Categories
ଆଜିର ଖବର ଜାତୀୟ ଖବର

ବସ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା: ୭ ମୃତ୍ୟୁ, ୨୫ ରୁ ଉର୍ଦ୍ଧ୍ଵ ଆହାତ

ମୁରାଦାବାଦ: ଉତ୍ତରପ୍ରଦେଶ ମୁରାଦାବାଦରେ ଏକ ବଧ ଧରଣର ଦୁର୍ଘଟଣା ଘଟିଯାଇଛି। ବସ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଛନ୍ତି। ମୁରାଦାବାଦ-ଆଗ୍ରା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି। କୁହୁଡି କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

ଜାନୁୟାରୀ ଅନ୍ତିମ ସମୟରେ ମଧ୍ୟ କୁହୁଡି ଏବଂ ଥଣ୍ଡା କମ ହେବାରେ ନାଁ ନେଉନାହିଁ। ଉତ୍ତର ଭାରତରେ ଶୀତଲହରି ଜାରି ରହିଛି। କୁହୁଡି ଯୋଗୁଁ ଭିଜିବିଲିଟି କମ ଥିବାରୁ ଟ୍ରେନ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଏଠାରେ ତାପମାତ୍ରା ସାମାନ୍ୟ ଠାରୁ କମ ତାପାମାତ୍ରା ରେକର୍ଡ ହୋଇଛି।