Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୧୩ ବସ୍ତା ଗଂଜେଇ ଜବତ: ୨ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ମୋହନା ପୋଲିସ୍ ପକ୍ଷରୁ ୧୩ ବସ୍ତା ଗଂଜେଇ ଜବତ ହୋଇଥିବାବେଳେ ଏହା ଚାଲାଣ କରୁଥିବା ଅଭିଯୋଗରେ ୨ ଜଣକୁ ଗିରଫ କରାଯାଇଛି। ଘଟଣାରୁ ପ୍ରକାଶ ଯେ ମୋହନା ଆର୍ ଉଦୟଗିରି ଏସ୍‌ଡ଼ିପିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୋହନା ଆଇଆଇସିଙ୍କ ନେତୃତ୍ୱରେ ଏସ୍‌ଆଇ ହେମନ୍ତ କୁମାର ସେଠୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଲୁହାଗୁଡ଼ି ଏବଂ ଚାନ୍ଦପୁଟ ମଧ୍ୟରେ ଯିବା ଆସିବା ଗାଡ଼ିଗୁଡ଼ିକ ଯାଞ୍ଚ କରୁଥିଲେ। ଏହି ସମୟରେ ସେମାନେ ସଂଦେହରେ ଏକ ଟାଟା ଡ଼ାୟକର (ଓଡ଼ି ୦୫ ଜାଡ଼୍ ୯୪୪୪)କୁ ଅଟକାଇଥିଲେ। ଗାଡ଼ି ମଧ୍ୟରୁ ୧୩ ବସ୍ତା ଗଂଜେଇ ଜବତ ହୋଇଥିଲା। ମୋହନା ବିଡ଼ିଓଙ୍କ ଉପସ୍ଥିତିରେ ଗଂଜେଇକୁ ଓଜନ କରିବା ପରେ ଏହା ୩୯୧ କେଜି ୭୦୦ ଗ୍ରାମ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ। ଏହି ଗାଡ଼ିର ଆର୍ ଉଦୟଗିରି ଥାନା ରଣଲଇ ଗ୍ରାମର ମାଲିକ ପାଉଲ ପାଣି ଏବଂ ଡ଼୍ରାଇଭର ଅନୁଗ୍ରହ ଲିମାକୁ ଗିରଫ କରାଯାଇଛି। ସେମାନେ ଆର୍‌.ଉଦୟଗିରିରୁ ବ୍ରହ୍ମପୁରକୁ ଏହି ଗଂଜେଇ ଚାଲାଣ କରୁଥିଲେ। ଏନେଇ ମୋହନା ଥାନାରେ ୧୨୯/୨୦ରେ ମାମଲା ରୁଜୁ ହୋଇଥିବାବେଳେ ଆସନ୍ତାକାଲି କୋର୍ଟଚାଳଣ ହେବ ବୋଲି ତଦନ୍ତକାରୀ ଅଧିକାରୀ ସୁନିଲ ଦଳେଇ କହିଥିଲେ।