Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଙ୍ଗଲରୁ ମାଙ୍କଡ ମାଂସ ନେଇ ଆସୁଥିବା ଯୁବକକୁ ଗିରଫ କଲା ବନବିଭାଗ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ କଦଳିଗଡ ଅଂଚଳରୁ ମାଙ୍କଡ ମାଂସ ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ବଡବାହାଳ ରେଞ୍ଜ ଅଧିନସ୍ଥ କଦଳିଗଡ ଗ୍ରାମର ରାହାନ୍ ରିଜର୍ଭ ଜଙ୍ଗଲର କଂପାର୍ଟ ମେଂଟ୍ ନଂ ୬ ନିକଟରୁ ବଡବାହାଳର ଫରେଷ୍ଟ ଗାର୍ଡ ରାଜେନ୍ଦ୍ର କୁମାର ପ୍ରଧାନ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜଙ୍ଗଲରୁ ମାଙ୍କଡମାରି ଆସୁଥିବା ସମରା ମୁଣ୍ଡାକୁ ଧରିଥିଲେ। ତାଙ୍କ ଘର ଜମନକିରା ଥାନା ବନ୍ଧାଭୂଇଁର ବୋଲି ଜଣା ପଡିଛି। ତାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ପ୍ରେମ ନିବେଦନ କରି ବିଫଳ ହେବାରୁ ଯୁବତୀଙ୍କୁ ଉଠେଇନେବା ଧମକ ଦେଇ ଯୁବକ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନାରେ ଏକ ଅଭିଯୋଗ କ୍ରମେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ପୋଲିସ ଠୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ବାଣପୁର ଥାନା ଅନ୍ତର୍ଗତ ସାନ ହନ୍ତୁଆଡ଼ ଗ୍ରାମର ଜନୈକ ମା ତାଙ୍କ ଝିଅଙ୍କୁ ସମ୍ପୃକ୍ତ ଗ୍ରାମର ଜଣେ ଯୁବକ ହଇରାଣ ହରକତ କରିବା ପ୍ରସଙ୍ଗକୁ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଯୁବକ ଜଣକ ତାଙ୍କ ଝିଅଙ୍କୁ ବାରମ୍ବାର ପ୍ରେମ ନିବେଦନ କରିବା ସହ ତାଙ୍କୁ ବିବାହ କରିବା ପାଇଁ ଜିଦି କରୁଥିଲେ। ଯଦି ଏହା ନ ହୁଏ ତାହାଲେ ସେ ଯୁବତୀଙ୍କୁ ଘରୁ ଉଠାଇ ନେଇଯିବାର ଧମକ ମଧ୍ୟ ଦେଇଥିବାର ଉକ୍ତ ଏତଲାରେ ଉଲ୍ଲେଖ କରିଛନ୍ତି ଯୁବତୀଙ୍କ ମା। ଉକ୍ତ ଏତଲାକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ କରି ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କେସ ନମ୍ବର ୨୭୯/୨୦ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।