Categories
ଅପରାଧ ଆଜିର ଖବର ଜାତୀୟ ଖବର ମନୋରଂଜନ

ଅଭିନେତା ଅରମାନ କୋହଲିଙ୍କୁ ଗିରଫ କଲା ଏନସିବି: ଚଢାଉ ବେଳେ ଘରୁ ଉଦ୍ଧାର ହେଲା ଡ୍ରଗ୍ସ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଦୀର୍ଘ ଦିନ ଧରି ପଚରାଉଚରା ପରେ ଅଭିନେତା ଅରମାନ କୋହଲିଙ୍କୁ ଏନସିବି ଗିରଫ କରିଛି। ଗତ ସନ୍ଧ୍ୟାରେ ଏନସିବି ଅରମାନ କୋହଲିଙ୍କ ଘରେ ଚଢାଉ କରିଥିଲା। ଏହି ଚଢାଉରେ ଘରୁ କିଛି ପରିମାଣର କୋକେନ ଡ୍ରଗ୍ସ ମଧ୍ୟ ଉଦ୍ଧାର କରାଯାଇଥିଲା।

ଏନସିବି ଗତକାଲି ଅପରାହ୍ନରେ ଜୁହୁରେ ଅରମାନ କୋହଲିଙ୍କ ବଙ୍ଗଳା ଉପରେ ଚଢାଉ କରିଥିଲା ​​ଏବଂ ଅନେକ ଘଣ୍ଟା ପଚରାଉଚରା ପରେ ତାଙ୍କୁ ଗାଡିରେ ନେଇଥିଲା। ବର୍ତ୍ତମାନ ଡ୍ରଗ୍ ମାମଲାରେ ଅରମାନ କୋହଲିଙ୍କର ଅନ୍ୟ କୌଣସି ସଂଯୋଗ ସମ୍ପର୍କରେ ଏନସିବି ଦ୍ୱାରା କୌଣସି ସରକାରୀ ସୂଚନା ମିଳିପାରି ନାହିଁ।

ସୂଚନାଯୋଗ୍ୟ ଯେ, ଅରମାନ କୋହଲି ତାଙ୍କ ପିତାମାତାଙ୍କ ସହ ମୁମ୍ବାଇର ଜୁହୁରେ ବିକାଶ ପାର୍କ ନାମକ ସୋସାଇଟ ୧୦ ନମ୍ବର ବଙ୍ଗଳାରେ ରୁହନ୍ତି। ଏହି ସୋସାଇଟରେ ସମୁଦାୟ ୧୭ ଟି ବଙ୍ଗଳା ଅଛି।

ଅରମାନ କୋହଲିଙ୍କ ବଙ୍ଗଳା ଠାରେ ହୋଇଥିବା ଚଢାଉରେ ଏନସିବିର ୧୧ ସଦସ୍ୟ ବିଶିଷ୍ଟ ଦଳ ଉପସ୍ଥିତ ଥିଲେ। ପରେ ସନ୍ଧ୍ୟାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେ ମଧ୍ୟ ପଚରାଉଚରା ପାଇଁ ଅରମାନ କୋହଲିଙ୍କ ନିକଟରେ ପହଞ୍ଚିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଏହି ବିବାଦ ଅରମାନ କୋହଲିଙ୍କର ଏକ ପୁରୁଣା ସମ୍ପର୍କ ଅଛି। ୨୦୧୮ ରେ ସେ ତାଙ୍କ ଲିଭ-ଇନ୍ ପାର୍ଟନର ନୀରୁ ରନ୍ଧୱାଙ୍କୁ ଦୁର୍ବ୍ୟବହାର ତଥା ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

ସକାଳୁ ଲାଗିରହିଛି ପ୍ରବଳ ବର୍ଷା, ରାସ୍ତାରେ ଲହରୀ ମାରୁଛି ପାଣି, ଜନଜୀବନ ଅସ୍ତବ୍ୟସ୍ତ

ମୁମ୍ବାଇ, ଆଜି ସକାଳୁ ମୁମ୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଏଥିସହିତ ଘଡଘଡ ସହ ହାଲକା ପବନ ମଧ୍ୟ ପ୍ରବାହିତ ହେଉଛି। ବର୍ଷାର ପରିମାଣ ଏପରି ହୋଇଛି ଯେ, ମୁମ୍ବାଇର ରାସ୍ତାଘାଟ ବର୍ତ୍ତମାନ ପାଣିର ଲହରୀ ମାରୁଛି। ସାଧାରଣ ଜୀବନଯାତ୍ରା ପୁରା ଠପ୍ ହୋଇଯାଇଛି। ଭୋରରୁ ଏହି ବର୍ଷା ଲାଗିରହିଛି ଯେ ଏ ପର୍ଯ୍ୟନ୍ତ ସାମାନ୍ୟ କମିବାର ନାଁ ଧରୁ ନାହିଁ।

ଗତକାଲି ପାଣିପାଗ ବିଭାଗ ତରଫରୁ ଏ ନେଇ ସତର୍କ ସୂଚନା ପ୍ରଦାନ କରାଯାଇଥିଲା। ସେହି ଅନୁସାରେ ମୁମ୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି କୁହାଯାଇଥିଲା। ସେହିପରି ସମୁଦ୍ରରେ ମଧ୍ୟ ପ୍ରବଳ ଜୁଆର ଆସିବା ବୋଲି ସୂଚନା ଦିଆଯାଇଥିଲା। ଏହା ମୌସୁମୀ ବର୍ଷା ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ମୁମ୍ବାଇ ଏବଂ ଦିଲ୍ଲୀରେ ସଂକ୍ରମଣ ହ୍ରାସ ପାଉଥିବା ବେଳେ ବେଙ୍ଗୁଲୁରୁ ସ୍ଥିତି ଚିନ୍ତାଜନକ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶର ୧୨ ରୁ ଅଧିକ ରାଜ୍ୟରେ କରୋନା ସଂକ୍ରମଣ ଏବେ ବି ଚିନ୍ତାଜନକ ଅଛି। ଏହି ରାଜ୍ୟଗୁଡିକରେ ୧ ଲକ୍ଷରୁ ଅଧିକ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ଗୁଜୁରାଟରେ କରୋନା ମାମଲାରେ ହ୍ରାସ ପାଇଛି, ଯାହା ଏକ ଭଲ ସଂକେତ ଅଟେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅତିରିକ୍ତ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ, ମୁମ୍ବାଇ ଏବଂ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ବେଙ୍ଗୁଲୁରୁର ସ୍ଥିତି ବର୍ତ୍ତମାନ ଚିନ୍ତାଜନକ ଅଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୨୪ ଘଣ୍ଟାରେ ୩ ଲକ୍ଷ ୮୨ ହଜାର ୩୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭୮୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ୩୪ ଲକ୍ଷ ୮୭ ହଜାର ୨୨୯ ସକ୍ରିୟ ମାମଲା ରହିଥିବା ବେଳେ ୨ ଲକ୍ଷ ୨୬ ହଜାର ୧୮୮ ଜଣ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

‘ସାଇଲେଣ୍ଟ କିଲର’ର ରୂପ ନେଉଛି କରୋନା: ମୁମ୍ବାଇରେ ୯୧ ହଜାରରୁ ୭୪ ହଜାରଙ୍କ ମଧ୍ୟରେ ନାହିଁ ଲକ୍ଷଣ

ମୁମ୍ବାଇ: ମହାରାଷ୍ଟ୍ରରେ କିଛି ଦିନ ହେଲା ଲଗାତାର ୩୦ ହଜାରାରୁ ଉର୍ଦ୍ଧ୍ଵ କରୋନା ମାମଲା ଦେଖିବାକୁ ମିଳୁଛି। ମହାରଷ୍ଟ୍ରରେ କରୋନାର ଦ୍ଵିତୀୟ ଲହରୀ ଆରମ୍ଭ ହୋଇଯାଇଛି ବୋଲି ବିଏମସି କମିଶନର ଇକବାଲ୍ ସିଂହ ଚହଲ କହିଛନ୍ତି। ମୁମ୍ବାଇରେ କେବଳ ୪୯ ଦିନରେ ୯୧ ହଜାର କେସ୍ ଆସିଛି।

କମିଶନରଙ୍କ ମୁତାବିକ ମୁମ୍ବାଇରେ ୭୪ ହଜାର କେସ୍ ଅଛି, ଯେଉଁଥିରେ କୌଣସି ଲକ୍ଷଣ ଦେଖାଯାଇନି। ତେଣୁ କରୋନା ଏବେ ଏକ ସାଇଲେଣ୍ଟ କିଲର ଭାବେ ଦେଖାଯାଉଛି। ମୋଟ ୯୧ ହଜାର କେସରୁ ମାତ୍ର ୧୭ ହଜାର ମାମଲାରେ ଲକ୍ଷଣ ଦେଖାଯାଇଛି। ଲକ୍ଷଣ ନଥିବା ଆକ୍ରାନ୍ତଙ୍କ ଦେହରେ ଷ୍ଟାମ୍ପ ଲଗାଯାଉଛି। ଯଦି ସର୍ବସାଧାରଣ ସ୍ଥାନ ମଧ୍ୟକୁ ସେମାନେ ଯାଅନ୍ତି, ତେବେ ତାଙ୍କ ନାଁରେ ଏତଲା କରାଯାଇ ଗିରଫ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ଭାରତୀୟ ସେୟାର ବଜାର

ମୁମ୍ବାଇ: ଭାରତୀୟ ସେୟାର ବଜାର ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଆଜି ସେୟାର ବଜାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସେନସେକ୍ସ ପ୍ରଥମ ଥର ଲାଗି ୫୦ ହଜାର ଟପିଛି। ସେନସେକ୍ସ ୩୩୫ ପଏଣ୍ଟ ବୃଦ୍ଧି ପାଇ ୫୦ ହଜାର ୧୨୬ରେ ପହଞ୍ଚିଛି। ଏହା ସହିତ ନିଫ୍ଟି ମଧ୍ୟ ୧୪ ହଜାର ୭୦୦ ଅତିକ୍ରମ କରିଛି।

ତେବେ ଜୋ ବାଇଡେନ ଓ କମଳା ହାରିସ ଆମେରିକାର ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଏହାର ପ୍ରଭାବ ଭାରତ ସେୟାର ବଜାରରେ ଦେଖିବାକୁ ମିଳିଛି। ଗତକାଲି ବାଇଡେନ ଶପଥ ନେବା ପରେ ଆଜି ସେୟାର ବଜାରରେ ବୃଦ୍ଧି ପରିଲିକ୍ଷିତ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ବିରାଟ କୋହିଲିଙ୍କ ନୂତନ ଇନିଂସ ଆରମ୍ଭ: ଶିଶୁ କନ୍ୟାକୁ ଜନ୍ମଦେଲେ ପତ୍ନୀ ଅନୁଷ୍କା

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହିଲିଙ୍କ ନୂତନ ଇନିଂସ ଆରମ୍ଭ ହୋଇଛି। ଆଜି ସେ ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ପତ୍ନୀ ଅନୁଷ୍କା ଶର୍ମା ଅପରାହ୍ନରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଅନୁଷ୍କା ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ବାପା ହେବା ପରେ ଖୁସିରେ ସାମାଜିକ ଗଣମାଧ୍ୟମରେ ଏନେଇ ବିରାଟ ସୂଚନା ଦେଇଛନ୍ତି। ତେବେ କୋହିଲିଙ୍କ ଏହି ସୂଚନା ପରେ ତାଙ୍କ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ପ୍ରତିଯୋଗିତା ଲାଗି ମୁମ୍ବାଇ ଦଳରେ ସ୍ଥାନ ପାଇଲେ ଅର୍ଜ୍ଜୁନ ତେନ୍ଦୁଲକର

ମୁମ୍ବାଇ: ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜ୍ଜୁନ ତେନ୍ଦୁଲକର ପ୍ରଥମ ଥର ପାଇଁ ମୁମ୍ବାଇ ସିନିୟର ଦଳରେ ସ୍ଥାନ ପାଇଛନ୍ତି। ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ପ୍ରତିଯୋଗିତା ଲାଗି ମୁମ୍ବାଇ ଦଳ ଲାଗି ଅର୍ଜ୍ଜୁନ ମନୋନୀତ ହୋଇଛନ୍ତି। ଜାନୁଆରୀ ୧୦ରୁ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତାରେ ୨୨ ଜଣିଆ ଦଳରେ ସେ ସ୍ଥାନ ପାଇଛନ୍ତି। ବାମହାତୀ ଦ୍ରୁତ ବୋଲର ଅର୍ଜୁନଙ୍କୁ ସୁଯୋଗ ମିଳିଥିବା ନେଇ ମୁମ୍ବାଇ ଦଳର ମୁଖ୍ୟ ଚୟନକର୍ତ୍ତା ସଲିଲ୍ ଅଙ୍କୋଲ ସୂଚନା ଦେଇଛନ୍ତି।

ବିସିସିଆଇ ୨୦ ଜଣିଆ ଦଳ ଚୟନ ପାଇଁ ପ୍ରତ୍ୟେକ ରାଜ୍ୟ ଆସୋସିଏସନକୁ ନିର୍ଦ୍ଦେଶ ଦେଇଥଲା। କିନ୍ତୁ ପରେ ଏହାକୁ ଆଉ ଦୁଇ ଜଣ ଖେଳାଳିଙ୍କୁ ବୃଦ୍ଧି କରି ୨୨ ଜଣିଆ ଦଳ ମନୋନୀତ ପାଇଁ କହିଥିଲା। ଏହି କାରଣରୁ ମୁମ୍ବାଇ ଦଳ ଅର୍ଜ୍ଜୁନଙ୍କ ସହ ଆଉ ଜଣେ ଦ୍ରୁତ ବୋଲରଙ୍କୁ ମନୋନୀତ କରିପାରିଛି।

ଆଇପିଏଲର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଟି-୨୦ ଦଳର ନେତୃତ୍ୱ ନେଉଛନ୍ତି। ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ପ୍ରତିଯୋଗିତାରେ ମୁମ୍ବାଇ ଗ୍ରୁପ୍‌-ଇ’ରେ ସ୍ଥାନ ପାଇଛି। ଏହି ଗ୍ରୁପ୍‌ରେ ମୁମ୍ବାଇ ବ୍ୟତୀତ ଦିଲ୍ଲୀ, ହରିୟାଣା, କେରଳ, ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀ ରହିଛନ୍ତି। ନକ୍‌ଆଉଟ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ ଅହମ୍ମଦାବାଦ୍‌ରେ ଖେଳାଯିବ।

Categories
ଆଜିର ଖବର ଜାତୀୟ ଖବର

ନୂଆବର୍ଷ ପାଇଁ ଦିଲ୍ଲୀ ଓ ମୁମ୍ବାଇରେ କଡା କଟକଣା

ନୂଆଦିଲ୍ଲୀ: ଆଜି ହେଉଛି 2020 ବର୍ଷର ଶେଷ ଦିବସ । କରୋନା କାଳ ମଧ୍ୟରେ ନୂତନ ବର୍ଷ ନୂତନ ସମ୍ଭାବନା ନେଇ ଆସିଛି ।  ଯଦିଓ ଦେଶରେ ଏବେ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି ସତ, କିନ୍ତୁ ଏବେବି ବିପଦ ଟଳି ନାହିଁ। ନୂଆବର୍ଷରେ କରୋନା ମାମଲା ଯେପରି ନ ବୃଦ୍ଧି ପାଇବ, ତାକୁ ଆଖି ଆଗରେ ରଖି ମହାରାଷ୍ଟ୍ର ସରକାର ଓ ଦିଲ୍ଲୀ ସରକାର କଡା ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ଏବେ ନାଇଟ୍‌ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ମୁମ୍ବାଇରେ 144 ଲାଗୁ କରାଯିବ ।

ଦିଲ୍ଲୀରେ ସର୍ବସାଧାରଣ ସ୍ଥାନରେ ଏକକାଳୀନ 5ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ମନା କରାଯାଇଛି। ଏହାଛଡ଼ା ନୂଆବର୍ଷ ଉତ୍ସବ ମନାଇବା ପାଇଁ କୌଣସି କାର୍ଯ୍ୟକ୍ରମ କରିବାକୁ ଅନୁମତି ମଧ୍ୟ ଦିଆଯାଇ ନାହିଁ । ଡିସେମ୍ବର 31 ତାରିଖ ରାତି 11ଟାରୁ ଜାନୁଆରୀ 1 ତାରିଖ ସକାଳ 6ଟା ପର୍ଯ୍ୟନ୍ତ ସର୍ବସାଧାରଣ ସ୍ଥାନରେ ଲୋକେ ଏକାଠି ହୋଇପାରିବେ ନାହିଁ। ଏହାବ୍ୟତୀତ ଜାନୁଆରୀ 1 ତାରିଖ ରାତି 11ଟାରୁ 2 ତାରିଖ ସକାଳ 6ଟା ପର୍ଯ୍ୟନ୍ତ ମଧ୍ୟ ସାର୍ବଜନୀନ ସ୍ଥାନରେ ଲୋକେ ଜମା ନହେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ନୂଆବର୍ଷକୁ ଆଖି ଆଗରେ ରଖି ମହାରାଷ୍ଟ୍ରରେ ମଧ୍ୟ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। ମୁମ୍ବାଇରେ ରେଷ୍ଟୁରାଣ୍ଟ, ପବ୍, ବାର୍, ରୁଫଟପ୍, ବୋଟକୁ ନା କରାଯାଇଛି। ନାଇଟ୍ କର୍ଫ୍ୟୁ ସମୟରେ ମୁମ୍ବାଇ ପୁଲିସ୍ ଡ୍ରୋନ୍ ଜରିଆରେ ଲୋକଙ୍କ ଉପରେ ନଜର ରଖିବ।

Categories
ଆଜିର ଖବର

ମୋ’ ନିରବତାକୁ ଦୁର୍ବଳତା ଭାବନି : ଉଦ୍ଧବ ଠାକ୍‌ରେ

ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାନାୱତଙ୍କର ଶିବସେନା ଓ ମହାରାଷ୍ଟ୍ର ସରକାରଙ୍କୁ ନେଇ ହୋଇଥିବା ବିବାଦକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ମୁହଁ ଖୋଲିଛନ୍ତି । ମହାରାଷ୍ଟ୍ରକୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି ।ସଠିକ୍ ସମୟରେ ଏହା ଉପରେ ପ୍ରତିକ୍ରିୟା ରଖିବି ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି ।କଙ୍ଗନା କିମ୍ବା ସୁଶାନ୍ତଙ୍କ ନାଁକୁ ନେଇ କିଛି ନକହି ସେ କହିଛନ୍ତି ଯେ , ମୋ ନିରବତାକୁ କେହି ଦୁର୍ବଳତା ବୋଲି ନ ଭାବନ୍ତୁ । ଏବେ ମୁଁ ଯେ କୌଣସି ରାଜନୈତିକ ଝଡ଼ର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛି ।

ରାଜ୍ୟରେ କରୋନା ମୁକାବିଲା ନେଇ ଉଦ୍ଧବ ଠାକରେଙ୍କ ନୂଆ ଅଭିଯାନ ଘୋଷଣା କରିଛନ୍ତି । ଆସନ୍ତା 15 ତାରିଖରୁ ଆରମ୍ଭ ‘ମୋ ପରିବାର, ମୋ ଦାୟିତ୍ୱ’ ଅଭିଯାନ ଆରମ୍ଭ କରିବେ ।

ଅଭିନେତ୍ରୀ କଙ୍ଗନା ରନୌତ, ଶିବସେନା ଓ ମହାରାଷ୍ଟ୍ର ସରକାର ମଧ୍ୟରେ ବିବାଦ ଲାଗି ରହିଛି । ଉଦ୍ଧବ  ନିଜ ସମ୍ବୋଧନରେ କଙ୍ଗନା କିମ୍ବା ପୂର୍ବ ନୌସେନା ଅଧିକାରୀଙ୍କ ମାଡ ପ୍ରସଙ୍ଗରେ କିଛି ଉତ୍ତର ରଖିନାହାନ୍ତି । ଅପରପକ୍ଷରେ କଙ୍ଗନା ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୌଶିୟାରୀଙ୍କ ସହ ସାକ୍ଷାତ କରିବାର ଅଛି । ସୂଚନାଯୋଗ୍ୟ, କଙ୍ଗନା ମୁମ୍ବାଇକୁ ପିଓକେ ସହିତ ତୁଳନା କରିଥିବାବେଳେ ଶିବସେନା ଏହାକୁ ନେଇ କଙ୍ଗନାକୁ ଟାର୍ଗେଟ୍‌ କରିଛି ।

Categories
ଆଜିର ଖବର ଜାତୀୟ ଖବର

ସୁସ୍ଥ ହେଲେ ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ଓ ଝିଅ ଆରାଧ୍ୟା

ମୁମ୍ବାଇ,ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରଧ୍ୟା ବଚ୍ଚନ କରୋନାରୁ ସୁସ୍ଥ ହୋଇଛନ୍ତି । ଉଭୟ କୋରୋନାରେ ଆକ୍ରାନ୍ତ ହୋଇ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେପଟେ ବଲିଉଡ ଅଭିନେତା ତଥା ବିଗ୍‌ବି ଅମିତାଭ ବଚ୍ଚନ ଓ ପୁଅ ଅଭିଷକ ବଚ୍ଚନ ଏବେ ବି ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି । ବିଗ୍‌ବି ଅମିତାଭ ବଚ୍ଚନ ଓ ପୁଅ ଅଭିଷକ ବଚ୍ଚନ କରୋନା ଆକ୍ରାନ୍ତ ହେବା ପରେ ବୋହୁ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଓ ନାତୁଣଈ ଆରଧ୍ୟା ବଚ୍ଚନ କରୋନା ପଜିଟିଭ ହୋଇ ଚିକିତ୍ସିତ ହେଉଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଶହେ କୋଟିର ଫ୍ଲାଟ୍, ଜାଣନ୍ତୁ କିଣିଲେ କିଏ ସେ ବ୍ୟବସାୟୀ

ମୁମ୍ବାଇ, ସମସ୍ତଙ୍କର ସ୍ବପ୍ନ ନିଜର ଛୋଟିଆ ଘରଟିଏ କରିବା ପାଇଁ କିମ୍ବା ସହରାଞ୍ଚଳରେ ନିଜର ଫ୍ଲାଟ ଟିଏ କିଣିବା ପାଇଁ। ହେଲେ କେବେ ଭାବିଛନ୍ତି ଶହେ କୋଟି ଟଙ୍କାରେ ଫ୍ଲାଟ କିଣା ବିକା ହେବା। ହଁ, ଆମ ଦେଶର ଜଣେ ଧନୀ ବ୍ୟବସାୟୀ ମୁମ୍ବାଇରେ ଶହେ କୋଟି ଟଂକା ମୂଲ୍ୟରେ ଦୁଇଟି ଫ୍ଲାଟ୍ କିଣିଛନ୍ତି। ଏହି ଦୁଇଟି ଫ୍ଲାଟ୍ ମୁମ୍ବାଇର ମୂଲ୍ୟବାନ ଅଞ୍ଚଳ କାରାମେଲ ରୋଡରେ ଅବସ୍ଥିତ।

ବ୍ୟବସାୟୀ ଜଣଙ୍କ ହେଉଛନ୍ତି ଅନୁରାଗ ଜୈନ। ଜାଣନ୍ତି ସେ କିଏ, ସେ ହେଉଛନ୍ତି ବଜାଜ କମ୍ପାନିର ମାଲିକ ରାହୁଲ ବଜାଜଙ୍କ ପୁତୁରା। ସେମାନଙ୍କର ମଧ୍ୟ ନିଜର ଅଟୋ ପାର୍ଟସ କମ୍ପାନି ରହିଛି।

ଅନୁରାଗ ଜୈନ ମୁମ୍ବାଇର କାର୍ମିଚାଏଲ ରୋଡରେ ଥିବା କାର୍ମିଚାଏଲ ରେସିଡେନ୍ସିରେ ଦୁଇଟି ଫ୍ଲାଟ୍ କିଣିଛନ୍ତି। ଦୁଇଟି ଯାକ ଫ୍ଲାଟ୍ ମୋଟ 6371 ବର୍ଗ ଫୁଟ ପରିମିତ। ଜୈନଙ୍କୁ ଏହି ଫ୍ଲାଟ ପାଇଁ ପ୍ରତି ବର୍ଗଫୁଟ ପିଛା 1 ଲକ୍ଷ 56 ହଜାର 961 ଟଙ୍କା ଦେବାକୁ ପଡ଼ିଛି।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଗତ 24 ଘଣ୍ଟାରେ 375ଜଣଙ୍କର ଜୀବନ ନେଲାଣି କରୋନା, ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା 15 ହଜାର ନିକଟତର

ନୂଆଦିଲ୍ଲୀ : ଦିନକୁ ଦିନ କରୋନା ପ୍ରଭାବ ବଢୁଥିବା ସହ ସାରା ବିଶ୍ବରେ ସଙ୍କଟ ବଢିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ସଂଘାତିକ ହେଉଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ଦେଶରେ 3 ଲକ୍ଷ 95 ହଜାର 48 ଜଣ ସଂକ୍ରମିତ ହୋଇଥିବାବେଳେ 12,948ଜଣଙ୍କର ମୃତ୍ୟୁହୋଇଛି । ସେହିପରି ଦୁଇ ଲକ୍ଷ 13 ହଜାର 830 ଜଣ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ 14 ହଜାର 516ଟି ନୂତନ ମାମଲା ଆସିଥିବାବେଳେ 375ଜଣଙ୍କର ମୃତ୍ୟୁ ହୋଇଛି ।

କରୋନା ସଂକ୍ରମିତ ଦେଶଙ୍କ ମଧ୍ୟରେ ଭାରତ ଚତୁର୍ଥ ସ୍ଥାନରେ ପହଞ୍ଚିଛି । ଆମେରିକାରେ ସର୍ବାଧିକ ମାମଲା ରହିଥିବାବେଳେ ଏହା ପଛକୁ ରହିଛି ବ୍ରାଜିଲ୍‌, ରୁଷ୍‌ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ 5893ଜଣଙ୍କର ମୃତ୍ୟୁ ହୋଇଥିବାବେଳେ  ଦିଲ୍ଲୀରେ 2035, ଗୁଜୁରାଟରେ 1608, ତାମିଲନାଡୁରେ 666, ପଶ୍ଚିମବଙ୍ଗରେ 529, ମଧ୍ୟପ୍ରଦେଶରେ 495, ଉତ୍ତରପ୍ରଦେଶରେ 488ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Categories
ଭିଡ଼ିଓ

ମୁମ୍ବାଇରେ ଫଶିଛନ୍ତି ବାଲୁଗାଁର ଜଣେ ଛାତ୍ରଙ୍କ ସମେତ 75ଜଣ ଓଡ଼ିଆ ଛାତ୍ରଛାତ୍ରୀ |