Categories
ଆଞ୍ଚଳିକ

ମୁଁ ଜିତିବି ସମଗ୍ର ମାନବ ଜାତି ଜିତିବ ନାରା ଦେଇ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ବେଗୁନିଆପଡା ବ୍ଲକ ପ୍ରଶାସନ ତରଫରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କରୋନା ସଚେତନତା ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଁ ଜିତିବି ସମଗ୍ର ମାନବ ଜାତି ଜିତିବ ନାରା ଦେଇ କରୋନା ମହାମାରୀରୁ ସୁରକ୍ଷା ପ୍ରଦାନ ନେଇ ବିଭିନ୍ନ ପ୍ରତିକାର ପାଳନ କରିବା ଉପରେ ଶପଥ ପାଠ କରାଯାଇଛି।

ଆଜିର ଏହି ଶପଥ ପାଠ କାର୍ଯ୍ୟକ୍ରମରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେଇ ଉତ୍ସାହିତ ଓ ସହଯୋଗ କରିବା, ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଆଦି ଶପଥ ପାଠରେ ସାମିଲ ଥିଲା। ଏଥିସହ ଏହି କାର୍ଯ୍ୟକ୍ରମରେ ମୁଁ ଜିତିବି ମୋ ଗଞ୍ଜାମ ଜିତିବ ଏବଂ ସମଗ୍ର ମାନବ ଜାତି ଜିତିବ ବୋଲି ଦୃଢ ଶପଥ ନିଆ ଯାଇଥିଲା। ଏହି ଶପଥ ପାଠ କାର୍ଯ୍ୟକ୍ରମରେ ବିଡ଼ିଓ ବେଦବର ପ୍ରଧାନ, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ଦୋରାଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ।