Categories
ଆଜିର ଖବର ଜାତୀୟ ଖବର ଧର୍ମ

ରାମଲାଲାଙ୍କୁ ଦର୍ପଣ ଦେଖାଇବାର ରୀତିନୀତି ପୂରଣ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୨୦୨୪ ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପୂଜାର୍ଚ୍ଚନା ହେବ। ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ ମନ୍ଦିରର ଆଚାର୍ଯ୍ୟ (ମୁଖ୍ୟ ପୂଜକ) ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାବେଳେ ଗର୍ଭଗୃହରେ ଉପସ୍ଥିତ ରହିବେ। ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ଦର୍ପଣରେ ଭଗବାନ ଶ୍ରୀରାମଙ୍କୁ ତାଙ୍କ ମୁହଁ ଦେଖାଇବେ।

ରାମଲଲାଙ୍କ ପୂଜାର୍ଚ୍ଚନାର ୨୩ ଦିନ ପୂର୍ବରୁ ଡିସେମ୍ବର ୩୦ରେ ମୋଦି ଅଯୋଧ୍ୟା ଆସୁଛନ୍ତି। ଡିସେମ୍ବର ୩୦ରେ ମୋଦି ଶ୍ରୀରାମ ବିମାନବନ୍ଦର ଏବଂ ଅଯୋଧ୍ୟା ଧାମ ରେଳ ଷ୍ଟେସନକୁ ଉଦ୍‍ଘାଟନ କରିବା ସହ ରୋଡ୍ ସୋ କରିବେ। ଏହା ପୂର୍ବରୁ ମନ୍ଦିର ଟ୍ରଷ୍ଟ ରାମଲାଲାଙ୍କ ନିର୍ମାଣ ହେଉଥିବା ୩ଟି ମୂର୍ତ୍ତି ମଧ୍ୟରୁ ଗୋଟିଏ ଚୟନ କରିବ। ଡିସେମ୍ବର ୨୯ରେ ମୂର୍ତ୍ତି ଚୟନ କରାଯିବ। ରାମଲାଲାଙ୍କ ଏହି ମୂର୍ତ୍ତିକୁ ପବିତ୍ର କରାଯିବ।

୧ ମିନିଟ୍ ୨୪ ସେକେଣ୍ଡରେ ଶେଷ ହେବ ପ୍ରାଣ-ପ୍ରତିଷ୍ଠା

ମାତ୍ର ୧ ମିନିଟ୍ ୨୪ ସେକେଣ୍ଡରେ ରାମଲାଲାଙ୍କ ପ୍ରାଣ-ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। କାଶୀର ପଣ୍ଡିତମାନେ ଏହି ମୁହୂର୍ତ୍ତକୁ ସ୍ଥିର କରିଛନ୍ତି। ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ ଦ୍ରାବିଡ଼ ଓ ପଣ୍ଡିତ ବିଶ୍ୱେଶ୍ୱର ଶାସ୍ତ୍ରୀ କହିଛନ୍ତି ଯେ ଜାନୁଆରୀ ୨୨ ତାରିଖରେ ମୂଳ ମୁହୂର୍ତ୍ତ ୧୨.୨୯ ମିନିଟ ୮ ସେକେଣ୍ଡରୁ ହେବ, ଯାହା ୧୨.୩୦ ମିନିଟ୍ ୩୨ ସେକେଣ୍ଡ ପର୍ଯ୍ୟନ୍ତ ରହିବ, ଅର୍ଥାତ୍ ପ୍ରାଣ ପ୍ରତିଷ୍ଠାନର ମୁହୂର୍ତ୍ତ ମାତ୍ର ୧ ମିନିଟ୍ ୨୪ ସେକେଣ୍ଡ ହେବ।

ଏହି ମୁହୂର୍ତ୍ତର ଶୁଦ୍ଧିକରଣ ମଧ୍ୟ କରାଯିବ। ମୁହୁର୍ତ୍ତ ଶୁଦ୍ଧିର ସମୟ ୨୦ ମିନିଟ ହେବ। ଜାନୁଆରୀ ୧୯ ତାରିଖ ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୨୦ ପର୍ଯ୍ୟନ୍ତ ଚାଲିବ। ଏହାପରେ ଜାନୁଆରୀ ୨୦ ତାରିଖ ସୂର୍ଯ୍ୟୋଦୟ ପୂର୍ବରୁ ମୁହୁର୍ତ୍ତ ଶୁଦ୍ଧିର ସଂକଳ୍ପ ହେବ। ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ କାଶୀ କରିଡର ଉଦ୍‍ଘାଟନ ଏବଂ ରାମ ମନ୍ଦିରର ଶିଳାନ୍ୟାସ ପାଇଁ ସମୟ ସ୍ଥିର କରିଥିଲେ।