ବଡ ଆନ୍ଦୋଳନରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡର ଆହ୍ଵାନ ମୂଳକ ସମୟରେ ମା ମାନେ ହିଁ ସରକାରଙ୍କ ମୁଖ୍ୟ ସହଯୋଗୀ ହୋଇ କୋଭିଡ ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ମିଶନ ଶକ୍ତି ର ମା ମାନଙ୍କ ଠାରୁ ଆରମ୍ଭ କରି ଅଙ୍ଗନବାଡି, ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଆଦି ସବୁ ମା ମାନେ ସବୁଠାରୁ ବେଶୀ ଦାୟିତ୍ଵର ସହ କାମ କରିଛନ୍ତି । ପରିବାରକୁ ସଚେତନ ମଧ୍ୟ କରିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ ।

ନବୀନ କହିଥିଲେ ଯେ ରାଜ୍ୟ ସରକାର ସବୁବେଳେ ମିଶନ ଶକ୍ତିର ମା ମାନଙ୍କ ପାଇଁ ନିଷ୍ଠାର ସହ କାମ କରୁଛନ୍ତି । ସେମାନଙ୍କ ପାଇଁ ୫ ହଜାର କୋଟି ଟଙ୍କାର କାମ ଘୋଷଣା କରାଯାଇଛି ଏବଂ ସେମାନେ ଦକ୍ଷତାର ସହ କାମ କରି ସରକାରଙ୍କ ବିଶ୍ବାସକୁ ବୃଦ୍ଧି କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯେଉଁ ଦେଶରେ ମା ମାନେ ଯେତେ ଆଗୁଆ ସେ ଦେଶ ସେତେ ଉନ୍ନତ । ମା ମାନଙ୍କ ସମୃଦ୍ଧି ଓ ଅଧିକାର ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମ ରେ ସଚିବାଳୟ ରେ ଉପସ୍ଥିତ ଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ କହିଲେ ଯେ ମହିଳା ମାନଙ୍କ ଅନ୍ତର୍ନିହିତ ଶକ୍ତି ଓ ଦକ୍ଷତା କୁ ଉପଯୋଗ କରି ବିକାଶକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ଯୋଗୁଁ ଆଜି ଓଡିଶା ମହିଳା ବିକାଶ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିପାରିଛି । ମିଶନ ଶକ୍ତି ମା ମାନଙ୍କୁ ନୂଆ ପରିଚୟ ଦେଇଛି ବୋଲି ପ୍ରକାଶ କରି ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ଵାଗତ ଭାଷଣ ଦେଇ କହିଥିଲେ ରାଜ୍ୟ ସରକାର ମହିଳା ମାନଙ୍କୁ ହିତାଧିକାରୀ ନୁହେଁ ବରଂ ବିକାଶର ସହ ଭାଗୀଦାର ବୋଲି ମନେ କରନ୍ତି । ମହିଳା ମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର କେବଳ ଗୋଟିଏ ଦିନ ନୁହେଁ ବରଂ ପୁରା ୩୬୫ ଦିନ ସମର୍ପିତ ହୋଇ କାମ କରୁଛନ୍ତି ବୋଲି ସେ କହିଥିଲେ ।

ମିଶନ ଶକ୍ତିର କମିଶନର ତଥା ନିର୍ଦେଶିକା ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ୨୦୦୧ ରେ ମିସନ ଶକ୍ତି ଏକ ଯୋଜନା ହୋଇ ଆରମ୍ଭ ହୋଇଥିଲା, ଆଜି ଏହା ଏକ ସ୍ଵତନ୍ତ୍ର ବିଭାଗ ହୋଇଛି । ମୁଖ୍ୟମନ୍ତ୍ରୀ ମିଶନ ଶକ୍ତିର ମା ମାନଙ୍କ ପାଇଁ ଯେଉଁ ୫ ହଜାର କୋଟି ଟଙ୍କା ଘୋଷଣା କରିଥିଲେ ଆଜି ମା ମାନେ ୨୫୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ବ୍ୟବସାୟ ଆରମ୍ଭ କରି ସାରିଛନ୍ତି । ମା ମାନଙ୍କ ପାଇଁ ୩୨୦୦ କୋଟି ଟଙ୍କାର ଋଣ ଲକ୍ଷ୍ୟ ଥିଲାବେଳେ ବର୍ତ୍ତମାନ ସୁଧା ୪୦୦୦ କୋଟି ଟଙ୍କାରୁ ଅଧିକ ଋଣ ମିଳିପାରିଛି ।

ଆଜିର କାର‌୍ୟ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିଶନ ଶକ୍ତିର କାର‌୍ୟ୍ୟକ୍ରମ ସମ୍ପର୍କରେ ଦୁଇଟି ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା । ଝାରସୁଗୁଡା , ଯାଜପୁର ଓ ଭୁବନେଶ୍ବରରେ ତିନୋଟି କର୍ମଜୀବି ମହିଳା ହଷ୍ଟେଲ ଉଦଘାଟିତ ହୋଇଥିଲା । ହଷ୍ଟେଲ ପରିଚାଳନା, ସ୍ଵଧାର ଓ ଉଜ୍ଜ୍ଵଳ ଆଦି ଯୋଜନା ପାଇଁ ନୂଆ ପୋର୍ଟାଲ, ମିଶନ ଶକ୍ତି ୱେବସାଇଟ , ମୋବାଇଲ ଆପ ଓ ବ୍ୟାଙ୍କ ମାନଙ୍କ ଋଣ ପ୍ରଦାନ ସମ୍ପର୍କରେ ଏକ ସ୍ଵତନ୍ତ୍ର ପୋର୍ଟାଲ ଉନ୍ମୋଚିତ ହୋଇଥିଲା । ଡାଆଣି କୁପ୍ରଥାର ବିଲୋପ ପାଇଁ ଆଇଇସି ପ୍ରଚାର ଉନ୍ମୋଚିତ ହୋଇଥିଲା ।

ଏହି ଅବସରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା , ସ୍ଵୟଂ ସହାୟକ ଗୋଷ୍ଠୀ, ଅଧିକାରୀ ଓ ବ୍ୟାଙ୍କ ମାନଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତିର ଉପଦେଷ୍ଟା, ରାଜ୍ୟ ମହିଳା କମିଶନ ର ଅଧ୍ୟକ୍ଷା, ରାଜ୍ୟ ଶିଶୁ ସୁରକ୍ଷା କମିଶନ ର ଅଧ୍ୟକ୍ଷା, ଓଡିଶା ଶିଶୁ କଲ୍ୟାଣ ପରିଷଦର ସଦସ୍ୟା ସଚିବ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ ଜେନା ମୁଖ୍ୟମନ୍ତ୍ରୀ ଙ୍କ ସଚିବ ୫ଟି ଶ୍ରୀ ଭି କେ ପାଣ୍ତିଆନ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

୧୬ ପ୍ରସ୍ତାବକୁ କ୍ୟାବିନେଟ୍ ମଂଜୁରୀ: ଦଶଟି ଜଳ ଯୋଗାଣ ଯୋଜନାକୁ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟରେ ମିଶନ ଶକ୍ତି ନାମରେ ଏକ ନୂତନ ବିଭାଗ ଗଠନ କରାଯାଇଛି। ରାଜ୍ୟ କ୍ୟାବିନେଟ୍ ଏହାକୁ ମଂଜୁରୀ ଦେଇଛି। ପୂର୍ବରୁ ଏହି ବିଭାଗ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଥିଲା।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୬ ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ଶକ୍ତି, କୃଷି ଏବଂ କୃଷକ ସଶକ୍ତିକରଣ, ସାମାଜିକ ନିରାପତା ଏବଂ ଭିନ୍ନକ୍ଷମଙ୍କ ସଶକ୍ତିକରଣ, ଅବକାରୀ, ସାଧାରଣ ପ୍ରଶାସନ ତଥା ସାଧାରଣ ଅଭିଯୋଗ, ପଂଚାୟତ ରାଜ ଏବଂ ପାନୀୟ ଜଳ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା, ଏବଂ ଇସ୍ପାତ ଏବଂ ଖଣି ବିଭାଗର ବିଭିନ୍ନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।

କ୍ୟାବିନେଟ୍ ବୈଠକର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଅନୁଯାୟୀ ଦଶଟି ମେଗା ଗ୍ରାମୀଣ ପାଇପ୍ ଜଳ ଯୋଗାଣ ଯୋଜନା କୁ ଅନୁମୋଦନ କରାଯାଇଛି । ଆଉଲ୍‌, ରାଜକାନିକା, ଚିଲିକା, ଟାଙ୍ଗି, ବାଣପୁର, ଖୋର୍ଦ୍ଧା, ଜଟଣୀ, ଗଁଡିଆ, ଭୁବନ, ଗୋଲାମୁଣ୍ଡା, ଯାଜପୁର ଏବଂ ବିଂଝାରପୁର ବ୍ଲକରେ ଏହି ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯିବ। ସେହିପରି ସମ୍ବଲପୁର ଜିଲ୍ଲାର ୨୬ଟି ଗ୍ରାମ ପଂଚାୟତଏବଂ ଝାରସୁଗୁଡା ଜିଲ୍ଲାର ୨ ଗ୍ରାମପଂଚାୟତ ପାଇଁ ଗ୍ରାମୀଣ ପାଇପ୍ ଜଳ ପ୍ରକଳ୍ପ ପାଇଁ ନିଷ୍ପତି ହୋଇଛି । ଏହା ବ୍ୟତୀତ ବାଲେଶ୍ୱର ଜିଲ୍ଲାର ରେମୁଣା ତାହସିଲରେ ଏମସ୍ ର ଗୋଟିଏ ସାଟେଲାଇଟ୍ କେନ୍ଦ୍ର ନିର୍ମାଣ ପାଇଁ ୨୫ ଏକର ଜମି ଲିଜ୍ ପାଇଁ କ୍ୟାବିନେଟ୍ ମଞ୍ଜୁର କରିଛି।

ବୈଠକ ପରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏବଂ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସାରା ରାଜ୍ୟରେ ପୁଷ୍ଟି ସାଧନରେ ଉନ୍ନତି ପାଇଁ ପାଳିତ ହେଲା ‘ରାଷ୍ଟ୍ରୀୟ ପୋଷଣ ମାସ’, ଜାଣନ୍ତୁ ଏହା କଣ

ଭୁବନେଶ୍ୱର, ଚଳିତ ସେପ୍ଟେମ୍ବର ମାସରେ ସାରା ରାଜ୍ୟରେ ସମସ୍ତ ଆଇସିଡିଏସ୍‌ ପ୍ରକଳ୍ପରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଛି। ୨୦୧୮ ମସିହାରେ ସମଗ୍ର ଦେଶରେ ପୋଷଣ ଅଭିଯାନର ଶୁଭାରମ୍ଭ ହେବା ପରେ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସକୁ ପୋଷଣ ମାସ ଭାବେ ପାଳନ କରାଯାଉଛି। ଗୋଷ୍ଠୀ ସହଭାଗିତାରେ ଏହି ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ସହ ସ୍ୱାସ୍ଥ୍ୟରକ୍ଷା ପାଇଁ ଉତ୍ତମ ପୋଷଣ ଅଭ୍ୟାସର ଆବଶ୍ୟକତା ସଂ ପର୍କରେ ସଚେତନତା ସୃଷ୍ଟି ଏବଂ ଏହି ବାର୍ତ୍ତାକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

ଚଳିତ ବର୍ଷ ପୋଷଣ ମାସ ପାଳନରେ ଅଗ୍ରାଧିକାର ବିଷୟ ହେଉଛି ଗୁରୁତର ପୁଷ୍ଟିହୀନ ଶିଶୁ (ସାମ୍‌), ମଧ୍ୟମ ଧରଣର ପୁଷ୍ଟିହୀନ ଶିଶୁ (ମାମ୍‌) ଏବଂ ଗୁରୁତର କମ୍‌ ଓଜନ ବିଶିଷ୍ଟ ଶିଶୁମାନଙ୍କ ଚିହ୍ନଟ ସହ ସେମାନଙ୍କୁ ଶୀଘ୍ର ଚିକିତ୍ସା ପ୍ରଦାନ ଓ ସ୍ୱତନ୍ତ୍ର ଭାବେ ଫୋକସ୍‌ କରି ଉପଯୁକ୍ତ ପୋଷଣ ଯୋଗାଇଦେବା। ଆମ ରାଜ୍ୟ ଓଡ଼ିଶାରେ ଏହିଭଳି ଶିଶୁମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପୁଷ୍ଟିସାଧନ ଏବଂ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ନିର୍ଦ୍ଦିଷ୍ଟ ଭାବେ ଆଇସିଡିଏସ୍‌ କାର୍ଯ୍ୟକର୍ତ୍ତାମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।

ଇତି ମଧ୍ୟରେ ପୁଷ୍ଟିସାଧନ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଓଡ଼ିଶାରେ କେତେକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଶିଶୁମାନଙ୍କୁ ମା’କ୍ଷୀର ସହିତ ୬ ମାସରୁ ପରି ପୂରକ ଖାଦ୍ୟ ଖୁଆଇବା ନିମନ୍ତେ ହିତାଧିକାରୀମାନଙ୍କୁ ପୋଷଣ ମାସ ପାଳନ ଅବସରରେ ବିଶେଷ ଭାବେ ସଚେତନ କରାଯାଉଛି। ଯାହାଦ୍ୱାରା ପୁଷ୍ଟିହୀନତା ଦୂରୀଭୂତ ହେବାରେ ବିଶେଷ ସହାୟକ ହେବ।

ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ସହାୟତାରେ ‘ମୋ ଉପକାରୀ ବଗିଚା’ ସୃଷ୍ଟି କରାଯାଇଛି । ଯାହାଫଳରେ ସ୍ଥାନୀୟ ଭାବେ ଉତ୍ପାଦିତ ପନି ପରିବା ଏବଂ ଫଳକୁ ଅତିରିକ୍ତ ପୁଷ୍ଟିସାଧନ ପାଇଁ ହିତାଧିକାରୀମାନଙ୍କ ଖାଦ୍ୟ ସାରଣୀରେ ସାମିଲ କରାଯାଇ ପାରିବ । ୧୦୦୦ ଦିନିଆ ପଦକ୍ଷେପ ଭାବେ ଗର୍ଭଧାରଣଠାରୁ ଶିଶୁଟି ୨ ବର୍ଷ ବୟସର ହେବା ପର୍ଯ୍ୟନ୍ତ ଉଭୟ ମା’ ଓ ଶିଶୁର ଯତ୍ନ ପାଇଁ ଅଙ୍ଗନବାଡ଼ି କର୍ମୀ ନିୟମିତ ଭାବେ ହିତାଧିକାରୀମାନଙ୍କୁ ପରାମର୍ଶ ଦେବା ସହ ସେମାନଙ୍କ ପୁଷ୍ଟିସାଧନକୁ ସୁନିଶ୍ଚିତ କରୁଛନ୍ତି ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସହଭାଗିତାରେ ପୋଷଣ ପଞ୍ଚାୟତ ଗଠନ ପାଇଁ ପଦକ୍ଷେପ ନିଆଯାଇଛି । ଚଳିତ ବର୍ଷ କୋଭିଡ୍‌ ମହାମାରୀ ପରିସ୍ଥିତି ହେତୁ ପାର ̧ରିକ କାର୍ଯ୍ୟକ୍ରମ ପରିବର୍ତ୍ତେ ଡିଜିଟାଲ୍‌ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି । ଭର୍ଚୁଆଲ୍‌ ବୈଠକ, ଓ୍ୱେବିନାର ଏବଂ ସାମାଜିକ ଗଣମାଧ୍ୟମର ଉପଯୋଗ କରି ସବୁ ସ୍ତରରେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରାଯାଇଛି । ରାଜ୍ୟସ୍ତରରେ ସମସ୍ତ ଜିଲ୍ଲାମାନଙ୍କୁ ସାମିଲ କରି ପୋଷଣ ମାସ ସଂପର୍କିତ ଓ୍ୱେବିନାର ଆୟୋଜିତ ହୋଇଛି ।

ପୁଷ୍ଟିସାଧନର ଗୁରୁତ୍ୱ ଉପରେ ଦୂରଦର୍ଶନରେ କାର୍ଯ୍ୟକ୍ରମ ସହ ରାଜ୍ୟସ୍ତରର ସମସ୍ତ କାର୍ଯ୍ୟକ୍ରମର ଟେଲି ମନିଟରିଂ କରାଯାଇଛି । ପୁଷ୍ଟିସାଧନର ଆବଶ୍ୟକତା ସଂପର୍କରେ ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନୀ, ସୁେ ପାଷଣ ଦିବସ ପାଳନ, ସାମ୍‌ ଏବଂ ମାମ୍‌ ଶିଶୁମାନଙ୍କ ଚିହ୍ନଟ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଫଳ ଓ ପନି ପରିବା ଚାରା ରୋ ପଣ, ମମତା ଦିବସ, ଟୀକାକରଣ ଦିବସ, ଅଙ୍କୁର ଦିବସ, ଅନ୍ନ ପ୍ରାସନ ଦିବସ, ସାଦଖିଆ, ଆଇରନ୍‌ ବଟିକା ବିତରଣ, ଗର୍ଭବତୀ ଓ ପ୍ରସୂତୀ ମହିଳାମାନଙ୍କୁ ପୁଷ୍ଟିସାଧନ ସଂ ପର୍କରେ ପରାମର୍ଶ କାର୍ଯ୍ୟକ୍ରମ ଆଦି ମାଧ୍ୟମରେ ପୋଷଣ ମାସ ପାଳନର ଗୁରୁତ୍ୱ ସଂ ପର୍କରେ ହିତାଧିକାରୀମାନଙ୍କୁ ସଚେତନ କରାଯାଇଛି ।

ଏହିସବୁ କାର୍ଯ୍ୟକ୍ରମ ଆୟୋଜନ ସମୟରେ ବିଭାଗର ଆଗଧାଡ଼ିର କାର୍ଯ୍ୟକର୍ତ୍ତା, ଅଙ୍ଗନବାଡ଼ି କର୍ମୀ, ସିଡି ପିଓ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀମାନେ କୋଭିଡ୍‌ ନିୟମାବଳୀର ଅନୁ ପାଳନକୁ ସୁନିଶ୍ଚିତ କରିଛନ୍ତି ।

Categories
ଫଟୋ ଖବର

କଳାହାଣ୍ଡି ଜିଲ୍ଲାର ଏସଏଚଜି ମହିଳାମାନେ ତିଆରି କରିଥିବା ମାସ୍କକୁ ଅଧିକାରୀଙ୍କ ତଦାରଖ

କଳାହାଣ୍ଡି, କୋଭିଡ ମୁକାବିଲା ପାଇଁ କଳାହାଣ୍ଡି ଜିଲ୍ଲାର ଚମ୍ପାଦେଇପୁର ଗ୍ରାମ ପଞ୍ଚାୟତରେ ଥିବା ମା ମାଣିକେଶ୍ବରୀ ଏସଏଚଜି ପ୍ରସ୍ତୁତ କରୁଛନ୍ତି ମାସ୍କ। ଏହି ମାସ୍କକୁ ତଦାରଖ କରୁଛନ୍ତି ଜିଲ୍ଲାର ପିଡି ଡିଆରଡିଏ, ଲାଞ୍ଜିଗଡ ତହସିଲଦାର ଏବଂ ବିଡିଓ।