Categories
ଆଜିର ଖବର ଆଞ୍ଚଳିକ

କୁଜଙ୍ଗ ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ : ଆଜି କୁଜଙ୍ଗ ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି ମଧ୍ୟ କରିଥିଲେ । ଏହି ଅଭିଯୋଗ ଶିବିରରେ ମୋଟ 230ଟି ଅଭିଯୋଗ ପଂଜୀକୃତ ହୋଇଥିଲା । ସେଥିମଧ୍ୟରୁ 217ଟି ବ୍ୟକ୍ତିଗତ ସମ୍ପସ୍ୟା ସମ୍ପର୍କିତ, 81ଟି ବିଜୁ ପକ୍କାଘର/ ଇନ୍ଦିରା ଆବାସ ସମ୍ପର୍କିତ, ଜମିଜମା ସମ୍ପନ୍ଧୀୟ 20ଟି, ରାସନ କାର୍ଡ ସମ୍ବନ୍ଧୀୟ 8ଟି, କାଳିଆ ଯୋଜନା ସମ୍ପର୍କିତ 12ଟି ଜମିଜମା ସମ୍ପର୍କିତ 20ଟି, ଘର  ଡିହ ସମ୍ପର୍କିତ 8ଟି, ସ୍ବାସ୍ଥ୍ୟ ସମ୍ପର୍କିତ 6ଟି, ଆଇନ ସହାୟତା ସମ୍ପର୍କିତ 8ଟି ଓ ଅନ୍ୟାନ୍ୟ 48ଟି, ଗ୍ରାମ ସମସ୍ୟା ସମ୍ପର୍କିତ 2ଟି, ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ସହାୟତା ପାଇବା ପାଇଁ 7ଟି, ରେଡକ୍ରସ୍‌ ପାଣ୍ଠିରୁ ସହାୟତା ପାଇଁ 4ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା ।

15ଟି ଅଭିଯୋଗ ଶୁଣାଣି କରାଯାଇ ସଙ୍ଗେ ସଙ୍ଗେ ଫଇସଲା କରାଯାଇଥିଲା । ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ପ୍ରକାଶ ଆର୍‌, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ବି.ଡି.ଓ, ତହସିଲଦାର, ଅଭିଯୋଗ ଅଧିକାରୀ ଶାସ୍ବତ ରଞ୍ଜନ ଦାସ, ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ଅଧିକାରୀ ଓ ଜନସାଧାରଣ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ ।