Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରରେ ମେମୁ ଟ୍ରେନ ଲାଇନଚ୍ୟୁତ, ସବୁ ଯାତ୍ରୀ ସୁରକ୍ଷିତ

ଭୁବନେଶ୍ବର: ଆଜି ସମ୍ବଲପୁର ସଙ୍କର୍ମାଠାରେ ମେମୁ ଟ୍ରେନର ଚାରୋଟି ଚକା ଲାଇନଚ୍ୟୁତ ହୋଇଯାଇଛି। ଫଳରେ ଏକ ବଡ ଦୁର୍ଘଟଣାରୁ ଟ୍ରେନଟି ବର୍ତ୍ତି ଯାଇଛି। ଏହାଦ୍ବାରା କୌଣସି ଯାତ୍ରୀଙ୍କର କିଛି କ୍ଷୟକ୍ଷତି ଘଟିନାହିଁ। ଏହି ଟ୍ରେନଟି ଝାରସୁଗୁଡାରୁ ସମ୍ବଲପୁର ଆସୁଥିବା ବେଳେ ଏପରି ଦୁର୍ଘଟଣାର ସମ୍ମୁଖୀନ ହୋଇଛି।

ଘଟଣାରୁ ଜଣାପଡିଛି ଯେ, ଟ୍ରେନଟି ଯାଉଥିବା ବେଳେ ତା ଆଗକୁ ଏକ ମଇଁଷି ଚାଲିଆସିଥିଲା। ଫଳରେ ଟ୍ରେନର କୋଚ ନମ୍ବର 08169 ର ଚାରୋଟି ଚକା ଲାଇନଚ୍ୟୁତ ଘଟିଥିଲା। ଏହାଦ୍ବାରା ଚାରୋଟି ବଗି ମଧ୍ୟ ଲାଇନ ବାହାରକୁ ଚାଲିଯାଇଥିଲା। ଖବର ପାଇ ରେଳ ବିଭାଗର କର୍ମଚାରୀ ଟ୍ରେନକୁ ଲାଇନ ଆଣିବାରେ ସକ୍ଷମ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ରେଙ୍ଗାଲି ଓ ସମ୍ବଲପୁର ମଧ୍ୟରେ ବାତିଲ ହେବ ଏହି ଟ୍ରେନ

ଭୁବନେଶ୍ବର: ଜରୁରୀ ଟ୍ରାକ ରକ୍ଷଣାବେକ୍ଷଣ କାର୍ଯ୍ୟଜନୀତ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ମେମୁ ଟ୍ରେନର ଚଳାଚଳରେ ବାଧାପ୍ରାପ୍ତ ହେବ। 08169/08170 ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ ଟ୍ରେନର ଯାତାୟାତରେ ବାଧାପ୍ରାପ୍ତ ହେବ। ଏଥିପାଇଁ ଏହି ଟ୍ରେନ ଉଭୟ ପାର୍ଶ୍ବରୁ ଝାରସୁଗୁଡା ଓ ରେଙ୍ଗାଲି ମଧ୍ୟରେ ଚଳାଚଳ କରିବ ଏବଂ ରେଙ୍ଗାଲି ଓ ସମ୍ବଲପୁର ମଧ୍ୟରେ ବାତିଲ ରହିବ। ଆସନ୍ତା 14, 16, 18, 20, 23 ଏବଂ 25 ତାରିଖ ଦିନ ଏହି ଟ୍ରେନ ଉଭୟ ପାର୍ଶ୍ବରୁ ଝାରସୁଗୁଡା ଓ ରେଙ୍ଗାଲି ମଧ୍ୟରେ ଚଳାଚଳ କରିବ ଏବଂ ରେଙ୍ଗାଲି ଓ ସମ୍ବଲପୁର ମଧ୍ୟରେ ବାତିଲ ରହିବ।

Categories
ଆଜିର ଖବର ରାଜ୍ୟ ଖବର

ଯାତ୍ରୀମାନଙ୍କ ପାଇଁ ଖୁସି ଖବର: ଭୁବନେଶ୍ୱର ଏବଂ ନୟାଗଡ଼ ଟାଉନ ମଧ୍ୟରେ ଚଳାଚଳ କରିବ ମେମୁ ଟ୍ରେନ

ଭୁବନେଶ୍ୱର: ଭୁବନେଶ୍ୱର ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ଚଳିତ ମାସ ୧୫ ତାରିଖ ଠାରୁ ବର୍ତ୍ତମାନର ପାରମ୍ପାରିକ କୋଚ୍ ବଦଳାଇ ମେମୁ ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି।

୦୮୪୨୩/୦୮୪୨୪ ଭୁବନେଶ୍ୱର-ନୟାଗଡ଼ ଟାଉନ୍-ଭୁବନେଶ୍ୱର ସ୍ପେଶାଲ୍ ଭୁବନେଶ୍ୱରରୁ ନଭେମ୍ବର ୧୫ ତାରିଖ ଠାରୁ ଏବଂ ନୟାଗଡ଼ ଟାଉନରୁ ନଭେମ୍ବର ୧୬ ତାରିଖ ଠାରୁ ମେମୁ ଟ୍ରେନ କୋଚ ସହିତ ଚଳାଚଳ କରିବ।

ଏହି ଟ୍ରେନର ଗଠନରେ ଛଅଟି ମେମୁ କୋଚ୍ ଏବଂ ଦୁଇଟି ମୋଟର କାର୍ ମେମୁ କୋଚ୍ ଉପଲବ୍ଧ ରହିବ। ଏହି ଟ୍ରେନ୍ ପାଇଁ ସ୍ଥିରୀକୃତ ସମୟ ସାରଣୀ ଓ ରହଣି ସ୍ଥାନ ପୂର୍ବପରି ଅପରିବର୍ତ୍ତିତ ରହିବ।

Categories
ବିଶେଷ ଖବର ରାଜ୍ୟ ଖବର

କଟକରୁ ଭଦ୍ରକ, ପାରାଦୀପ ଓ ପୁରୀକୁ ମେମୁ ଟ୍ରେନ ଚଳାଚଳ: ଜାଣନ୍ତୁ ସବିଶେଷ ତଥ୍ୟ

ଭୁବନେଶ୍ବର: ପୁରୀ ଓ କଟକ, କଟକ ଓ ଭଦ୍ରକ ଏବଂ କଟକ ଓ ପାରାଦୀପ ମଧ୍ୟରେ ମେମୁ ଟ୍ରେନ୍ ଚଳାଚଳ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିମ୍ନଲିଖିତ ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି।

ପୁରୀ-କଟକ-ପୁରୀ ମେମୁ ଟ୍ରେନ୍ ସେବା:

୧- ୬୮୪୧୬ ପୁରୀ-କଟକ ମେମୁ- ୧୨ ଏପ୍ରିଲ ଠାରୁ ପୁରୀରୁ ପୂର୍ବାହ୍ନ ୮ ଘଟିକାରେ ଛାଡି କଟକ ଠାରେ ପୂର୍ବାହ୍ନ ୧୦ଘ.୪୫ମି.ରେ ପହଞ୍ଚିବ।

୨- ୬୮୪୧୫ କଟକ-ପୁରୀ ମେମୁ- କଟକରୁ ୧୩ ଏପ୍ରିଲ ଠାରୁ ଅପରାହ୍ନ ୪ଘ.୫୫ମି.ରେ ଛାଡି ପୁରୀ ଠାରେ ସନ୍ଧ୍ୟା ୭ଘ.୪୫ମି.ରେ ପହଞ୍ଚିବ।

କଟକ-ଭଦ୍ରକ-କଟକ ମେମୁ ଟ୍ରେନ୍ ସେବା:

୧- ୬୮୪୨୪ କଟକ-ଭଦ୍ରକ ମେମୁ ୧୩ ଏପ୍ରିଲ ଠାରୁ କଟକରୁ ପୂର୍ବାହ୍ନ ୮ଘ.୪୫ମି.ରେ ଛାଡି ଭଦ୍ରକ ଠାରେ ଅପରାହ୍ନ ୧୨ଘ.୧୦ମି.ରେ ପହଞ୍ଚିବ

୨- ୬୮୪୨୩ ଭଦ୍ରକ-କଟକ ମେମୁ ୧୩ ଏପ୍ରିଲ ଠାରୁ ଅପରାହ୍ନ ୧୨ଘ.୫୦ମି.ରେ ଛାଡି କଟକ ଠାରେ ଅପରାହ୍ନ ୪ଘ.୧୫ମି.ରେ ପହଞ୍ଚିବ।

ସେହିପରି ଅନ୍ୟ ଏକ ମେମୁ ଟ୍ରେନ ୬୮୪୩୮ କଟକ-ଭଦ୍ରକ ମେମୁ କଟକରୁ ୧୨ ଏପ୍ରିଲ ୨୦୨୧ ଠାରୁ ପୂର୍ବାହ୍ନ ୧୧ଘ.୫୫ମି.ରେ ଛାଡି ଭଦ୍ରକ ଠାରେ ଅପରାହ୍ନ ୨ଘ.୦୫ମି.ରେ ପହଞ୍ଚିବ

୬୮୪୩୭ ଭଦ୍ରକ-କଟକ ମେମୁ ଭଦ୍ରକରୁ ୧୨ ଏପ୍ରିଲ ୨୦୨୧ ଠାରୁ ଅପରାହ୍ନ ୩ଘ.୩୦ମି.ରେ ଛାଡି କଟକ ଠାରେ ସନ୍ଧ୍ୟା ୬ଘ.୩୫ମି.ରେ ପହଞ୍ଚିବ

କଟକ-ପାରାଦୀପ-କଟକ ମେମୁ ଟ୍ରେନ୍ ସେବା:

୧- ୬୮୪୦୧ କଟକ-ପାରାଦୀପ ମେମୁ କଟକରୁ ୧୨ ଏପ୍ରିଲ ଠାରୁ ସନ୍ଧ୍ୟା ୭ ଘଟିକାରେ ଛାଡି ପାରାଦୀପ ଠାରେ ରାତ୍ର ୮ଘ.୫୦ମି.ରେ ପହଞ୍ଚିବ।

୨- ୬୮୪୦୨ ପାରାଦୀପ-କଟକ ମେମୁ ପାରାଦୀପରୁ ୧୩ ଏପ୍ରିଲ ଠାରୁ ୬ଘ.୩୦ମି.ରେ ଛାଡି କଟକ ଠାରେ ପୂର୍ବାହ୍ନ ୮ଘ.୨୦ମି.ରେ ପହଞ୍ଚିବ।

ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ବିଶେଷ ଟ୍ରେନ ପରିବର୍ତ୍ତିତ ନମ୍ବର ସହିତ ଚଳାଚଳ କରିବ:

ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱରରୁ ୨୦ ଏପ୍ରିଲ ଏବଂ ଜଗଦଳପୁରରୁ ୨୧ ଏପ୍ରିଲ ଠାରୁ ପରିବର୍ତ୍ତିତ ଟ୍ରେନ ନମ୍ବର ୦୮୪୪୫/୦୮୪୪୬ ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ବିଶେଷ ଟ୍ରେନ ଭାବରେ ଚଳାଚଳ କରିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାରେ ଦୁଇଟି ମେମୁ ଏବଂ ତିନୋଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ ପାଇଁ ରେଳବାଇର ଘୋଷଣା

ଭୁବନେଶ୍ୱର,  ଭୁବନେଶ୍ୱର ଓ କେନ୍ଦୁଝରଗଡ଼ ଏବଂ ପୁରୀ ଓ ଅନୁଗୁଳ ମଧ୍ୟରେ ମେମୁ ଟ୍ରେନ୍ ଚଳାଚଳ ନିଷ୍ପତ୍ତି କରାଇବା ସହିତ ବିଶାଖାପାଟନମ୍-ଜଗଦଳପୁର ବିଶେଷ ଟ୍ରେନ ସେବା କିରନ୍ଦୁଲକୁ ସମ୍ପ୍ରସାରିତ କରାଯିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ

ଚଳିତ ମାସ ୩୦ ତାରିଖ ଠାରୁ ୬୮୪୨୬ ଭୁବନେଶ୍ୱର-କେନ୍ଦୁଝରଗଡ଼ ମେମୁ ଭୁବନେଶ୍ୱରରୁ ଅପରାହ୍ନ ୪ଘ.୩୫ମି.ରେ ଛାଡି କେନ୍ଦୁଝରଗଡ଼ ଠାରେ ରାତ୍ର ୯ଘ.୩୫ମି.ରେ ପହଞ୍ଚିବ। ଫେରିବା ପଥରେ ୬୮୪୨୫ କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ କେନ୍ଦୁଝରଗଡ଼ ଠାରୁ ସକାଳ ୬ଘ.୩୦ମି.ରେ ଛାଡି ଭୁବନେଶ୍ୱର ଠାରେ ପୂର୍ବାହ୍ନ ୧୧ଘ.୦୫ମି.ରେ ପହଞ୍ଚିବ।

ଏହି ଟ୍ରେନ ଭୁବନେଶ୍ୱର ଓ କେନ୍ଦୁଝରଗଡ଼ ମଧ୍ୟରେ ଉଭୟ ପାର୍ଶ୍ୱରୁ ବାଣୀବିହାର, ମଞ୍ଚେଶ୍ୱର, ପଟିଆ, ବାରଙ୍ଗ, ଗୋପାଳପୁର ବାଲିକୁଦା, କାଠଯୋଡ଼ି, କଟକ, କପିଳାସ ରୋଡ଼, ବୈରୀ, ଧାନମଣ୍ଡଳ, ଜେନାପୁର, ଯଖପୁରା, ସୁକିନ୍ଦା ରୋଡ଼, ବାଘୁଆପାଳ, ଟମକା, ଟାଙ୍ଗିରିଆପାଳ, ଶଗଡ଼ପଟା, ଚିଲିକିଦାରା, ହରିଚନ୍ଦନପୁର, ନୀଳକଣ୍ଠେଶ୍ଵର, ସୀତାବିଞ୍ଜ, ବସନ୍ତପୁର ଓ ନରଣପୁର ଷ୍ଟେସନ ମାନଙ୍କରେ ରହଣି କରିବ।

ପୁରୀ-ଅନୁଗୁଳ-ପୁରୀ ମେମୁ

ଏପ୍ରିଲ ମାସ ୫ ତାରିଖ ଠାରୁ ୬୮୪୨୨ ପୁରୀ-ଅନୁଗୁଳ ମେମୁ ପୁରୀରୁ ଅପରାହ୍ନ ୪ଘ.୪୫ମି.ରେ ଛାଡି ଅନୁଗୁଳ ଠାରେ ରାତ୍ର ୯ଘ.୩୦ମି.ରେ ପହଞ୍ଚିବ ।  ଫେରିବା ପଥରେ ୬୮୪୨୧ ଅନୁଗୁଳ-ପୁରୀ ମେମୁ ଅନୁଗୁଳ ଠାରୁ ସକାଳ ୫ଘ.୪୫ମି.ରେ ଛାଡି ପୁରୀ ଠାରେ ପୂର୍ବାହ୍ନ ୧୦ଘ.୨୦ମି.ରେ ପହଞ୍ଚିବ ।

ଏହି ଟ୍ରେନ ପୁରୀ ଓ ଅନୁଗୁଳ ମଧ୍ୟରେ ଉଭୟ ପାର୍ଶ୍ୱରୁ ସାକ୍ଷୀଗୋପାଳ, ଡେଲାଙ୍ଗ, କଣାସ ରୋଡ଼, ଖୋର୍ଦ୍ଧା ରୋଡ଼, ରତଙ୍ଗ, ଲିଙ୍ଗରାଜ ଟେମ୍ପଲ ରୋଡ଼, ଭୁବନେଶ୍ୱର, ବାଣୀବିହାର, ମଞ୍ଚେଶ୍ୱର, ପଟିଆ, ଭୁବନେଶ୍ୱର ନୂଆ, ବାରଙ୍ଗ, ନାରାଜ ମାର୍ଥାପୁର, ସର୍ପେଶ୍ୱର, ଘଣ୍ଟିଖାଲ ନିଧିପୁର, ରାଧାକିଶୋରପୁର, ରାଜଆଠଗଡ଼, ଯୋରନ୍ଦା ରୋଡ଼, ଶ୍ୟାମଚରଣ ପୁତ୍ର, ଢେଙ୍କାନାଳ, ଦାଣ୍ଡିମାଲ, ସଦାଶିବପୁର, ମହାଡ଼ିଆ, ହିନ୍ଦୋଳ ରୋଡ଼, ନୟାଭାଗିରଥିପୁର, ମେରାମଣ୍ଡଳୀ, ବୁଢାପଙ୍କ, ତାଳଚେର ଥର୍ମାଲ, ତାଳଚେର, ତାଳଚେର ରୋଡ଼ ଷ୍ଟେସନ ମାନଙ୍କରେ ରହଣି କରିବ  ।

ପୁରୀ-ହାଟିଆ, ପୁରୀ-ସମ୍ବଲପୁର ଏବଂ ପୁରୀ-ପାରାଦୀପ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍

ପୁରୀ-ହାଟିଆ-ପୁରୀ ବିଶେଷ ଟ୍ରେନ –

୦୮୪୫୨ ପୁରୀ-ହାଟିଆ ସ୍ପେଶାଲ୍ ପୁରୀରୁ ଏପ୍ରିଲ ପହିଲା ଠାରୁ ଏବଂ ୦୮୪୫୧ ହାଟିଆ-ପୁରୀ ସ୍ପେସିଆଲ ହାଟିଆରୁ ୨ ଏପ୍ରିଲ୍, ୨୦୨୧ ଠାରୁ ପରବର୍ତ୍ତୀ ପରାମର୍ଶ ପର‌୍ୟ୍ୟନ୍ତ ଚଳାଚଳ କରିବ  ।  ଏହି ଟ୍ରେନ ପୁରୀରୁ ରାତ୍ର ୮ଘ.୩୦ମି.ରେ ଛାଡି ପରବର୍ତ୍ତୀ ଦିନରେ ହାଟିଆରେ ପୂର୍ବାହ୍ନ ୧୦ଘ.୪୫ମି.ରେ ପହଞ୍ଚିବ । ଫେରିବା ଦିଗରେ ହାଟିଆରୁ ଏହି ଟ୍ରେନ୍ ଅପରାହ୍ନ ୪ଘଟିକାରେ ଛାଡି ତା\’ପରଦିନ ସକାଳ ୬ଘ.୧୦ମି.ରେ ପୁରୀରେ ପହଂଚିବାକୁ ଥିବାବେଳେ ପୁରୀ ଓ ହାତୀଆ ମଧ୍ୟରେ ଏହି ଟ୍ରେନ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, ବାମରା, ରାଜଗଓଙ୍ଗପୁର, ରାଉରକେଲା, ଓରଗା, ବାନୋ ଓ ଗୋବିନ୍ଦପୁର ରୋଡ୍ ଠାରେ ଉଭୟ ଦିଗରୁ ପୁରୀ ଏବଂ ହାଟିଆ ମଧ୍ୟରେ ରହଣି କରିବ  ।

ପୁରୀ-ସମ୍ବଲପୁର-ପୁରୀ ବିଶେଷ

୦୮୩୦୩/୦୮୩୦୪ ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ପେଶାଲ୍ ୩ ଏପ୍ରିଲ, ୨୦୨୧ ଠାରୁ ପରବର୍ତ୍ତୀ ପରାମର୍ଶ ପର‌୍ୟ୍ୟନ୍ତ ଚଳାଚଳ କରିବ । ଏହି ଟ୍ରେନ୍ ସମ୍ବଲପୁରରୁ ସକାଳ ୦୬ ଘଣ୍ଟାରେ ଛାଡି ପୁରୀରେ ଅପରାହ୍ନ ୧୨ଘ.୫୦ମି.ରେ ପହଞ୍ଚିବ । ପ୍ରତ୍ୟାବର୍ତ୍ତନ ଦିଗରେ ଏହି ଟ୍ରେନ୍ ପୁରୀରୁ ଅପରାହ୍ନ ୩ଘ.୪୫ମି.ରେ ଛାଡି ସମ୍ବଲପୁର ଠାରେ ରାତ୍ର ୧୦ଘ.୧୦ମି.ରେ ପହଞ୍ଚିବ ଏବଂ ଏହା ପୁରୀ ଓ ସମ୍ବଲପୁର ମଧ୍ୟରେ ଉଭୟ ପାର୍ଶ୍ୱରୁ ଜୁଜୁମୁରା, ରେଢ଼ାଖୋଲ, ବାମୁର, ବୋଇଣ୍ଡା, ଜରପଡା, ଅନୁଗୁଳ, ତାଳଚେର ରୋଡ୍, ମେରାମଣ୍ଡଳି, ଢେଙ୍କାନାଳ, ନରାଜ ମାର୍ଥାପୁର, ମଞ୍ଚେଶ୍ୱର, ଭୁବନେଶ୍ୱର ଏବଂ ଖୋର୍ଦ୍ଧାରୋଡ ଷ୍ଟେସନ ମାନଙ୍କରେ ରହଣି କରିବ ।

ପୁରୀ-ପାରାଦୀପ-ପୁରୀ ବିଶେଷ ଟ୍ରେନ 

୦୮୪୧୪/୦୮୪୧୩ ପୁରୀ-ପାରାଦୀପ-ପୁରୀ ସ୍ପେଶାଲ୍ ୭ ଏପ୍ରିଲ, ୨୦୨୧ ଠାରୁ ପରବର୍ତ୍ତୀ ପରାମର୍ଶ ପର‌୍ୟ୍ୟନ୍ତ ଚଳାଚଳ କରିବ । ଏହି ଟ୍ରେନ୍ ପୁରୀରୁ ସକାଳ ୦୬ଘ.୧୫ମି.ରେ ଛାଡି ପାରାଦୀପ ଠାରେ ପୂର୍ବାହ୍ନ ୧୦ଘ.୧୫ମି.ରେ ପହଞ୍ଚିବ । ପ୍ରତ୍ୟାବର୍ତ୍ତନ ଦିଗରେ, ଏହି ଟ୍ରେନ୍ ସନ୍ଧ୍ୟା ୬ ଘଟିକାରେ ପାରାଦୀପ ଛାଡି ରାତ୍ର ୧୦ଘ.୧୦ମି.ରେ ପୁରୀ ଠାରେ ପହଞ୍ଚିବ ଏବଂ ଏହା ପୁରୀ ଓ ପାରାଦୀପ ମଧ୍ୟରେ ସାକ୍ଷୀଗୋପାଳ, ଡେଲାଙ୍ଗ, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, କନ୍ଦରପୁର, ରଘୁନାଥପୁର, ଗୋରଖନାଥ, ରାହାମା ଏବଂ ବଡ଼ବନ୍ଧ ଷ୍ଟେସନ ମାନଙ୍କରେ ରହଣି କରିବ  ।

ବିଶାଖାପାଟଣା-ଜଗଦଳପୁର ବିଶେଷ ଟ୍ରେନ କିରନ୍ଦୁଲକୁ ସମ୍ପ୍ରସାରଣ 

୦୮୫୧୬/୦୮୫୧୫ ବିଶାଖାପାଟନମ୍-ଜଗଦଲପୁର-ବିଶାଖାପାଟନମ୍ ସ୍ପେଶାଲ୍ ଟ୍ରେନ କୁ ଏପ୍ରିଲ ମାସ ପହିଲା ଠାରୁ କିରନ୍ଦୁଲ କୁ ସମ୍ପ୍ରସାରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଅଛି ।  ୦୮୫୧୬ ବିଶାଖାପାଟନମ୍-ଜଗଦଲପୁର ସ୍ପେଶାଲ୍ ବିଶାଖାପାଟନମରୁ  ଏପ୍ରିଲ ମାସ ପହିଲା ଠାରୁ ସକାଳ ୬ଘ.୪୫ମି.ରେ ଛାଡି ଜଗଦଳପୁର ଠାରେ ରାତ୍ର ୮ଘ.୪୫ମି.ରେ ପହଞ୍ଚିବ ।  ଫେରିବା ଦିଗରେ, ୦୮୫୧୫ କିରନ୍ଦୁଲ-ବିଶାଖାପାଟନମ୍ ସ୍ପେଶାଲ୍ କିରନ୍ଦୁଲ ଠାରୁ ସକାଳ ୬ ଘଟିକାରେ ଛାଡି ବିଶାଖାପାଟଣା ଠାରେ ରାତ୍ର ୮ଘ.୨୦ମି.ରେ ପହଞ୍ଚିବ ।

ଏହି ଟ୍ରେନ ବିଶାଖାପାଟଣା ଓ କିରନ୍ଦୁଲ ମଧ୍ୟରେ ଉଭୟ ପାର୍ଶ୍ୱରୁ ସିମାଞ୍ଚଳମ, କୋଟାଭଲସା, ଶୃଂଗଭରପୁକୁଟା, ବୋରାଗୁହାଲୁ, ଆରକୁ, କୋରାପୁଟ, ଜୟପୁର, କୋଟପାରରୋଡ଼, ଜଗଦଳପୁର, ଡ଼ିଲିମିଲି, କାକଲୁର, ଦାନ୍ତେୱାଡା ଏବଂ ବାଚେଲି ଷ୍ଟେସନ ମାନଙ୍କରେ ରହଣି କରିବ  ।