Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଯୋଧପୁର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୧୨ କୁ ବୃଦ୍ଧି

ଯୋଧପୁର: ରାଜସ୍ଥାନର ଯୋଧପୁରରେ ଏକ ବିବାହ ସମାରୋହରେ ଏଲପିଜି ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଏପର୍ଯ୍ୟନ୍ତ ୧୨ଜଣ ମୃତ୍ୟୁବାରାଁ କରିଛନ୍ତି। ଏମଜି ହସ୍ପିଟାଲର ଅଧୀକ୍ଷକ ରାଜଶ୍ରୀ ବେହେରା କହିଛନ୍ତି ଯେ, ୪୨ ଜଣ ଗୁରୁତର ପୋଡି ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାର ‘ବର୍ନ’ ୱାର୍ଡରେ ଚିକିତ୍ସିତ କରାଯାଉଛି ଏବଂ ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକଙ୍କ ଅବସ୍ଥା ଗୁରୁତର ରହିଛି।

ସେ କହିଛନ୍ତି ଯେ, ଜେନେରାଲ ସର୍ଜନ, ପ୍ଲାଷ୍ଟିକ ସର୍ଜନ, ଶିଶୁରୋଗ ବିଶେଷଜ୍ଞ ଏବଂ ଜଣେ ଆନାସ୍ଥେଟିଷ୍ଟଙ୍କ ସମେତ ୨୪ ଡାକ୍ତରଙ୍କ ଏକ ଟିମ୍ ଆହତଙ୍କ ଯତ୍ନ ନେଉଛନ୍ତି।

ଶେରଗଡ ସବ-ଡିଭିଜନର ଭୁଙ୍ଗରା ଗ୍ରାମରେ ଗୁରୁବାର ଅପରାହ୍ନରେ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହେତୁ ବିସ୍ଫୋରଣ ଘଟିଥିଲା ​​ଏବଂ ଘରେ ନିଆଁ ଲାଗିଯାଇଥିଲା, ଯାହା ପରେ ୫୦ରୁ ଅଧିକ ଲୋକ ଜଳି ଯାଇଥିଲେ। ବର ସୁରେନ୍ଦ୍ର ସିଂ ଏବଂ ତାଙ୍କ ପିତାମାତା ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଜଳି ଯାଇଛନ୍ତି।

ଦୁଇ ଶିଶୁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ଶୁକ୍ରବାର ଚିକିତ୍ସା ସମୟରେ ୫ ଜଣ ପ୍ରାଣ ହରାଇଥିଲେ। ଶନିବାର ଦିନ ଆଉ ୫ ଜଣ ମୃତ୍ୟୁବରଣ କରିଥିବା ଡାକ୍ତରଖାନା ଅଧିକାରୀ କହିଛନ୍ତି। ଏସଏମଏସ ହସ୍ପିଟାଲ, ଜୟପୁରର ଚାରିଜଣ ଡାକ୍ତରଙ୍କ ଏକ ଟିମ୍ ଏମଜି ହସ୍ପିଟାଲର ବର୍ନ ୟୁନିଟ୍ ପରିଦର୍ଶନ କରି ଆହତଙ୍କ ଚିକିତ୍ସା ସମୀକ୍ଷା କରିଛନ୍ତି।