Categories
ବିଶେଷ ଖବର

‘ମେକ୍ ଇଣ୍ଡିଆ ନମ୍ବର ୱାନ୍’ ଅଭିଯାନ ଆରମ୍ଭ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଆଜି ‘ମେକ୍ ଇଣ୍ଡିଆ ନମ୍ବର ୱାନ୍’ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅବସରରେ କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ, ୭୫ ବର୍ଷ ମଧ୍ୟରେ କୌଣସି ସରକାର କିଛି କରିନାହାଁନ୍ତି।

ଏହି ଅବସରରେ ସିଏମ କେଜ୍ରିୱାଲ କହିଛନ୍ତି ଯେ, “ଆଜି ଆମେ ଏକ ପ୍ରତିଶ୍ରୁତି ନେଇଛୁ ଯେପର୍ଯ୍ୟନ୍ତ ଆମେ ଭାରତକୁ ଏକ ନମ୍ବର ଦେଶ ନକରିବା ପର୍ଯ୍ୟନ୍ତ ବିଶ୍ରାମ ନେବୁ ନାହିଁ। ମୁଁ ଦେଶ ସାରା ବୁଲିବି, ଲୋକଙ୍କ ସହିତ ଯୋଡି ହେବି, ଆମେ ୧୩୦ କୋଟି ଲୋକଙ୍କ ମିଳିତ ମେଣ୍ଟ ଗଠନ କରିବୁ ଏବଂ ଯେବେ ୧୩୦ କୋଟି ଲୋକ ଯୋଡି ହେବୁ, ତେବେ ଭାରତକୁ ଏକ ନମ୍ବର ହେବାକୁ କେହି ରୋକି ପାରିବେ ନାହିଁ।

ସେ କହିଛନ୍ତି ଯେ, ଦେଶ ସ୍ୱାଧୀନତା ହେବାର ୭୫ ବର୍ଷ ବିତିଗଲାଣି। ଏହି ୭୫ ବର୍ଷରେ ଆମେ ବହୁତ କିଛି ହାସଲ କରିଛୁ। ଭାରତ ବହୁତ କିଛି ହାସଲ କରିଛି, କିନ୍ତୁ ଲୋକଙ୍କ ମଧ୍ୟରେ କ୍ରୋଧ ଅଛି, ଏକ ପ୍ରଶ୍ନ ଅଛି ଯେ ଆମ ପରେ ସ୍ଵାଧୀନତା ପ୍ରାପ୍ତ ହୋଇଥିବା ଛୋଟ ଦେଶଗୁଡ଼ିକ ଆମକୁ ଅତିକ୍ରମ କରିସାରିଛନ୍ତି। ଭାରତ କାହିଁକି ପଛରେ ଅଛି, ପ୍ରତ୍ୟେକ ନାଗରିକ ସମାନ ପ୍ରଶ୍ନ ପଚାରୁଛନ୍ତି।