Categories
ଆଜିର ଖବର ଜାତୀୟ ଖବର

ବିଶ୍ବାସ ନ ହେଲେ ମଧ୍ୟ ସତ, ବାହାଘର ବେଦୀରେ ବର କନ୍ୟାଙ୍କୁ ମାଙ୍କଡ କଲା ଆର୍ଶିବାଦ

ମୁଲୁଗୁ, ଧୂମଧାମରେ ବାହାଘର ଚାଲିଛି, ବର କନ୍ୟା ପଣ୍ଡିତଙ୍କ କଥା ଅନୁସାରେ ସବୁ କାମ କରୁଛନ୍ତି। ସେଠାରେ ଉପସ୍ଥିତି ଅତିଥିମାନେ ମଧ୍ୟ ପଣ୍ଡିତଙ୍କ କଥାରେ ବରକନ୍ୟାଙ୍କୁ ଆର୍ଶିବାଦ ଦେଉଛନ୍ତି। ଏହି ସମୟରେ ହଠାତ ଏକ ମାଙ୍କଡ ବେଦୀ ଭିତରକୁ ପଶି ଆସି ବରକନ୍ୟାଙ୍କ ମୁଣ୍ଡ ଉପରେ ବସିପଡିଲା। ଆଶ୍ଚର୍ଯ୍ୟର କଥା ମାଙ୍କଡଟି ବର ମୁଣ୍ଡ ଉପରେ ବସି କନ୍ୟା ମୁଣ୍ଡରେ ହାତ ରଖିଲା। ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥି ହଠାତ କିଛି ଜାଣିପାରିଲେ ନାହିଁ।

ବିଶ୍ବାସ ନ ହେଲେ ମଧ୍ୟ କଥାଟି ସଂପୂର୍ଣ୍ଣ ସତ। ଆଉ ଏହି ଘଟଣାଟି ତେଲଙ୍ଗାନା ରାଜ୍ୟର ମୁଲୁଗୁ ଜିଲ୍ଲାସ୍ଥିତ ମାଙ୍ଗାପେଟ୍ ଗ୍ରାମରେ  ଘଟିଛି। ଗତକାଲି ଏକ ବାହାଘର ନୃସିଂହସ୍ବାମୀ ମନ୍ଦିରରେ ଅନୁଷ୍ଠିତ ହେବା ବେଳେ ଏହି ଘଟଣାଟି ଘଟିଛି। ଏହି ମନ୍ଦିରରେ ପୂର୍ବରୁ ବହୁ ବାହାଘର ହୋଇଛି ହେଲେ ଏପରି ଘଟଣା କେବେ ଘଟି ନାହିଁ ବୋଲି ମନ୍ଦିର କର୍ତ୍ତୁପକ୍ଷ କହିଛନ୍ତି। ତେବେ ଏପରି ଘଟଣାକୁ ସମସ୍ତେ କହିଲେ ଯେ ପ୍ରଭୃ ହନୁମାନ ଉଭୟଙ୍କୁ ଆର୍ଶିବାଦ କରିବାକୁ ଆସିଥିଲେ।